ଭୀଷ୍ମଦ୍ରୋଣପ୍ରମୁଖତଃ ସର୍ବେଷାଂ ଚ ମହୀକ୍ଷିତାମ୍ ।
ଉବାଚ ପାର୍ଥ ପଶ୍ୟୈତାନ୍ସମବେତାନ୍କୁରୂନିତି ।।୨୫।।
ଭୀଷ୍ମ-ପିତାମହ ଭୀଷ୍ମ; ଦ୍ରୋଣ-ଗୁରୁ ଦ୍ରୋଣ; ପ୍ରମୁଖତଃ-ଉପସ୍ଥିତିରେ; ସର୍ବେଷାଂ-ସମସ୍ତେ; ଚ-ଏବଂ; ମହୀକ୍ଷିତାମ୍-ପୃଥିବୀର ଅନ୍ୟ ରାଜାମାନେ; ଉବାଚ-କହିଲେ; ପାର୍ଥ-ହେ ପାର୍ଥ (ହେ ପୃଥା ପୁତ୍ର); ପଶ୍ୟ-ଦେଖ; ଏତାନ୍-ଏମାନଙ୍କୁ; ସମବେତାନ୍-ସମବେତ ହୋଇଥିବା; କୁରୁନ୍-କୁରୁବଂଶର ସମସ୍ତେ; ଇତି-ଏହିପରି ।
BG 1.25: ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ ଅନ୍ୟ ସମସ୍ତ ରାଜାଙ୍କ ଉପସ୍ଥିତିରେ ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ! ଏଠାରେ ଏକତ୍ରିତ ହୋଇଥିବା କୁରୁମାନଙ୍କୁ ଲକ୍ଷ୍ୟ କର ।
“କୁରୁ” ଶବ୍ଦର ଅନ୍ତର୍ଭୁକ୍ତ ଉଭୟ କୌରବ ଏବଂ ପାଣ୍ଡବ ଅଟନ୍ତି, କାରଣ ଉଭୟେ କୁରୁ ବଂଶଜ । ଶ୍ରୀକୃଷ୍ଣ ଉଦ୍ଦେଶ୍ୟ ମୂଳକ ଭାବରେ ଏଠାରେ ଏହି ଶବ୍ଦର ବ୍ୟବହାର କରିଛନ୍ତି, ଯଦ୍ୱାରା ଅର୍ଜୁନଙ୍କ ମନରେ ଭ୍ରାତୃଭାବ ଉଦ୍ରେକ ହେବ ଏବଂ ସେ ଅନୁଭବ କରିବେ ଯେ ସେମାନେ ସମସ୍ତେ ଏକ ଅଟନ୍ତି । ସେ ଇଚ୍ଛା କରୁଥିଲେ, ଭ୍ରାତୃଭାବ ବନ୍ଧନକାରକ ହୋଇ ଅର୍ଜୁନଙ୍କୁ ଦ୍ୱନ୍ଦ୍ୱରେ ପକାଇବ, ଯଦ୍ୱାରା ତାଙ୍କୁ ଭଗବଦ୍ ଗୀତାର ଶାସ୍ତ୍ରଜ୍ଞାନ ପ୍ରକାଶ କରିବା ପାଇଁ ସୁଯୋଗ ମିଳିବ, ଯାହା ଆଗାମୀ କଳି ଯୁଗର ମନୁଷ୍ୟଙ୍କୁ ଉପକୃତ କରିବ । ତେଣୁ ଧାର୍ତରାଷ୍ଟ୍ରାନ୍ (ଧୃତରାଷ୍ଟ୍ରଙ୍କ ପୁତ୍ର) ଶବ୍ଦ ପରିବର୍ତ୍ତେ ସେ କୁରୁନ୍ (କୁରୁବଂଶଜ) ଶବ୍ଦ ବ୍ୟବହାର କରିଛନ୍ତି । ବଥର ଉପଚାର କରିବାକୁ ଯାଇ ଜଣେ ଡାକ୍ତର ଯେପରି ରୋଗୀକୁ ପ୍ରଥମେ ବଥଟିକୁ ପାଚିବାର ଔଷଧ ଦେଇ ପରେ ରୋଗଗ୍ରସ୍ତ ଅଂଶକୁ କାଟି ବାହାର କରିଦିଅନ୍ତି, ଠିକ୍ ସେହିପରି ଭଗବାନ ମଧ୍ୟ ଅର୍ଜୁନଙ୍କର ମୋହ ନଷ୍ଟ କରିବା ପାଇଁ ପ୍ରଥମେ ତାହାକୁ ତାଙ୍କ ମନରେ ସୃଷ୍ଟି କରୁଛନ୍ତି ।
ଭୀଷ୍ମଦ୍ରୋଣପ୍ରମୁଖତଃ ସର୍ବେଷାଂ ଚ ମହୀକ୍ଷିତାମ୍ ।
ଉବାଚ ପାର୍ଥ ପଶ୍ୟୈତାନ୍ସମବେତାନ୍କୁରୂନିତି ।।୨୫।।
ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ ଅନ୍ୟ ସମସ୍ତ ରାଜାଙ୍କ ଉପସ୍ଥିତିରେ ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ! ଏଠାରେ ଏକତ୍ରିତ ହୋଇଥିବା କୁରୁମାନଙ୍କୁ ଲକ୍ଷ୍ୟ କର ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily