ଅଥବା ବହୁନୈତେନ କିଂ ଜ୍ଞାତେନ ତବାର୍ଜୁନ ।
ବିଷ୍ଟଭ୍ୟାହମିଦଂ କୃତ୍ସ୍ନମେକାଂଶେନ ସ୍ଥିତୋ ଜଗତ୍ ।।୪୨।।
ଅଥବା - କିମ୍ବା; ବହୁନା - ଅନେକ; ଏତେନ - ଏହି ପ୍ରକାର; କିଂ -କ’ଣ; ଜ୍ଞାତେନ - ଜାଣି; ତବ -ତୁମେ; ଅର୍ଜୁନ - ହେ ଅର୍ଜୁନ; ବିଷ୍ଟଭ୍ୟ - ବ୍ୟାପକ ଏବଂ ଧାରକ; ଅହଂ -ମୁଁ; ଇଦଂ - ଏହି; କୃତ୍ସ୍ନମ୍ - ସମଗ୍ର ପରିପ୍ରକାଶ; ଏକ - ଏକ; ଅଂଶେନ - ଅଂଶ, ସ୍ଥିତଃ - ସ୍ଥିତ; ଜଗତ୍ -ବ୍ରହ୍ମାଣ୍ଡ ।
BG 10.42: ହେ ଅର୍ଜୁନ! ଏତେ ସବୁ ବିସ୍ତୃତ ଜ୍ଞାନର ଆବଶ୍ୟକତା କ’ଣ? କେବଳ ଏତିକି ଜାଣ ଯେ ମୋ ବ୍ୟକ୍ତିତ୍ୱର ଏକ ଅଂଶ ଦ୍ୱାରା, ମୁଁ ଏ ସମଗ୍ର ସୃଷ୍ଟିରେ ବ୍ୟାପ୍ତ ହୁଏ ଏବଂ ସୃଷ୍ଟିକୁ ଧାରଣ କରିଥାଏ ।
ଶ୍ରୀକୃଷ୍ଣଙ୍କର ଏହି ବକ୍ତବ୍ୟ ସୂଚିତ କରୁଛି ଯେ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ସେ ଦେଇସାରିଛନ୍ତି । ବର୍ତ୍ତମାନ ନିଜ ତରଫରୁ ସେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଛନ୍ତି । ତାଙ୍କ ବିଭୂତିର ଚମତ୍କାରିତା ବର୍ଣ୍ଣନା କରି ସାରିବା ପରେ ସେ କହୁଛନ୍ତି ଯେ ଯେତେ ସବୁ ଗୁଣର ବର୍ଣ୍ଣନା ସେ କଲେ ସେସବୁର ସମଷ୍ଟି ଦ୍ୱାରା ମଧ୍ୟ ତାଙ୍କ ଐଶ୍ୱର୍ଯ୍ୟର ପରିକଳ୍ପନା କରିହେବ ନାହିଁ, କାରଣ ସୃଷ୍ଟିର ଅନନ୍ତ ବ୍ରହ୍ମାଣ୍ଡ ତାଙ୍କ ଶରୀରର ଏକ ଅଂଶରେ ସମାହିତ ହୋଇଅଛି ।
ଏଠାରେ ସେ କାହିଁକି ନିଜ ବ୍ୟକ୍ତିତ୍ୱର ଏକ ଅଂଶ ବିଷୟରେ କହୁଛନ୍ତି? କାରଣ ଅନନ୍ତ ବ୍ରହ୍ମାଣ୍ଡ ଯୁକ୍ତ ସମଗ୍ର ମାୟିକ ସୃଷ୍ଟି ଭଗବାନଙ୍କ ସମ୍ପୂର୍ଣ୍ଣ ପରିପ୍ରକାଶର ଏକ ଚତୁର୍ଥାଂଶ ଅଟେ; ଅବଶିଷ୍ଟ ତିନି ଚତୁର୍ଥାଂଶ ତାଙ୍କର ଆଧ୍ୟାତ୍ମିକ ସୃଷ୍ଟି ଅଟେ ।
ପାଦୋଽସ୍ୟ ବିଶ୍ୱା ଭୂତାନି ତ୍ରିପାଦସ୍ୟାମୃତଂ ଦିବି (ପୁରୁଷ ସୁକ୍ତଂ ମନ୍ତ୍ର-୩)
“ମାୟିକ ଶକ୍ତିରୁ ଉତ୍ପନ୍ନ ଏହି ନଶ୍ୱର ସଂସାର ପରମ ପୁରୁଷଙ୍କର ଗୋଟିଏ ଅଂଶ ମାତ୍ର ଅଟେ । ଅନ୍ୟ ତିନି ଅଂଶ ଜନ୍ମ-ମୃତ୍ୟୁ ଚକ୍ରର ଉର୍ଦ୍ଧ୍ୱରେ ତାଙ୍କର ଶାଶ୍ୱତ ଦିବ୍ୟ ଧାମ ଅଟେ ।”
ଆଶ୍ଚର୍ଯ୍ୟର କଥା ଏହା ଯେ, ଶ୍ରୀକୃଷ୍ଣ ଏହି ପୃଥିବୀରେ ଅର୍ଜୁନଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି, ତଥାପି ସେ କହୁଛନ୍ତି ଯେ ସମଗ୍ର ସୃଷ୍ଟି ତାଙ୍କ ଶରୀରର ଏକ ଅଂଶ ମାତ୍ର ଅଟେ । ଏହା ଗଣେଶ ଏବଂ ଭଗବାନ ଶିବଙ୍କର କାହାଣୀ ସଦୃଶ ଅଟେ । ଏକଦା ଦେବର୍ଷି ନାରଦ ଭଗବାନ ଶିବଙ୍କୁ ଏକ ବିଶେଷ ଫଳ ଦେଲେ । ଶିବଙ୍କର ଦୁଇ ସନ୍ତାନ ସେହି ଫଳଟି ପାଇବାକୁ ଚାହିଁଲେ । ଶିବ ଚିନ୍ତା କଲେ ସେ ଯଦି ଫଳଟି ଜଣଙ୍କୁ ଦେବେ, ତେବେ ଅନ୍ୟ ଜଣଙ୍କ ଭାବିବେ, ସେ ପକ୍ଷପାତିତା କହୁଛନ୍ତି । ତେଣୁ ପ୍ରଭୁ ଶିବ ତାଙ୍କ ଦୁହିଁଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଇଲେ - ଯିଏ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ପରିକ୍ରମା କରି ପ୍ରଥମେ ତାଙ୍କ ପାଖକୁ ଫେରି ଆସିବ, ସେ ସେହି ଫଳଟି ପାଇବ ।
ଏହା ଶୁଣି, କାର୍ତ୍ତିକେୟ ତତ୍କ୍ଷଣାତ୍ ବିଶ୍ୱ ପରିକ୍ରମା କରିବାକୁ ବାହାରି ପଡ଼ିଲେ । ତାଙ୍କର ଶରୀର ସୁଗଠିତ ଏବଂ ବଳଶାଳୀ ହୋଇଥିବାରୁ ସେ ତାର ଲାଭ ନେବାକୁ ଚାହିଁଲେ । ଅନ୍ୟ ପକ୍ଷରେ, ଗଣେଶ ପୃଥୁଳକାୟ ଥିଲେ, ତେଣୁ ଭାଇଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ ନିଜକୁ ସେ ଅକ୍ଷମ ମନେକଲେ । ତଥାପି, ବୁଦ୍ଧି ସାହାଯ୍ୟରେ ସେ ନିଜର ଅକ୍ଷମତାକୁ ଦୂର କରିବା କଥା ଚିନ୍ତାକଲେ । ଶିବ ଏବଂ ପାର୍ବତୀ ସେଠାରେ ଛିଡ଼ା ହୋଇଥିଲେ । ଗଣେଶ ତିନିଥର ତାଙ୍କର ପ୍ରଦକ୍ଷିଣା କରି ଘୋଷଣା କଲେ । “ପିତାଶ୍ରୀ, ମୁଁ ପ୍ରଥମେ ପରିକ୍ରମା ସାରି ଫେରିଆସିଛି । ଦୟାକରି ଫଳଟି ମୋତେ ଦିଅନ୍ତୁ ।” ଭଗବାନ ଶିବ କହିଲେ, “ତୁମେ କେତେବେଳେ ବିଶ୍ୱ ପରିକ୍ରମା କଲ? ତୁମେ ତ ସବୁ ସମୟରେ ଆମ ସହିତ ରହିଛ!” ଗଣେଶ କହିଲେ “ପିତାଶ୍ରୀ, ଆପଣ ଭଗବାନ ଅଟନ୍ତି । ସମଗ୍ର ବିଶ୍ୱ ଆପଣଙ୍କ ଠାରେ ନିବାସ କରିଛି । ଅତଏବ, ଆପଣଙ୍କ ଚତୁର୍ପାଶ୍ୱର୍ରେ ପରିକ୍ରମା କରି ମୁଁ ସମଗ୍ର ବିଶ୍ୱର ପରିକ୍ରମା କରିଦେଲି ।” ଭଗବାନ ଶିବ ଏଥିରେ ସମ୍ମତ ହେଲେ ଯେ ଗଣେଶ ଅତ୍ୟନ୍ତ ବୁଦ୍ଧିମାନ ଅଟନ୍ତି ଏବଂ ବାସ୍ତବରେ ସେ ହିଁ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ।
ଭଗବାନ ଶିବ ଯେପରି ଗୋଟିଏ ଜାଗାରେ ଠିଆ ହୋଇଥିଲେ, ଅଥଚ ସମଗ୍ର ବିଶ୍ୱ ତାଙ୍କ ମଧ୍ୟରେ ସମାହିତ ଥିଲା, ଠିକ୍ ସେହିପରି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ଅସଂଖ୍ୟ ମାୟିକ ବ୍ରହ୍ମାଣ୍ଡ ଯୁକ୍ତ ସମଗ୍ର ସୃଷ୍ଟିକୁ ସେ ତାଙ୍କର ଏକ ଅଂଶରେ ଧାରଣ କରିଛନ୍ତି ।
ଅଥବା ବହୁନୈତେନ କିଂ ଜ୍ଞାତେନ ତବାର୍ଜୁନ ।
ବିଷ୍ଟଭ୍ୟାହମିଦଂ କୃତ୍ସ୍ନମେକାଂଶେନ ସ୍ଥିତୋ ଜଗତ୍ ।।୪୨।।
ହେ ଅର୍ଜୁନ! ଏତେ ସବୁ ବିସ୍ତୃତ ଜ୍ଞାନର ଆବଶ୍ୟକତା କ’ଣ? କେବଳ ଏତିକି ଜାଣ ଯେ ମୋ ବ୍ୟକ୍ତିତ୍ୱର ଏକ ଅଂଶ ଦ୍ୱାରା, ମୁଁ ଏ ସମଗ୍ର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily