ନିହତ୍ୟ ଧାର୍ତରାଷ୍ଟ୍ରାନ୍ନଃ କା ପ୍ରୀତିଃ ସ୍ୟାଜ୍ଜନାର୍ଦ୍ଦନ ।
ପାପମେବାଶ୍ରୟେଦସ୍ମାନ୍ହତ୍ୱୈତାନାତତାୟିନଃ ।।୩୬।।
ତସ୍ମାନ୍ନାର୍ହା ବୟଂ ହନ୍ତୁଂ ଧାର୍ତରାଷ୍ଟ୍ରାନ୍ସ୍ୱବାନ୍ଧବାନ୍ ।
ସ୍ୱଜନଂ ହି କଥଂ ହତ୍ୱା ସୁଖିନଃ ସ୍ୟାମ ମାଧବ ।।୩୭।।
ନିହତ୍ୟ -ହତ୍ୟାକରି; ଧାର୍ତରାଷ୍ଟ୍ରାନ୍ - ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ; ନଃ -ଆମ୍ଭମାନଙ୍କର; କା -କ’ଣ; ପ୍ରୀତିଃ -ସୁଖ; ସ୍ୟାତ୍ -ମିଳିବ; ଜନାର୍ଦ୍ଦନ - ହେ ଶ୍ରୀକୃଷ୍ଣ; ପାପଂ-ପାପ; ଏବ-ନିଶ୍ଚିତଭାବେ; ଆଶ୍ରୟେତ୍-ଆସିବ; ଅସ୍ମାନ୍-ଆମ୍ଭମାନଙ୍କୁ; ହତ୍ୱା-ମାରିବା ଦ୍ୱାରା; ଏତାନ୍-ଏସବୁ; ଆତତାୟିନଃ-ଆତତାୟୀମାନଙ୍କୁ; ତସ୍ମାତ୍-ତେଣୁ; ନ-କେବେ ନୁହେଁ; ଅର୍ହାଃ-ଠିକ୍; ବୟଂ-ଆମ୍ଭମାନଙ୍କ ପକ୍ଷରେ; ହନ୍ତୁଂ-ମାରିବାକୁ; ଧାର୍ତରାଷ୍ଟ୍ରାନ୍-ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ; ସ୍ୱବାନ୍ଧବାନ୍-ନିଜର ବନ୍ଧୁବାନ୍ଧବ; ସ୍ୱଜନଂ-ସ୍ୱଜନମାନଙ୍କୁ; ହି-ନିଶ୍ଚିତଭାବେ; କଥଂ-କିପରି; ହତ୍ୱା-ବଧକରି; ସୁଖିନଃ-ସୁଖୀ; ସ୍ୟାମ-ହେବା; ମାଧବ-ହେ କୃଷ୍ଣ (ହେ ମାଧବ) ।
BG 1.36-37: ହେ ସମସ୍ତ ପ୍ରାଣୀଙ୍କର ପାଳନକର୍ତ୍ତା ଶ୍ରୀକୃଷ୍ଣ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ବଧ କରି ଆମ୍ଭେମାନେ କି ଆନନ୍ଦ ପାଇବୁ? ସେମାନେ ଆକ୍ରମଣକାରୀ ହେଲେ ବି, ସେମାନଙ୍କୁ ହତ୍ୟା କଲେ ନିଶ୍ଚିତ ଭାବେ ଆମର ପାପ ହେବ । ତେଣୁ ଆମ ନିଜର ଭାଇ ଏବଂ ବନ୍ଧୁମାନଙ୍କୁ ହତ୍ୟା କରିବା ଆମ ପକ୍ଷେ ଉପଯୁକ୍ତ ହେବ ନାହିଁ । ହେ ମାଧବ (ଶ୍ରୀକୃଷ୍ଣ)! ନିଜ ଆତ୍ମୀୟମାନଙ୍କୁ ହତ୍ୟା କରି ଆମେ ସୁଖୀ ହେବାକୁ କେମିତି ଆଶା କରିବୁ?
ପୂର୍ବ ଶ୍ଳୋକରେ “ଯଦିଓ” ଶବ୍ଦଟି ଦୁଇଥର ବ୍ୟବହାର କରି, ନିଜର ଆତ୍ମୀୟମାନଙ୍କ ବଧ ନ କରିବାର ଅଭିପ୍ରାୟ ସ୍ପଷ୍ଟ କରିବା ପରେ, ଅର୍ଜୁନ ପୁଣି କହୁଛନ୍ତି, “ଯଦିଓ” ମୋତେ ତାଙ୍କୁ ହତ୍ୟା କରିବାକୁ ପଡ଼େ, ଏପରି ଜୟରୁ ମୁଁ କି ସୁଖ ପାଇବି?
ଅଧିକାଂଶ କ୍ଷେତ୍ରରେ ସଂଘର୍ଷ ଏବଂ ହତ୍ୟାକୁ ଅଧର୍ମ କୁହାଯାଇ ଥାଏ, ଯାହା ପଶ୍ଚାତାପ ଏବଂ ଦ୍ୱେଷ ମନୋଭାବ ଉତ୍ପନ୍ନ କରେ । ବେଦ ଅହିଂସାକୁ ପରମ ଧର୍ମ କହିଥାଏ ଏବଂ କେତେକ ବିଶେଷ ପରିସ୍ଥିତିକୁ ଛାଡିଦେଲେ, ହିଂସାକୁ ସର୍ବଦା ପାପ ରୂପେ ଅଭିହିତ କରିଥାଏ । ସେଥିପାଇଁ ବେଦ କହେ, ମା ହିଂସ୍ୟାତ୍ ସର୍ବା ଭୂତାନି, “କୌଣସି ପ୍ରାଣୀକୁ ହତ୍ୟା କର ନାହିଁ ।” ଏଠାରେ ଅର୍ଜୁନ ନିଜ ଆତ୍ମୀୟମାନଙ୍କୁ ହତ୍ୟା କରିବାକୁ ଚାହୁଁ ନାହାଁନ୍ତି, କାରଣ ସେ ଏହାକୁ ପାପ ରୂପେ ବିଚାର କରୁଛନ୍ତି । ଯାହାହେଉ ବଶିଷ୍ଠ ସ୍ମୃତି (ଶ୍ଳୋକ ୩.୧୯) କହିଥାଏ ଯେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ଛଅ ପ୍ରକାର ହିଂସା କରିବାରେ ଆମର ଅଧିକାର ଅଛି: ଯିଏ ଅନ୍ୟର ସମ୍ପତ୍ତିରେ ନିଆଁ ଲଗାଏ, ଯିଏ ଖାଦ୍ୟରେ ବିଷ ମିଶାଏ, ଯିଏ ଆମକୁ ହତ୍ୟା କରିବାକୁ ଚାହେଁ, ଯିଏ ସମ୍ପତ୍ତି ଚୋରି କରିବାକୁ ଚାହେଁ, ଯିଏ ଅନ୍ୟଜଣଙ୍କର ସ୍ତ୍ରୀକୁ ଅପହରଣ କରେ ଏବଂ ଯିଏ ଅନ୍ୟର ରାଜ୍ୟ ଅନ୍ୟାୟ ପୂର୍ବକ ମାଡ଼ି ବସେ । ମନୁ ସ୍ମୃତି (୮.୩୫୧) ମଧ୍ୟ କହେ, ଏପରି ଆତତାୟୀକୁ ଯଦି ଆତ୍ମରକ୍ଷା ପାଇଁ ହତ୍ୟା କରାଯାଏ, ତାହାକୁ ପାପ ରୂପେ ଗଣନା କରାଯାଏ ନାହିଁ ।
ନିହତ୍ୟ ଧାର୍ତରାଷ୍ଟ୍ରାନ୍ନଃ କା ପ୍ରୀତିଃ ସ୍ୟାଜ୍ଜନାର୍ଦ୍ଦନ ।
ପାପମେବାଶ୍ରୟେଦସ୍ମାନ୍ହତ୍ୱୈତାନାତତାୟିନଃ ।।୩୬।।
ତସ୍ମାନ୍ନାର୍ହା ବୟଂ ହନ୍ତୁଂ ଧାର୍ତରାଷ୍ଟ୍ରାନ୍ସ୍ୱବାନ୍ଧବାନ୍ ।
ସ୍ୱଜନଂ ହି କଥଂ ହତ୍ୱା ସୁଖିନଃ ସ୍ୟାମ ମାଧବ ।।୩୭।।
ହେ ସମସ୍ତ ପ୍ରାଣୀଙ୍କର ପାଳନକର୍ତ୍ତା ଶ୍ରୀକୃଷ୍ଣ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ବଧ କରି ଆମ୍ଭେମାନେ କି ଆନନ୍ଦ ପାଇବୁ? ସେମାନେ ଆକ୍ରମଣକାରୀ ହେଲେ ବି, ସେମାନଙ୍କୁ ହତ୍ୟା କଲେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily