ସର୍ଗାଣାମାଦିରନ୍ତଶ୍ଚ ମଧ୍ୟଂ ଚୈବାହମର୍ଜୁନ ।
ଅଧ୍ୟାତ୍ମବିଦ୍ୟା ବିଦ୍ୟାନାଂ ବାଦଃ ପ୍ରବଦତାମହମ୍ ।।୩୨।।
ସର୍ଗାଣାଂ- ସମସ୍ତ ସୃଷ୍ଟିରେ; ଆଦି- ମୂଳ; ଅନ୍ତଃ-ଶେଷ; ଚ - ଏବଂ; ମଧ୍ୟଂ- ମଧ୍ୟ; ଚ - ଏବଂ; ଏବ - ନିଶ୍ଚିତରୂପେ; ଅହଂ - ମୁଁ; ଅର୍ଜୁନଃ - ହେ ଅର୍ଜୁନ; ଅଧ୍ୟାତ୍ମବିଦ୍ୟା - ଅଧ୍ୟାତ୍ମଜ୍ଞାନ; ବିଦ୍ୟାନାମ୍ - ବିଦ୍ୟାମାନଙ୍କ ମଧ୍ୟରେ ; ବାଦଃ - ସିଦ୍ଧାନ୍ତ; ପ୍ରବଦତାଂ - ଯୁକ୍ତିମାନଙ୍କ ମଧ୍ୟରେ; ଅହଂ - ମୁଁ ।
BG 10.32: ହେ ଅର୍ଜୁନ! ମୋତେ ହିଁ ସମସ୍ତ ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତ ଭାବରେ ଜାଣ । ବିଜ୍ଞାନ ମଧ୍ୟରେ ମୁଁ ଅଧ୍ୟାତ୍ମ ବିଜ୍ଞାନ ଏବଂ ତର୍କ ମଧ୍ୟରେ ମୁଁ ସିଦ୍ଧାନ୍ତ ଅଟେ ।
ପୂର୍ବରୁ ବିଂଶତମ ଶ୍ଲୋକରେ, ଶ୍ରୀକୃଷ୍ଣ କହିଥିଲେ ଯେ, ସେ ସମସ୍ତ ପ୍ରାଣୀମାନଙ୍କର ଆଦି, ମଧ୍ୟ ଓ ଅନ୍ତ ଅଟନ୍ତି । ବର୍ତ୍ତମାନ, ସମଗ୍ର ସୃଷ୍ଟି ଉଦ୍ଦେଶ୍ୟରେ ସେ ସେହିକଥା କହୁଛନ୍ତି, “ଯାହାକିଛି ସୃଷ୍ଟି ହୋଇଛି, ଯଥା ଆକାଶ, ବାୟୁ, ଅଗ୍ନି, ଜଳ ଏବଂ ପୃଥିବୀ - ଯେଉଁମାନଙ୍କୁ ସର୍ଗ କହନ୍ତି, ସମସ୍ତଙ୍କର ସ୍ରଷ୍ଟା (ଆଦି), ପାଳନକର୍ତ୍ତା (ମଧ୍ୟ) ଏବଂ ବିନାଶକର୍ତ୍ତା (ଅନ୍ତ) ମୁଁ ଅଟେ । ଅତଏବ, ସୃଷ୍ଟି-ପାଳନ-ବିଲୟ ଏହି ପ୍ରକ୍ରିୟା ମୋର ବିଭୂତି ଅଟେ ।
ବିଦ୍ୟାର ତାତ୍ପର୍ଯ୍ୟ ଶିକ୍ଷାପଦ୍ଧତି ଯଦ୍ୱାରା କୌଣସି ବିଷୟରେ ଜ୍ଞାନ ଆହରଣ କରାଯାଏ । ଶାସ୍ତ୍ରରେ ଅଠର ପ୍ରକାର ବିଦ୍ୟାର ବର୍ଣ୍ଣନା ରହିଛି ।
ଅଙ୍ଗାନି ବେଦାଶ୍ଚତ୍ୱାରୋ ମୀମାଂସା ନ୍ୟାୟ ବିସ୍ତରଃ
ପୁରାଣଂ ଧର୍ମଶାସ୍ତ୍ରଂ ଚ ବିଦ୍ୟା ହ୍ୟେତାଶ୍ଚତୁର୍ଦଶ ।
ଆୟୁର୍ବେଦୋ ଧନୁର୍ବେଦୋ ଗାନ୍ଧର୍ବଶ୍ଚୈବ ତେ ତ୍ରୟଃ
ଅର୍ଥଶାସ୍ତ୍ରଂ ଚତୁର୍ଥଂ ତୁ ବିଦ୍ୟା ହ୍ୟଷ୍ଟାଦଶୈବ ତାଃ । (ବିଷ୍ଣୁ ପୁରାଣ ୩.୬.୨୭-୨୮)
ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତି, ଜ୍ୟୋତିଷ, ଛାନ୍ଦ- ଏହି ଛଅ ପ୍ରକାର ବିଦ୍ୟାକୁ ବେଦାଙ୍ଗ କୁହାଯାଏ (ବେଦର ଅଙ୍ଗ) । ଋକ୍, ଯଜୁଃ, ସାମ, ଅଥର୍ବ ଏହି ଚାରୋଟି ବେଦର ଶାଖା ଅଟନ୍ତି । ଏତଦ୍ ବ୍ୟତିତ ମୀମାଂସା, ନ୍ୟାୟ, ଧର୍ମ ଶାସ୍ତ୍ର ଓ ପୁରାଣ - ଏହିପରି ଭାବରେ ଚଉଦଟି ମୁଖ୍ୟ ବିଦ୍ୟା ରହିଛି ।” ଏହି ସବୁ ବିଦ୍ୟାର ଅଧ୍ୟୟନ ଆମର ବୁଦ୍ଧିକୁ ପରିପକ୍ୱ କରେ, ଜ୍ଞାନକୁ ଗଭୀର କରେ,ଏବଂ ଧର୍ମ ମାର୍ଗ ବିଷୟରେ ସଚେତନତା ବୃଦ୍ଧି କରାଏ । ତାଛଡା, ଆଧ୍ୟାମିôକ ବିଜ୍ଞାନ ମନୁଷ୍ୟକୁ ସାଂସାରିକ ବନ୍ଧନରୁ ମୁକ୍ତ କରାଇ ଅମରତ୍ୱ ପ୍ରଦାନ କରିଥାଏ । ତେଣୁ ଅନ୍ୟ ସବୁ ବିଦ୍ୟାଠାରୁ ଏହା ଉତ୍କୃଷ୍ଟତର ଅଟେ । ଏହା ଶ୍ରୀମଦ୍ ଭାଗବତମ୍ରେ ମଧ୍ୟ ଉଲ୍ଲେଖ ରହିଛି: ସା ବିଦ୍ୟା ତନ୍୍ମତିର୍ୟୟା (ଶ୍ଲୋକ ୪.୨୪.୪୯) “ତାହାହିଁ ସର୍ବଶ୍ରେଷ୍ଠ ବିଦ୍ୟା ଅଟେ, ଯାହା ଦ୍ୱାରା ବୁଦ୍ଧି ଭଗବାନଙ୍କ ପାଦ ପଦ୍ମରେ ସଂଯୁକ୍ତ ହୁଏ ।
ତର୍କକ୍ଷେତ୍ରରେ, ଜଳ୍ପ ଅର୍ଥ, ନିଜର ମତକୁ ସିଦ୍ଧ କରିବା ପାଇଁ ଅନ୍ୟର ଉକ୍ତିରେ ତ୍ରୁଟି ଖୋଜିବା । ବିତଣ୍ଡା ହେଉଛି ସତ୍ୟ ଆଧାରରେ ବିଚାର ନ କରି ଅଯଥା ଯୁକ୍ତି ଦ୍ୱାରା ତାକୁ ଏଡ଼ାଇ ଦେବା; ବାଦ ର ଅର୍ଥ କୌଣସି ବିଚାରର ଯୁକ୍ତିଯୁକ୍ତ ନିର୍ଣ୍ଣୟ । ତର୍କ ମତାମତ ପ୍ରକାଶ କରିବା ଏବଂ ସତ୍ୟକୁ ସ୍ଥାପିତ କରିବାର ଆଧାର ଅଟେ । ତର୍କର ସାର୍ବଜନୀନତା ଯୋଗୁଁ ଜ୍ଞାନର ବିକାଶ, ଅର୍ଜନ ଏବଂ ବିତରଣ ସମ୍ଭବ ହୋଇଥାଏ । ଶିକ୍ଷା ଦିଆଯାଇପାରିବ ଏବଂ ଆହରଣ କରାଯାଇ ପାରିବ । ତର୍କର ଏହି ସାର୍ବଜନିକ ନିୟମ ଭଗବାନଙ୍କ ଶକ୍ତିର ପରିପ୍ରକାଶ ଅଟେ ।
ସର୍ଗାଣାମାଦିରନ୍ତଶ୍ଚ ମଧ୍ୟଂ ଚୈବାହମର୍ଜୁନ ।
ଅଧ୍ୟାତ୍ମବିଦ୍ୟା ବିଦ୍ୟାନାଂ ବାଦଃ ପ୍ରବଦତାମହମ୍ ।।୩୨।।
ହେ ଅର୍ଜୁନ! ମୋତେ ହିଁ ସମସ୍ତ ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତ ଭାବରେ ଜାଣ । ବିଜ୍ଞାନ ମଧ୍ୟରେ ମୁଁ ଅଧ୍ୟାତ୍ମ ବିଜ୍ଞାନ ଏବଂ ତର୍କ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily