ଅକ୍ଷରାଣାମକାରୋଽସ୍ମି ଦ୍ୱନ୍ଦ୍ୱଃ ସାମାସିକସ୍ୟ ଚ ।
ଅହମେବାକ୍ଷୟଃ କାଳୋ ଧାତାହଂ ବିଶ୍ୱତୋମୁଖଃ ।।୩୩।।
ଅକ୍ଷରାଣାଂ- ଅକ୍ଷରମାନଙ୍କ ମଧ୍ୟରେ; ଅକାରଃ - ପ୍ରଥମ ଅକ୍ଷର ଅ; ଅସ୍ମି - ଅଟେ; ଦ୍ୱନ୍ଦ୍ୱଃ - ଦ୍ୱନ୍ଦ୍ୱ; ସାମାସିକସ୍ୟ - ସମାସ ମଧ୍ୟରେ; ଚ - ଏବଂ; ଅହଂ-ମୁଁ; ଏବ - ନିଶ୍ଚିତଭାବେ; ଅକ୍ଷୟଃ - ଶାଶ୍ୱତ; କାଳଃ - ସମୟ; ଧାତା -ସୃଷ୍ଟିକର୍ତ୍ତା; ଅହଂ-ମୁଁ; ବିଶ୍ୱତୋ ମୁଖଃ - ବ୍ରହ୍ମା ।
BG 10.33: ଅକ୍ଷରମାନଙ୍କ ମଧ୍ୟରେ ମୁଁ ପ୍ରଥମ ଅକ୍ଷର ‘ଅ’ ଅଟେ । ବ୍ୟାକରଣର ସମାସମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସମାସ ଅଟେ । ମୁଁ ଅନନ୍ତ ସମୟ ଏବଂ ସ୍ରଷ୍ଟାମାନଙ୍କ ମଧ୍ୟରେ ମୁଁ ବ୍ରହ୍ମା ଅଟେ ।
ସଂସ୍କୃତ ଭାଷାରେ, ଯେ କୌଣସି ଅର୍ଦ୍ଧ ଅକ୍ଷର ସହିତ ‘ଅ’ ର ସଂଯୋଗ ହୋଇ ଗୋଟିଏ ଅକ୍ଷର ତିଆରି ହୁଏ । ଉଦାହରଣ ସ୍ୱରୂପ କ୍ +ଅ- କ । ଏଣୁ ସଂସ୍କୃତ ଭାଷାରେ ଅ ଅକ୍ଷର ଅତି ଗୁରୁତ୍ୱପୂର୍ଣ୍ଣ । ବର୍ଣ୍ଣମାଳାରେ ‘ଅ’ ପ୍ରଥମ ସ୍ୱରବର୍ଣ୍ଣ ଅଟେ, ଏବଂ ଯେହେତୁ ସ୍ୱରବର୍ଣ୍ଣ ସବୁ ବ୍ୟଞ୍ଜନବର୍ଣ୍ଣ ମାନଙ୍କ ପୂର୍ବରୁ ରହିଥାଏ, ‘ଅ’ ସର୍ବପ୍ରଥମେ ଆସେ ।
ଯଦିଓ ସଂସ୍କୃତ ଭାଷା ଏକ ପ୍ରାଚୀନ ଭାଷା ଅଟେ, ତଥାପି ଏହା ଅତ୍ୟନ୍ତ ମାର୍ଜିତ ଓ ସମ୍ଭ୍ରାନ୍ତ ଅଟେ । ଶବ୍ଦମାନଙ୍କୁ ଯୋଡ଼ି ଏକ ଯୁଗ୍ମ ଶବ୍ଦ ସୃଷ୍ଟି କରିବା ସଂସ୍କୃତ ଭାଷାରେ ଏକ ସାଧାରଣ ପ୍ରକ୍ରିୟା ଅଟେ ।
ଦୁଇ ବା ଊର୍ଦ୍ଧ୍ୱ ଶବ୍ଦର ସଂଯୋଗରେ ନୂତନ ଯୁଗ୍ମ ଶବ୍ଦ ସୃଷ୍ଟି କରିବା ପ୍ରକ୍ରିୟାରେ ଶବ୍ଦଗୁଡ଼ିକର ଶେଷ ସ୍ୱର ଲୋପ ପାଇଥାଏ, ଏହାକୁ ସମାସ କୁହାଯାଏ ଏବଂ ନୂତନ ଯୁଗ୍ମଶବ୍ଦକୁ ସମାସ ପଦ କୁହାଯାଏ । ମୁଖ୍ୟତଃ, ଛଅ ପ୍ରକାରର ସମାସ ରହିଛି; ୧. ଦ୍ୱନ୍ଦ୍ୱ, ୨. ବହୁବ୍ରିହି, ୩. କର୍ମଧାରୟ, ୪. ତତ୍ପୁରୁଷ, ୫. ଦ୍ୱିଗୁ, ୬. ଅବ୍ୟୟୀ ଭାବ । ଏମାନଙ୍କ ମଧ୍ୟରୁ ଦ୍ୱନ୍ଦ୍ୱ ସମାସ ବିଶେଷ ଅଟେ, କାରଣ ଏଥିରେ ଦୁଇଟିଯାକ ଶବ୍ଦ ସ୍ପଷ୍ଟ ଭାବରେ ରହିଥାଏ । ଅନ୍ୟ ସବୁ ସମାସରେ ଗୋଟିଏ ଶବ୍ଦ ପ୍ରମୁଖ ରହିଥାଏ ବା ଦୁଇଟି ଶବ୍ଦ ମିଶି ଏକ ତୃତୀୟ ଶବ୍ଦ ଉତ୍ପନ୍ନ କରିଥାନ୍ତି । ରାଧା-କୃଷ୍ଣ ଶବ୍ଦ ଦ୍ୱନ୍ଦ୍ୱ ସମାସର ଏକ ଉଦାହରଣ ଅଟେ । ଶ୍ରୀକୃଷ୍ଣ ଏହାକୁ ତାଙ୍କର ବିଭୂତି ଭାବେ ପ୍ରାଧାନ୍ୟତା ଦେଇଛନ୍ତି ।
ସୃଷ୍ଟି ଏକ ଚମତ୍କାର ପ୍ରକ୍ରିୟା, ଯାହା ଅତ୍ୟନ୍ତ ବିସ୍ମୟକର ଅଟେ । ମାନବ ଜାତିର ସର୍ବୋତ୍କୃଷ୍ଟ ଜ୍ଞାନ କୌଶଳଯୁକ୍ତ ଆବିଷ୍କାର ମଧ୍ୟ ତା’ ସମ୍ମୁଖରେ ମଳୀନ ମନେହେବ । ସେଥିପାଇଁ ଶ୍ରୀକୃଷ୍ଣ ସ୍ରଷ୍ଟାମାନଙ୍କ ମଧ୍ୟରେ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇଛନ୍ତି ଏବଂ ତାଙ୍କର ସୃଜନୀ ଶକ୍ତିକୁ ନିଜର ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି ।
ଅକ୍ଷରାଣାମକାରୋଽସ୍ମି ଦ୍ୱନ୍ଦ୍ୱଃ ସାମାସିକସ୍ୟ ଚ ।
ଅହମେବାକ୍ଷୟଃ କାଳୋ ଧାତାହଂ ବିଶ୍ୱତୋମୁଖଃ ।।୩୩।।
ଅକ୍ଷରମାନଙ୍କ ମଧ୍ୟରେ ମୁଁ ପ୍ରଥମ ଅକ୍ଷର ‘ଅ’ ଅଟେ । ବ୍ୟାକରଣର ସମାସମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସମାସ ଅଟେ । ମୁଁ ଅନନ୍ତ ସମୟ ଏବଂ ସ୍ରଷ୍ଟାମାନଙ୍କ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily