ବକ୍ତୁମର୍ହସ୍ୟଶେଷେଣ ଦିବ୍ୟା ହ୍ୟାତ୍ମବିଭୂତୟଃ ।
ଯାଭିର୍ବିଭୂତିଭିର୍ଲୋକାନିମାଂସ୍ତ୍ୱଂ ବ୍ୟାପ୍ୟ ତିଷ୍ଠସି ।।୧୬।।
କଥଂ ବିଦ୍ୟାମହଂ ଯୋଗିଂସ୍ତ୍ୱାଂ ସଦା ପରିଚିନ୍ତୟନ୍ ।
କେଷୁ କେଷୁ ଚ ଭାବେଷୁ ଚିନ୍ତ୍ୟୋଽସି ଭଗବନ୍ମୟା ।।୧୭।।
ବକ୍ତୁଂ - ବର୍ଣ୍ଣନା କରିବାକୁ; ଅର୍ହସି - ଦୟାକରି; ଅଶେଷେଣ - ପୂର୍ଣ୍ଣତଃ; ଦିବ୍ୟା - ଦିବ୍ୟ; ହି - ନିଶ୍ଚିତରୂପେ; ଆତ୍ମ-ଆପଣଙ୍କର; ବିଭୂତୟଃ - ବିଭୂତି, ଐଶ୍ୱର୍ଯ୍ୟ; ଯାଭିଃ - ଯଦ୍ୱାରା; ବିଭୂତିଭିଃ - ଐଶ୍ୱର୍ଯ୍ୟ ଦ୍ୱାରା: ଲୋକାନ୍ - ସମଗ୍ର ଜଗତ; ଇମାନ୍ - ଏସବୁ; ତ୍ୱଂ - ଆପଣ; ବ୍ୟାପ୍ୟ - ବ୍ୟାପ୍ତ; ତିଷ୍ଠସି - ରହିଛନ୍ତି । କଥଂ - କିପରି; ବିଦ୍ୟାମ୍ ଅହଂ - ମୁଁ ଜାଣିବି; ଯୋଗିନ୍ - ହେ ଯୋଗମାୟାର ଅଧୀଶ୍ୱର; ତ୍ୱାଂ - ଆପଣଙ୍କୁ; ସଦା - ସର୍ବଦା; ପରିଚିନ୍ତୟନ୍ - ଧ୍ୟାନ କରି; କେଷୁ - କେଉଁଥିରେ; ଚ -ଏବଂ; ଭାବେଷୁ - ଭାବରେ; ଚିନ୍ତ୍ୟଃ ଅସି - ଆପଣ ସ୍ମୃତିକୁ ଆସନ୍ତି; ଭଗବନ୍ - ହେ ଭଗବାନ; ମୟା - ମୋ’ ଦ୍ୱାରା ।
BG 10.16-17: ଦୟାକରି ଆପଣଙ୍କର ସେହି ଦିବ୍ୟ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରନ୍ତୁ, ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ବିଶ୍ୱରେ ବ୍ୟାପ୍ତ ହୁଅନ୍ତି ଏବଂ ସେମାନଙ୍କଠାରେ ନିବାସ କରନ୍ତି । ହେ ପରମ ଯୋଗୀଶ୍ୱର! ମୁଁଁ ଆପଣଙ୍କୁ କିପରି ଜାଣିବି ଏବଂ କିପରି ଆପଣଙ୍କର ଧ୍ୟାନ କରିବି । ହେ ପରମ ଦିବ୍ୟ ପୁରୁଷ! ଧ୍ୟାନ କରିବା ସମୟରେ ମୁଁ ଆପଣଙ୍କ କେଉଁ ସ୍ୱରୂପର ଚିନ୍ତନ କରିବି?
ଏଠାରେ ଯୋଗ ଶବ୍ଦ ଯୋଗମାୟା(ଭଗବାନଙ୍କର ଦିବ୍ୟ ଶକ୍ତି)କୁ ସୂଚିତ କରୁଅଛି ଏବଂ ଯୋଗୀ, ଯୋଗମାୟାର ଅଧ୍ୟକ୍ଷଙ୍କୁ ସୂଚିତ କରୁଅଛି । ଅର୍ଜୁନ ବୁଝିପାରିଥିଲେ ଯେ ଶ୍ରୀକୃଷ୍ଣ ଭଗବାନ ଅଟନ୍ତି । ସେ ବର୍ତ୍ତମାନ ଜାଣିବାକୁ ଚାହୁଁଛନ୍ତି, ଅନ୍ୟ କେଉଁ ଉପାୟରେ, ଶ୍ରୀକୃଷ୍ଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ସମଗ୍ର ସୃଷ୍ଟିରେ ପ୍ରକାଶିତ ହୋଇଥାଏ । ସମଗ୍ର ସୃଷ୍ଟିର ଶ୍ରେଷ୍ଠ ନିୟାମକ ରୂପରେ ଶ୍ରୀକୃଷ୍ଣଙ୍କର ପ୍ରସିଦ୍ଧି ଏବଂ ସର୍ବୋଚ୍ଚ ସ୍ଥିତି ସମ୍ପର୍କରେ ସେ ଶୁଣିବାକୁ ଚାହୁଁଛନ୍ତି । ସେ ବିନତି କରୁଛନ୍ତି, “ମୁଁ ଆପଣଙ୍କର ଦିବ୍ୟ ସ୍ୱରୂପ ବିଷୟରେ ଜାଣିବାକୁ ଇଚ୍ଛା କରୁଛି, ଯଦ୍ୱାରା ମୁଁ ବିଶୁଦ୍ଧ ଭକ୍ତି ଯୁକ୍ତ ହୋଇପାରିବି । କିନ୍ତୁ ଆପଣଙ୍କ ସ୍ୱରୂପର ଜ୍ଞାନ ଆପଣଙ୍କର କୃପା ବିନା ପ୍ରାପ୍ତ କରିବା ଅସମ୍ଭବ ଅଟେ । ତେଣୁ ମୋ ପ୍ରତି କୃପା କରି ଆପଣ ନିଜର ଅସୀମ ବିଭୂତିକୁ ପ୍ରକାଶିତ କରନ୍ତୁ, ଯଦ୍ୱାରା ମୁଁ ଆପଣଙ୍କୁ ଜାଣିପାରିବି ।
ବକ୍ତୁମର୍ହସ୍ୟଶେଷେଣ ଦିବ୍ୟା ହ୍ୟାତ୍ମବିଭୂତୟଃ ।
ଯାଭିର୍ବିଭୂତିଭିର୍ଲୋକାନିମାଂସ୍ତ୍ୱଂ ବ୍ୟାପ୍ୟ ତିଷ୍ଠସି ।।୧୬।।
କଥଂ ବିଦ୍ୟାମହଂ ଯୋଗିଂସ୍ତ୍ୱାଂ ସଦା ପରିଚିନ୍ତୟନ୍ ।
କେଷୁ କେଷୁ ଚ ଭାବେଷୁ ଚିନ୍ତ୍ୟୋଽସି ଭଗବନ୍ମୟା ।।୧୭।।
ଦୟାକରି ଆପଣଙ୍କର ସେହି ଦିବ୍ୟ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରନ୍ତୁ, ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ବିଶ୍ୱରେ ବ୍ୟାପ୍ତ ହୁଅନ୍ତି ଏବଂ ସେମାନଙ୍କଠାରେ ନିବାସ କରନ୍ତି । ହେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily