ଅଥ ବ୍ୟବସ୍ଥିତାନ୍ଦୃଷ୍ଟ୍ୱା ଧାର୍ତରାଷ୍ଟ୍ରାନ୍ କପିଧ୍ୱଜଃ ।
ପ୍ରବୃତ୍ତେ ଶସ୍ତ୍ରସମ୍ପାତେ ଧନୁରୁଦ୍ୟମ୍ୟ ପାଣ୍ଡବଃ ।
ହୃଷୀକେଶଂ ତଦା ବାକ୍ୟମିଦମାହ ମହୀପତେ ।।୨୦।।
ଅଥ-ଏହାପରେ; ବ୍ୟବସ୍ଥିତାନ୍-ବ୍ୟବସ୍ଥିତ; ଦୁଷ୍ଟ୍ୱା-ଦେଖି, ଧାର୍ତରାଷ୍ଟ୍ରାନ୍-ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ; କପିଧ୍ୱଜଃ-ଯାହାଙ୍କର ପତାକାରେ ହନୁମାନଙ୍କର ଛବି ଅଛି; ପ୍ରବୃତ୍ତେ-ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଯାଇ; ଶସ୍ତ୍ରସଂପାତେ- ଶରବର୍ଷଣ କରିବାକୁ ଉଦ୍ୟତ ; ଧନୁଃ-ଧନୁ; ଉଦ୍ୟମ୍ୟ-ଉତ୍ତୋଳନ କରି; ପାଣ୍ଡବଃ-ପାଣ୍ଡୁଙ୍କ ପୁତ୍ର (ଅର୍ଜୁନ); ହୃଷୀକେଶଂ-ଭଗବାନ୍ ଶ୍ରୀକୃଷ୍ଣଙ୍କୁ; ତଦା-ସେ ସମୟରେ; ବାକ୍ୟମ୍-କଥା; ଇଦଂ-ଏହିପରି; ଆହ-କହିଲେ, ମହୀପତେ-ହେ ରାଜା ।
BG 1.20: ସେହି ସମୟରେ ପାଣ୍ଡୁ ପୁତ୍ର ଅର୍ଜୁନ, ଯାହାଙ୍କର ରଥ ଧ୍ୱଜାରେ ହନୁମାନଙ୍କର ଚିହ୍ନଥିଲା, ତାଙ୍କର ଧନୁକୁ ଉଠାଇଲେ । ହେ ରାଜନ୍, ଆପଣଙ୍କ ପୁତ୍ରମାନଙ୍କର ସୈନ୍ୟ ସଜ୍ଜାକୁ ଦେଖି ସେ ଶ୍ରୀକୃଷ୍ଣଙ୍କୁ ଏହି କଥା କହିଲେ ।
ଅର୍ଜୁନଙ୍କୁ କପିଧ୍ୱଜ କୁହାଯାଇଅଛି । ଯାହା ତାଙ୍କ ରଥରେ ଶକ୍ତିମାନ ହନୁମାନଙ୍କ ଉପସ୍ଥିତିର ସୂଚନା ଦେଉଅଛି । ଏହା ପଛରେ ଏକ କାହାଣୀ ଅଛି । ଥରେ ଅର୍ଜୁନଙ୍କର ନିଜ ଧନୁର୍ବାଣର ଦକ୍ଷତାକୁ ନେଇ ସ୍ୱାଭିମାନ ଜାତ ହେଲା ଏବଂ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ ରାମଙ୍କ ସମୟରେ ଭାରତରୁ ଲଙ୍କା ଯିବା ପାଇଁ ବାନରମାନେ ଗୋଟିଏ ସେତୁ ନିର୍ମାଣ କରିବା ପାଇଁ କାହିଁକି ଏତେ ପରିଶ୍ରମ କଲେ? ସେ ଯଦି ସେଠାରେ ଥାଆନ୍ତେ ତାହେଲେ ଶରଦ୍ୱାରା ଗୋଟିଏ ସେତୁ ନିର୍ମାଣ କରିଦେଇ ଥାଆନ୍ତେ । ଶ୍ରୀକୃଷ୍ଣ ତାହା ପ୍ରଦର୍ଶନ କରିବାକୁ କହିଲେ । ଅର୍ଜୁନ ଶରବୃଷ୍ଟି କରି ଏକ ସେତୁ ନିର୍ମାଣ କଲେ । ଶ୍ରୀକୃଷ୍ଣ ହନୁମାନଙ୍କୁ ଡାକି ତାହାକୁ ପରୀକ୍ଷା କରିବାକୁ କହିଲେ । ହନୁମାନ ଯେତେବେଳେ ତା’ ଉପରେ ଚାଲିବାକୁ ଲାଗିଲେ ତାହା ଭାଙ୍ଗିପଡ଼ିଲା । ଅର୍ଜୁନଙ୍କର ହୃଦ୍ବୋଧ ହେଲା ଯେ ଶରରେ ନିର୍ମିତ ସେତୁ ଶ୍ରୀରାମଙ୍କର ବିଶାଳ ସେନାବାହିନୀଙ୍କୁ ବହନ କରି ପାରି ନ ଥାନ୍ତା । ତେଣୁ ସେ ତାଙ୍କର ଭୁଲ ପାଇଁ କ୍ଷମା ପାର୍ଥନା କଲେ । ହନୁମାନ ଅର୍ଜୁନଙ୍କୁ ଶିକ୍ଷାଦେଲେ ଯେ ନିଜର ଦକ୍ଷତା ପ୍ରତି କେବେ ହେଲେ ଗର୍ବ କରିବ ନାହିଁ । ସେ ବଦାନ୍ୟତା ପୂର୍ବକ ଅର୍ଜୁନଙ୍କୁ ବରଦାନ ଦେଲେ ଯେ, ସେ ମହାଭାରତ ଯୁଦ୍ଧ ସମୟରେ ତାଙ୍କ ରଥରେ ରହିବେ । ଅତଏବ ଅର୍ଜୁନଙ୍କ ରଥର ଧ୍ୱଜାରେ ହନୁମାନଙ୍କ ଚିହ୍ନ ଥିଲା ଏବଂ ସେଥିପାଇଁ ତାଙ୍କୁ “କପିଧ୍ୱଜ”’ କୁହାଯାଉ ଥିଲା ।
ଅଥ ବ୍ୟବସ୍ଥିତାନ୍ଦୃଷ୍ଟ୍ୱା ଧାର୍ତରାଷ୍ଟ୍ରାନ୍ କପିଧ୍ୱଜଃ ।
ପ୍ରବୃତ୍ତେ ଶସ୍ତ୍ରସମ୍ପାତେ ଧନୁରୁଦ୍ୟମ୍ୟ ପାଣ୍ଡବଃ ।
ହୃଷୀକେଶଂ ତଦା ବାକ୍ୟମିଦମାହ ମହୀପତେ ।।୨୦।।
ସେହି ସମୟରେ ପାଣ୍ଡୁ ପୁତ୍ର ଅର୍ଜୁନ, ଯାହାଙ୍କର ରଥ ଧ୍ୱଜାରେ ହନୁମାନଙ୍କର ଚିହ୍ନଥିଲା, ତାଙ୍କର ଧନୁକୁ ଉଠାଇଲେ । ହେ ରାଜନ୍, ଆପଣଙ୍କ ପୁତ୍ରମାନଙ୍କର ସୈନ୍ୟ ସଜ୍ଜାକୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily