ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ ।।୨୯।।
ଗାଣ୍ଡୀବଂ ସ୍ରଂସତେ ହସ୍ତାତ୍ତ୍ୱକ୍ଚୈ ବ ପରିଦହ୍ୟେତେ ।
ନ ଚ ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ଚ ମେ ମନଃ ।।୩୦।।
ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ ।
ନ ଚ ଶ୍ରେୟୋଽନୁପଶ୍ୟାମି ହତ୍ୱା ସ୍ୱଜନମାହବେ ।।୩୧।।
ବେପଥୁଶ୍ଚ-ଶରୀରକମ୍ପନ; ଚ-ଏବଂ; ଶରୀରେ-ଶରୀରରେ; ମେ-ମୋର; ରୋମହର୍ଷଃ-ରୋମାଞ୍ଚ ହେବା; ଚ-ମଧ୍ୟ; ଜାୟତେ-ହେଉଛି; ଗାଣ୍ଡୀବଂ-ଅର୍ଜୁନଙ୍କର ଧନୁ; ସ୍ରଂସତେ-ଖସିଯାଉଛି; ହସ୍ତାତ୍-ହାତରୁ; ତ୍ୱକ୍-ଚର୍ମ; ଚ-ଏବଂ; ଏବ-ନିଶ୍ଚିତଭାବେ; ପରିଦହ୍ୟତେ-ଜ୍ୱଳନ ହେଉଛି; ନ-ନୁହେଁ; ଚ-ଏବଂ; ଶକ୍ନୋମି-ସକ୍ଷମ ହେବା; ଅବସ୍ଥାତୁଂ-ସ୍ଥିର ରହିବାକୁ; ଭ୍ରମତି ଇବ-ଭ୍ରମିତ ହେବା ପରି; ଚ-ଏବଂ; ମେ-ମୋର; ମନଃ-ମନ; ନିମିତ୍ତାନି-ସଂକେତ; ଚ-ଏବଂ; ପଶ୍ୟାମି-ମୁଁ ଦେଖିପାରୁଛି; ବିପରୀତାନି-ଠିକ୍ ବିପରୀତ; କେଶବ-ହେ କେଶୀଦୈତ୍ୟର ହତ୍ୟାକାରୀ ଶ୍ରୀକୃଷ୍ଣ; ନ-ନୁହେଁ; ଚ-ମଧ୍ୟ; ଶ୍ରେୟଃ-ଉତ୍ତମ; ଅନୁପଶ୍ୟାମି-ମୁଁ ଦେଖୁଛି; ହତ୍ୱା-ବିନାଶକରି; ସ୍ୱଜନମ୍-ସ୍ୱଜନବନ୍ଧୁମାନଙ୍କୁ; ଆହବେ-ଯୁଦ୍ଧରେ ।
BG 1.29-31: ମୋର ସମସ୍ତ ଶରୀରରେ କମ୍ପନ ଏବଂ ରୋମାଞ୍ଚ ଜାତ ହେଉଛି । ମୋର ଗାଣ୍ଡିବ ଧନୁ ହାତରୁ ଖସି ପଡ଼ୁଛି ଏବଂ ମୋର ସମଗ୍ର ଚର୍ମରେ ପ୍ରଜ୍ୱଳନ ସୃଷ୍ଟି ହେଉଅଛି । ମୋର ବୁଦ୍ଧି ବ୍ୟାକୁଳ ହେଉଛି ଏବଂ ଦ୍ୱନ୍ଦ୍ୱରେ ଭ୍ରମିତ ହେଉଛି; ମୁଁ ଆଉ ନିଜକୁ ସ୍ଥିର ରଖିପାରୁନି । ହେ କେଶୀ ଅସୁରର ହନ୍ତା ଶ୍ରୀକୃଷ୍ଣ! ମୁଁ କେବଳ ଦୁର୍ଭାଗ୍ୟର ପୂର୍ବାଭାସ ଦେଖିବାକୁ ପାଉଛି । ଏହି ଯୁଦ୍ଧରେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରି କୌଣସି ସୁଫଳ ମିଳିବାର କଳ୍ପନା ମୁଁ କରି ପାରୁନାହିଁ ।
ଯୁଦ୍ଧର ପରିଣତି ବିଷୟରେ ଚିନ୍ତା କରି ଅର୍ଜୁନ ବ୍ୟସ୍ତ ଏବଂ ଦୁଃଖିତ ହୋଇ ଉଠୁଛନ୍ତି । ଯେଉଁ ଗାଣ୍ଡିବର ଶବ୍ଦରେ ଶକ୍ତିଶାଳୀ ଶତ୍ରୁମାନେ ଭୟଭୀତ ହୋଇପଡ଼ନ୍ତି, ତାହା ତାଙ୍କ ହାତରୁ ଖସିବାକୁ ଆରମ୍ଭ କରୁଛି । ଏହି ଯୁଦ୍ଧ କରିବା ଏକ ପାପ ଭାବି ତାଙ୍କର ବୁଦ୍ଧି ଭ୍ରମିତ ହୋଇ ଯାଉଛି । ମନର ଏହି ବିଭ୍ରାନ୍ତି ତାଙ୍କୁ ଏପରି ନିମ୍ନଗାମୀ କରିଦେଉଛି ଯେ ସେ ଭୟାବହ ଅସଫଳତା ଏବଂ ଆସନ୍ନ ଦୁଃଖଦ ପରିଣତିର ସଂକେତ ରୂପୀ ଅନ୍ଧବିଶ୍ୱାସକୁ ମଧ୍ୟ ସ୍ୱୀକାର କରୁଛନ୍ତି ।
ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ ।।୨୯।।
ଗାଣ୍ଡୀବଂ ସ୍ରଂସତେ ହସ୍ତାତ୍ତ୍ୱକ୍ଚୈ ବ ପରିଦହ୍ୟେତେ ।
ନ ଚ ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ଚ ମେ ମନଃ ।।୩୦।।
ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ ।
ନ ଚ ଶ୍ରେୟୋଽନୁପଶ୍ୟାମି ହତ୍ୱା ସ୍ୱଜନମାହବେ ।।୩୧।।
ମୋର ସମସ୍ତ ଶରୀରରେ କମ୍ପନ ଏବଂ ରୋମାଞ୍ଚ ଜାତ ହେଉଛି । ମୋର ଗାଣ୍ଡିବ ଧନୁ ହାତରୁ ଖସି ପଡ଼ୁଛି ଏବଂ ମୋର ସମଗ୍ର ଚର୍ମରେ ପ୍ରଜ୍ୱଳନ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily