ଯଦ୍ୟପ୍ୟେତେ ନ ପଶ୍ୟନ୍ତି ଲୋଭୋପହତଚେତସଃ ।
କୁଳକ୍ଷୟକୃତଂ ଦୋଷଂ ମିତ୍ରଦ୍ରୋହେ ଚ ପାତକମ୍ ।।୩୮।।
କଥଂ ନ ଜେ୍ଞୟମସ୍ମାଭିଃ ପାପାଦସ୍ମାନ୍ନିବର୍ତିତୁମ୍ ।
କୁଳକ୍ଷୟକୃତଂ ଦୋଷଂ ପ୍ରପଶ୍ୟଦ୍ଭିର୍ଜନାର୍ଦନ ।।୩୯।।
ଯଦି-ଯଦି; ଅପି-ନିଶ୍ଚିତଭାବେ; ଏତେ-ଏମାନେ; ନ ପଶ୍ୟନ୍ତି-ନ ଦେଖନ୍ତି; ଲୋଭ-ଲୋଭ; ଉପହତ-(ଲୋଭ)ର ବଶବର୍ତ୍ତୀ ହୋଇ; ଚେତସଃ-ହୃଦୟ; କୁଳକ୍ଷୟ-କୁଳକ୍ଷୟ କରିବାରେ; କୃତଂ-କୃତ; ଦୋଷଂ-ଦୋଷ; ମିତ୍ରଦ୍ରୋହେ-ବନ୍ଧୁମାନଙ୍କ ପ୍ରତି ଦ୍ୱେଷ କରି; ଚ-ମଧ୍ୟ; ପାତକମ୍-ପାପକର୍ମର ପ୍ରତିକ୍ରିୟା; କଥଂ-କାହିଁକି, ନ -ନୁହେଁ; ଜେ୍ଞୟଂ-ଜାଣିବା ଉଚିତ୍; ଅସ୍ମାଭିଃ-ଆମ୍ଭମାନଙ୍କ ଦ୍ୱାରା; ପାପାତ୍-ପାପରୁ; ଅସ୍ମାତ୍-ଏହିସବୁ; ନିବର୍ତିତୁମ୍-ବନ୍ଦ ହେବା; କୁଳକ୍ଷୟ-ବଂଶ ନାଶ; କୃତଂ-ଏପରି କରି; ଦୋଷଂ-ଦୋଷ; ପ୍ରପଶ୍ୟଦ୍ଭିଃ-ଯେଉଁମାନେ ଦେଖିପାରିବେ; ଜନାର୍ଦନ-ହେ କୃଷ୍ଣ ।
BG 1.38-39: ତାଙ୍କର ବିଚାରଶକ୍ତି ଲୋଭ ଦ୍ୱାରା କବଳିତ ହୋଇଯାଇଛି । ତେଣୁ ସେମାନେ ନିଜର ଆତ୍ମୀୟ ମାନଙ୍କର ବିନାଶ କରିବା ବା ପ୍ରତିହିଂସା ମୂଳକ ବିଶ୍ୱାସଘାତ କରିବାରେ କିଛି ଭୁଲ ଦେଖି ପାରୁନାହାନ୍ତି । କିନ୍ତୁ ହେ ଜନାର୍ଦ୍ଦନ! ଜ୍ଞାତି କୁଟୁମ୍ବଙ୍କୁ ହତ୍ୟା କରିବା ଏକ ଅପରାଧ ବୋଲି ଜାଣିବା ପରେ, ଆମେ କାହିଁକି ସେ ପାପକର୍ମରୁ ନିବୃତ୍ତ ହେବା ନାହିଁ?
ଅର୍ଜୁନ ଯଦିଓ ବୃତ୍ତିରେ ଜଣେ ଯୋଦ୍ଧା ଥିଲେ, ତଥାପି ସେ ଅନାବଶ୍ୟକ ହିଂସାକୁ ଘୃଣା କରୁଥିଲେ । ମହାଭାରତ ଯୁଦ୍ଧ ଶେଷ ହେବା ପରେ ଏକ ଘଟଣା ତାଙ୍କ ଚରିତ୍ରର ଏହି ପକ୍ଷକୁ ସୂଚିତ କରିଥାଏ । କୌରବ ପକ୍ଷର ଶହେ ଭାଇ ମୃତ୍ୟୁବରଣ କରିବା ପରେ, ପ୍ରତିହିଂସା ପରାୟଣ ହୋଇ ଦ୍ରୋଣାଚାର୍ଯଙ୍କର ପୁତ୍ର ଅଶ୍ୱତଥାମା ଗୁପ୍ତ ରୂପରେ ପାଣ୍ଡବ ଶିବିରରେ ପ୍ରବେଶ କଲେ ଏବଂ ଦୌପଦୀଙ୍କର ପାଞ୍ଚପୁତ୍ରଙ୍କୁ ନିଦ୍ରିତ ଅବସ୍ଥାରେ ହତ୍ୟାକଲେ । ଅର୍ଜୁନ ତାଙ୍କୁ ପଶୁ ପରି ବାନ୍ଧି କ୍ରନ୍ଦନରତ ଦୌପଦୀଙ୍କ ପାଦ ତଳକୁ ନେଇ ଆସିଲେ । ଦୌପଦୀ କୋମଳ ହୃଦୟ ଏବଂ କ୍ଷମାଶୀଳ ହୋଇଥିବା ଯୋଗୁଁ କହିଲେ, ଅଶ୍ୱତ୍ଥାମା ଗୁରୁ ଦ୍ରୋଣାଚାର୍ଯଙ୍କର ପୁତ୍ର ଅଟନ୍ତି, ତେଣୁ ତାଙ୍କୁ କ୍ଷମା କରାଯିବା ଉଚିତ । ଅନ୍ୟପକ୍ଷରେ, ଭୀମ ଅଶ୍ୱତ୍ଥାମାଙ୍କୁ ତତ୍କ୍ଷଣାତ୍ ହତ୍ୟା କରିବାକୁ ଇଚ୍ଛା କରୁଥିଲେ । ଦ୍ୱନ୍ଦ୍ୱରେ ପଡ଼ି, ଅର୍ଜୁନ ତାହାର ସମାଧାନ ପାଇଁ ଶ୍ରୀକୃଷ୍ଣଙ୍କ ଆଡ଼କୁ ଚାହିଁଲେ । ଶ୍ରୀକୃଷ୍ଣ କହିଲେ, କ୍ଷଣକ ପାଇଁ ପୁଣ୍ୟଚ୍ୟୁତ ହୋଇ ଯାଇଥିଲେ ମଧ୍ୟ ଜଣେ ସମ୍ମାନାସ୍ପଦ ବ୍ରାହ୍ମଣ ନିଶ୍ଚିତ ଭାବରେ କ୍ଷମାର ଯୋଗ୍ୟ ଅଟନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ମାରଣାସ୍ତ୍ର ଧରି ହତ୍ୟା କରିବା ଉଦ୍ଦ୍ୟେଶରେ ଆସିଥାଏ, ତାକୁ ନିଶ୍ଚିତ ଭାବରେ ଦଣ୍ଡ ଦେବା ଆବଶ୍ୟକ । ଅର୍ଜୁନ ଏହି ଦ୍ୱିଅର୍ଥ ବିଶିଷ୍ଟ ଶ୍ରୀକୃଷ୍ଣଙ୍କର ନିର୍ଦ୍ଦେଶକୁ ବୁଝିପାରିଲେ । ସେ ଅଶ୍ୱତ୍ଥାମାଙ୍କୁ ହତ୍ୟା କଲେ ନାହିଁ, ତା ପରିବର୍ତ୍ତେ ତାଙ୍କ ମସ୍ତକର ବ୍ରାହ୍ମଣ କେଶକୁ କାଟିଦେଲେ, କପାଳର ମଣିକୁ କାଢ଼ିନେଲେ ଏବଂ ତାଙ୍କୁ ଶିବିରରୁ ବିତାଡିତ କରିଦେଲେ । ତେଣୁ, ଯେତେ ଦୂର ସମ୍ଭବ ହିଂସାରୁ ନିବୃତ୍ତ ରହିବା ଅର୍ଜୁନଙ୍କର ସ୍ୱଭାବ ଥିଲା । ଏଠାରେ ସେ କହୁଛନ୍ତି ଯେ ଆତ୍ମୀୟସ୍ୱଜନ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମାରିବା ଅନୁଚିତ୍ ଅଟେ ।
ଋତ୍ୱିକ୍ପୁରୋହିତାଚାର୍ଯେ÷୍ୟର୍ ମାତୁଳାତିଥିସଂଶ୍ରିତୈଃ
ବାଳବୃଦ୍ଧାତୁରୈର୍ ବୈଦ୍ୟୈର୍ ଜ୍ଞାତିସମ୍ବନ୍ଧିବାନ୍ଧବୈଃ । । (ମନୁସ୍ମୃତି ୪.୧୭୯)
“ଯଜ୍ଞ କରୁଥିବା ବ୍ରାହ୍ମଣ, କୁଳଗୁରୁ, ଶିକ୍ଷକ, ମାମୁଁ, ଅତିଥି, ଯେଉଁମାନେ ଆଶ୍ରିତ, ଶିଶୁ, ବୟସ୍କ ଏବଂ ବନ୍ଧୁ ବାନ୍ଧବଙ୍କ ସହିତ କଳହ କରିବା ଉଚିତ ନୁହେଁ ।” ତେଣୁ ଅର୍ଜୁନ ନିଷ୍ପତ୍ତି ନେଉଛନ୍ତି ଯେ, କୌରବମାନେ ଲୋଭର ବଶୀଭୂତ ହୋଇ ସତ୍ ପଥରୁ ବିଚ୍ୟୁତ ହୋଇ ପାରନ୍ତି ଏବଂ ବିଚାରଶକ୍ତି ହରାଇ ପାରନ୍ତି, କିନ୍ତୁ ପାପକର୍ମ କରିବାର କୌଣସି ଇଚ୍ଛା ନ ଥାଇ, ସେ ଏପରି ଏକ ଘୃଣ୍ୟ କାର୍ଯ୍ୟ କରିବେ କାହିଁକି?
ଯଦ୍ୟପ୍ୟେତେ ନ ପଶ୍ୟନ୍ତି ଲୋଭୋପହତଚେତସଃ ।
କୁଳକ୍ଷୟକୃତଂ ଦୋଷଂ ମିତ୍ରଦ୍ରୋହେ ଚ ପାତକମ୍ ।।୩୮।।
କଥଂ ନ ଜେ୍ଞୟମସ୍ମାଭିଃ ପାପାଦସ୍ମାନ୍ନିବର୍ତିତୁମ୍ ।
କୁଳକ୍ଷୟକୃତଂ ଦୋଷଂ ପ୍ରପଶ୍ୟଦ୍ଭିର୍ଜନାର୍ଦନ ।।୩୯।।
ତାଙ୍କର ବିଚାରଶକ୍ତି ଲୋଭ ଦ୍ୱାରା କବଳିତ ହୋଇଯାଇଛି । ତେଣୁ ସେମାନେ ନିଜର ଆତ୍ମୀୟ ମାନଙ୍କର ବିନାଶ କରିବା ବା ପ୍ରତିହିଂସା ମୂଳକ ବିଶ୍ୱାସଘାତ କରିବାରେ କିଛି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily