ଅନନ୍ତବିଜୟଂ ରାଜା କୁନ୍ତିପୁତ୍ରୋ ଯୁଧିଷ୍ଠିରଃ ।
ନକୁଳଃ ସହଦେବଶ୍ଚ ସୁଘୋଷମଣିପୁଷ୍ପକୌ ।।୧୬।।
କାଶ୍ୟଶ୍ଚ ପରମେଷ୍ୱାସଃ ଶିଖଣ୍ଡୀ ଚ ମହାରଥଃ ।
ଧୃଷ୍ଟଦ୍ୟୁମ୍ନୋ ବିରାଟଶ୍ଚ ସାତ୍ୟକିଶ୍ଚାପରାଜିତଃ ।।୧୭।।
ଦ୍ରୁପଦୋ ଦ୍ରୌପଦେୟାଶ୍ଚ ସର୍ବଶଃ ପୃଥିବୀପତେ ।
ସୌଭଦ୍ରଶ୍ଚ ମହାବାହୁଃ ଶଙ୍ଖାନ୍ଦଧ୍ମୁଃ ପୃଥକ୍ ପୃଥକ୍ ।।୧୮।।
ଅନନ୍ତ ବିଜୟଂ-ଅନନ୍ତ ବିଜୟ ନାମକ ଶଙ୍ଖ; ରାଜା-ରାଜା; କୁନ୍ତୀପୁତ୍ରଃ-କୁନ୍ତୀପୁତ୍ର; ଯୁଧିଷ୍ଠିରଃ-ଯୁଧିଷ୍ଠିର; ନକୁଳଃ-ନକୁଳ; ସହଦେବଃ-ସହଦେବ; ଚ-ଏବଂ; ସୁଘୋଷ ମଣିପୁଷ୍ପକୌ-ସୁଘୋଷ ଏବଂ ମଣିପୁଷ୍ପକ ନାମକ ଶଙ୍ଖ; କାଶ୍ୟଃ-କାଶୀ (ବାରାଣାସୀ)ର ରାଜା; ଚ-ଏବଂ; ପରମେଷ୍ୱାସଃ-ପ୍ରସିଦ୍ଧ ଧନୁର୍ଦ୍ଧର; ଶିଖଣ୍ଡୀ-ଶିଖଣ୍ଡୀ; ଚ-ମଧ୍ୟ; ମହାରଥଃ-ଯିଏ ଏକାକୀ ଦଶ ହଜାର ସୈନ୍ୟଙ୍କ ବିରୁଦ୍ଧରେ ଯୁଦ୍ଧ କରିପାରେ; ଧୃଷ୍ଟଦ୍ୟୁମ୍ନଃ-ଧୃଷ୍ଟଦ୍ୟୁମ୍ନ (ଦ୍ରୁପଦ ରାଜାଙ୍କର ପୁତ୍ର); ବିରାଟଃ-ବିରାଟ; ଚ-ଏବଂ; ସାତ୍ୟକିଃ-ସାତ୍ୟକି; ଚ-ଏବଂ; ଅପରାଜିତଃ-ଯିଏ ପୂର୍ବରୁ କେବେ ପରାଜିତ ହୋଇନାହାନ୍ତି; ଦ୍ରୁପଦଃ-ଦ୍ରୁପଦ; ଦ୍ରୌପଦେୟାଃ-ଦ୍ରୌପଦୀଙ୍କର ପୁତ୍ରଗଣ; ଚ-ଏବଂ; ସର୍ବଶଃ-ସମସ୍ତେ; ପୃଥିବୀପତେ-ରାଜା; ସୌଭଦ୍ରଃ-ସୁଭଦ୍ରାଙ୍କର ପୁତ୍ର (ଅଭିମନ୍ୟୁ); ଚ-ମଧ୍ୟ; ମହାବାହୁଃ-ଅତ୍ୟନ୍ତ ଶକ୍ତିଶାଳୀ, ଶଙ୍ଖାନ୍-ଶଙ୍ଖମାନ, ଦଧ୍ମୁ-ନାଦ କଲେ; ପୃଥକ୍-ପୃଥକ୍ ପୃଥକ୍ଭାବେ ।
BG 1.16-18: ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ବଜାଇଲେ ଏବଂ ନକୁଳ ଓ ସହଦେବ ସୁଘୋଷ ଏବଂ ମଣିପୁଷ୍ପକ ଫୁଙ୍କିବାକୁ ଲାଗିଲେ । ସର୍ବଶ୍ରେଷ୍ଠ ଧନୁର୍ଦ୍ଧର୍ର କାଶୀରାଜ, ପ୍ରସିଦ୍ଧ ଯୋଦ୍ଧା ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ବିରାଟ, ଅପରାଜେୟ ସାତ୍ୟକି, ଦୃପଦ, ଦୌପଦୀଙ୍କର ପାଞ୍ଚ ପୁତ୍ର, ଶକ୍ତିଶାଳୀ ଅସ୍ତ୍ରରେ ସଜ୍ଜିତ ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ ଇତ୍ୟାଦି ସମସ୍ତେ ନିଜ ନିଜର ଶଙ୍ଖଧ୍ୱନି କଲେ ।
ପାଣ୍ଡବ ମାନଙ୍କ ମଧ୍ୟରେ ଯୁଧିଷ୍ଠିର ଜ୍ୟେଷ୍ଠ ଥିଲେ । ଏଠାରେ ତାଙ୍କୁ ‘ରାଜା’ କୁହାଯାଇଅଛି । ସେ ଏହି ଉପାଧି “ରାଜସୁୟ ଯଜ୍ଞ” କରିବା ପରେ ସମସ୍ତ ରାଜାମାନଙ୍କର ଅନୁଗତ୍ୟ ଠାରୁ ହାସଲ କରିଥିଲେ । ଅବଶ୍ୟ ତାଙ୍କର ରାଜକୀୟ ମର୍ଯ୍ୟାଦା ଏବଂ ମହାନୁଭବତା, ସେ ରାଜଭବନରେ ଥାଆନ୍ତୁ କି ଜଙ୍ଗଲରେ ନିର୍ବାସିତ ଥାଆନ୍ତୁ, ସର୍ବଦା ପ୍ରକାଶ ପାଉଥିଲା ।
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ “ପୃଥିବୀର ଶାସକ” ବୋଲି କହୁଛନ୍ତି । କୌଣସି ଦେଶକୁ ରକ୍ଷା କରିବା ବା ଧ୍ୱଂସାତ୍ମକ ଯୁଦ୍ଧରେ ଲିପ୍ତ କରିବା ଦୁଇଟିଯାକ କାର୍ଯ୍ୟ ରାଜାଙ୍କ ହାତରେ ଥାଏ । ତେଣୁ ଏହି ଉପାଧିର ଗୁପ୍ତ ଅର୍ଥ ହେଉଛି “ହେ ରାଜା ବର୍ତ୍ତମାନ ସେନାମାନେ ଯୁଦ୍ଧ କରିବାକୁ ଅଗ୍ରସର ହେଉଛନ୍ତି, କେବଳ ଆପଣ ହିଁ ତାଙ୍କୁ ଫେରାଇ ଆଣି ପାରିବେ । ଆପଣ କ’ଣ ନିର୍ଣ୍ଣୟ କରୁଛନ୍ତି?”
ଅନନ୍ତବିଜୟଂ ରାଜା କୁନ୍ତିପୁତ୍ରୋ ଯୁଧିଷ୍ଠିରଃ ।
ନକୁଳଃ ସହଦେବଶ୍ଚ ସୁଘୋଷମଣିପୁଷ୍ପକୌ ।।୧୬।।
କାଶ୍ୟଶ୍ଚ ପରମେଷ୍ୱାସଃ ଶିଖଣ୍ଡୀ ଚ ମହାରଥଃ ।
ଧୃଷ୍ଟଦ୍ୟୁମ୍ନୋ ବିରାଟଶ୍ଚ ସାତ୍ୟକିଶ୍ଚାପରାଜିତଃ ।।୧୭।।
ଦ୍ରୁପଦୋ ଦ୍ରୌପଦେୟାଶ୍ଚ ସର୍ବଶଃ ପୃଥିବୀପତେ ।
ସୌଭଦ୍ରଶ୍ଚ ମହାବାହୁଃ ଶଙ୍ଖାନ୍ଦଧ୍ମୁଃ ପୃଥକ୍ ପୃଥକ୍ ।।୧୮।।
ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ବଜାଇଲେ ଏବଂ ନକୁଳ ଓ ସହଦେବ ସୁଘୋଷ ଏବଂ ମଣିପୁଷ୍ପକ ଫୁଙ୍କିବାକୁ ଲାଗିଲେ । ସର୍ବଶ୍ରେଷ୍ଠ ଧନୁର୍ଦ୍ଧର୍ର କାଶୀରାଜ, ପ୍ରସିଦ୍ଧ ଯୋଦ୍ଧା …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily