ଯଦ୍ୟଦ୍ବିଭୂତିମତ୍ସତ୍ତ୍ୱଂ ଶ୍ରୀମଦୂର୍ଜିତମେବ ବା ।
ତତ୍ତଦେବାବଗଚ୍ଛ ତ୍ୱଂ ମମ ତେଜୋଂଽଶସମ୍ଭବମ୍ ।।୪୧।।
ଯତ୍ ଯତ୍ - ଯାହା ଯାହା; ବିଭୂତିମତ୍ - ଐଶ୍ୱର୍ଯ୍ୟ ଯୁକ୍ତ; ସତ୍ତ୍ୱଂ - ବସ୍ତୁ ଅଛି; ଶ୍ରୀମଦ୍ - ସୁନ୍ଦର, ଉର୍ଜିତମ୍ - ଗୌରବମୟ; ଏବ - ନିଶ୍ଚିତଭାବେ; ବା -କିମ୍ବା; ତତ୍ ତତ୍ - ସେ ସବୁ; ଏବ - ନିଶ୍ଚିତଭାବେ; ଅବଗଚ୍ଛ - ଜାଣିରଖ; ତ୍ୱଂ -ତୁମେ ମମ- ମୋର; ତେଜଃ - ତେଜ; ଅଂଶ- ଅଂଶ; ସମ୍ଭବମ୍ - ଜାତ ।
BG 10.41: ତୁମେ ଯେଉଁ ସବୁ ଐଶ୍ୱର୍ଯ୍ୟଯୁକ୍ତ, ସୁନ୍ଦର ଏବଂ ଗୌରବମୟ ବସ୍ତୁ ଦେଖୁଛ, ଜାଣିରଖ ଯେ ତାହା ମୋ ତେଜର ଅଂଶରୁ ଜାତ ଅଟେ ।
ଶବ୍ଦଯନ୍ତ୍ର (ସ୍ପିକର) ମଧ୍ୟରେ ବିଦ୍ୟୁତ୍ ଶକ୍ତିର ପ୍ରବାହ ଯୋଗୁଁ ଶବ୍ଦ ଉତ୍ପନ୍ନ ହୋଇଥାଏ । କିନ୍ତୁ ଯେଉଁମାନେ ଭିତର ରହସ୍ୟକୁ ଜାଣି ନ ଥା’ନ୍ତି, ସେମାନେ ଭାବନ୍ତି ଶବ୍ଦ ଶବ୍ଦଯନ୍ତ୍ରରୁ ଉତ୍ପନ୍ନ ହେଉଛି । ସେହିପରି ଯେଉଁଠି ବି ଆମେ କିଛି ଆଶ୍ଚର୍ଯ୍ୟଜନକ ବସ୍ତୁ ଦେଖିଥାଏ, ଯାହା ଆମର ଧ୍ୟାନ ଆକର୍ଷଣ କରେ, ଆମକୁ ଭାବବିହ୍ୱଳ କରେ, ଶାନ୍ତି ପ୍ରଦାନ କରେ, ଆମେ ଜାଣିବା ଉଚିତ ଯେ ସେସବୁ ଭଗବାନଙ୍କ ଐଶ୍ୱର୍ଯ୍ୟର ଝଲକ ଅଟେ । ସେ ଶକ୍ତିର ଭଣ୍ଡାର ଅଟନ୍ତି, ଯେଉଁଠାରୁ ସମସ୍ତ ଜୀବ ଓ ବସ୍ତୁ ତାଙ୍କର ଶକ୍ତି ପ୍ରାପ୍ତ କରିଥାଆନ୍ତି । ଅତଏବ,ସକଳ ଶକ୍ତିର ଉତ୍ସ ଭଗବାନଙ୍କୁ ଆମେ ଆମର ଉପାସନାର କେନ୍ଦ୍ର କରିବା ଉଚିତ ।
ଯଦ୍ୟଦ୍ବିଭୂତିମତ୍ସତ୍ତ୍ୱଂ ଶ୍ରୀମଦୂର୍ଜିତମେବ ବା ।
ତତ୍ତଦେବାବଗଚ୍ଛ ତ୍ୱଂ ମମ ତେଜୋଂଽଶସମ୍ଭବମ୍ ।।୪୧।।
ତୁମେ ଯେଉଁ ସବୁ ଐଶ୍ୱର୍ଯ୍ୟଯୁକ୍ତ, ସୁନ୍ଦର ଏବଂ ଗୌରବମୟ ବସ୍ତୁ ଦେଖୁଛ, ଜାଣିରଖ ଯେ ତାହା ମୋ ତେଜର ଅଂଶରୁ ଜାତ ଅଟେ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily