ଦିବି ସୂର୍ଯ୍ୟସହସ୍ରସ୍ୟ ଭବେଦ୍ୟୁଗପଦୁତ୍ଥିତା ।
ଯଦି ଭାଃ ସଦୃଶୀ ସା ସ୍ୟାଦ୍ଭାସସ୍ତସ୍ୟ ମହାତ୍ମନଃ ।।୧୨।।
ଦିବି - ଆକାଶରେ; ସୂର୍ଯ୍ୟ- ସୂର୍ଯ୍ୟ; ସହସ୍ରସ୍ୟ - ହଜାର ହଜାର; ଭବେତ୍ - ଥିଲେ; ଯୁଗପତ୍ - ଏକ ସଙ୍ଗେ; ଉତ୍ଥିତା - ଉଦୟ ହେବା; ଯଦି - ଯଦି; ଭାଃ - ତେଜ; ସଦୃଶୀ - ତାହାପରି; ସା - ତାହା; ସ୍ୟାତ୍ - ହୋଇପାରେ; ଭାସଃ - ଦୀପ୍ତି (ଜ୍ୟୋତି), ତସ୍ୟ - ତାଙ୍କର; ମହାତ୍ମନଃ - ମହାନ୍ ବ୍ୟକ୍ତିତ୍ୱଙ୍କର ।
BG 11.12: ଆକାଶରେ ଏକ ହଜାର ସୂର୍ଯ୍ୟ ଏକତ୍ର ପ୍ରଜ୍ୱଳିତ ହେଲେ ମଧ୍ୟ ସେମାନେ ସେହି ବିରାଟ ସ୍ୱରୂପର ଦୀପ୍ତି ସହିତ ତୁଳନୀୟ ହୋଇପାରିବେ ନାହିଁ ।
ସଞ୍ଜୟ ବର୍ତ୍ତମାନ ବିଶ୍ୱରୂପର ଦୀପ୍ତି ବର୍ଣ୍ଣନା କରୁଛନ୍ତି । ଏହାର ଉଜ୍ଜ୍ୱଳମୟ କାନ୍ତି ସମ୍ବନ୍ଧରେ ସାମାନ୍ୟ ଧାରଣା ଦେବା ପାଇଁ, ସେ ଏହାକୁ ମଧ୍ୟାହ୍ନ ଆକାଶରେ ଏକ ସଙ୍ଗେ ଏକ ହଜାର ସୂର୍ଯ୍ୟ ପ୍ରଜ୍ଜ୍ୱଳିତ ହେବାର କାନ୍ତି ସହିତ ତୁଳନା କରୁଛନ୍ତି । ବାସ୍ତବରେ ଭଗବାନଙ୍କର ଦୀପ୍ତି ଅସୀମ ଅଟେ, ଏହାକୁ ସୂର୍ଯ୍ୟଙ୍କର ଦୀପ୍ତି ଦ୍ୱାରା ମାପି ହେବ ନାହିଁ । ତଥାପି ଭାଷ୍ୟକାର ମାନେ ଅନେକ ସମୟରେ ଗୋଟିଏ ଅଜ୍ଞାତ ବସ୍ତୁର ବର୍ଣ୍ଣନା ଗୋଟିଏ ଜ୍ଞାତ ବସ୍ତୁ ସାହାଯ୍ୟରେ କରିଥାନ୍ତି । ଏକ ହଜାର ସୂର୍ଯ୍ୟର ଉପମା, ସଞ୍ଜୟଙ୍କର ଏହି ମନୋଭାବକୁ ପ୍ରକାଶ କରିଥାଏ ଯେ ଭଗବାନଙ୍କ ଦୀପ୍ତିର କୌଣସି ତୁଳନା ନାହିଁ ।
ଦିବି ସୂର୍ଯ୍ୟସହସ୍ରସ୍ୟ ଭବେଦ୍ୟୁଗପଦୁତ୍ଥିତା ।
ଯଦି ଭାଃ ସଦୃଶୀ ସା ସ୍ୟାଦ୍ଭାସସ୍ତସ୍ୟ ମହାତ୍ମନଃ ।।୧୨।।
ଆକାଶରେ ଏକ ହଜାର ସୂର୍ଯ୍ୟ ଏକତ୍ର ପ୍ରଜ୍ୱଳିତ ହେଲେ ମଧ୍ୟ ସେମାନେ ସେହି ବିରାଟ ସ୍ୱରୂପର ଦୀପ୍ତି ସହିତ ତୁଳନୀୟ ହୋଇପାରିବେ ନାହିଁ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily