ଭବାପ୍ୟୟୌ ହି ଭୂତାନାଂ ଶ୍ରୁତୌ ବିସ୍ତରଶୋ ମୟା ।
ତ୍ୱତ୍ତଃ କମଳପତ୍ରାକ୍ଷ ମାହାତ୍ମ୍ୟମପି ଚାବ୍ୟୟମ୍ ।।୨।।
ଭବ - ଆବିର୍ଭାବ; ଅପ୍ୟୟୌ - ତିରୋଭାବ; ହି - ନିଶ୍ଚିତରୂପେ; ଭୂତାନାଂ - ସମସ୍ତ ଜୀବଙ୍କର; ଶ୍ରୁତୌ - ଶୁଣିଛି; ବିସ୍ତରଶଃ - ବିସ୍ତୃତଭାବେ; ମୟା - ମୋ’ଦ୍ୱାରା; ତ୍ୱତ୍ତଃ - ଆପଣଙ୍କଠାରୁ; କମଳ -ପତ୍ରାକ୍ଷ - ହେ ପଦ୍ମଲୋଚନ; ମାôହାତ୍ମ୍ୟଂ - ମାହାତ୍ମ୍ୟ; ଅପି - ମଧ୍ୟ; ଚ - ଏବଂ; ଅବ୍ୟୟମ୍ - ଅବ୍ୟୟ ।
BG 11.2: ହେ କମଳ ଲୋଚନ! ମୁଁ ଆପଣଙ୍କଠାରୁ ବିସ୍ତୃତ ଭାବେ ସମସ୍ତ ଜୀବଙ୍କର ଆବିର୍ଭାବ ଏବଂ ତିରୋଭାବ ବିଷୟରେ ଏବଂ ତା ସହିତ ଆପଣଙ୍କର ଚିରନ୍ତନ ଐଶ୍ୱର୍ଯ୍ୟ ବିଷୟରେ ଶ୍ରବଣ କଲି ।
ଅର୍ଜୁନ ଶ୍ରୀକୃଷ୍ଣଙ୍କ ଐଶ୍ୱର୍ଯ୍ୟର ଯଶୋଗାନ କରିଛନ୍ତି ଏବଂ ସମସ୍ତ ଭୌତିକ ଜଗତର ଆର୍ବିଭାବ ଓ ତିରୋଭାବର କାରଣ ଭାବେ ତାଙ୍କର ସର୍ବୋଚ୍ଚ ସ୍ଥିତିକୁ ସ୍ୱୀକୃତି ଦେଇଛନ୍ତି । ସେ ଶ୍ରୀକୃଷ୍ଣଙ୍କୁ କମଳ ପତ୍ରାକ୍ଷ ସମ୍ବୋଧନ କରିଛନ୍ତି, ଅର୍ଥାତ୍ ଯାହାର ଚକ୍ଷୁଦ୍ୱୟ ପଦ୍ମଫୁଲ ପରି ବିଶାଳ, କୋମଳ, ସୁନ୍ଦର, ନମନୀୟ ଏବଂ ଉଦାର ଗୁଣଯୁକ୍ତ ଅଟେ ।
ଉପରୋକ୍ତ ଶ୍ଲୋକରେ ଅର୍ଜୁନ ଏହା କହିବାକୁ ଇଚ୍ଛା କରୁଛନ୍ତି, “ହେ ଶ୍ରୀକୃଷ୍ଣ, ମୁଁ ଆପଣଙ୍କ ଠାରୁ ଆପଣଙ୍କର ଅକ୍ଷୁର୍ଣ୍ଣ ଯଶସ୍ୱୀ ବିଭୂତି ସବୁ ଶୁଣିଲି । ଯଦିଓ ଆପଣ ସମସ୍ତଙ୍କ ମଧ୍ୟରେ ନିବାସ କରନ୍ତି, ଆପଣ ସେମାନଙ୍କର ଅବଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଯଦିଓ ଆପଣ ପରମ ନିର୍ଣ୍ଣାୟକ ଅଟନ୍ତି, ତଥାପି ଆପଣ ଅକର୍ତ୍ତା ଅଟନ୍ତି ଏବଂ ଆମ୍ଭ ମାନଙ୍କର କର୍ମ ପାଇଁ ଦାୟୀ ନୁହନ୍ତି । ଯଦିଓ ଆପଣ ଆମ୍ଭମାନଙ୍କର କର୍ମର ଫଳ ଦିଅନ୍ତି କିନ୍ତୁ ଆପଣ ସମସ୍ତଙ୍କ ପାଇଁ ନିରପେକ୍ଷ ଏବଂ ସମାନ ଅଟନ୍ତି । ଆପଣ ସର୍ବସାକ୍ଷୀ ଅଟନ୍ତି ଏବଂ ଆମର କର୍ମଫଳ ପ୍ରଦାୟକ ଅଟନ୍ତି । ତେଣୁ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଅଛି ଯେ ଆପଣ ସମସ୍ତ ପ୍ରାଣୀଙ୍କର ଉପାସ୍ୟ ଅଟନ୍ତି ।
ଭବାପ୍ୟୟୌ ହି ଭୂତାନାଂ ଶ୍ରୁତୌ ବିସ୍ତରଶୋ ମୟା ।
ତ୍ୱତ୍ତଃ କମଳପତ୍ରାକ୍ଷ ମାହାତ୍ମ୍ୟମପି ଚାବ୍ୟୟମ୍ ।।୨।।
ହେ କମଳ ଲୋଚନ! ମୁଁ ଆପଣଙ୍କଠାରୁ ବିସ୍ତୃତ ଭାବେ ସମସ୍ତ ଜୀବଙ୍କର ଆବିର୍ଭାବ ଏବଂ ତିରୋଭାବ ବିଷୟରେ ଏବଂ ତା ସହିତ ଆପଣଙ୍କର ଚିରନ୍ତନ ଐଶ୍ୱର୍ଯ୍ୟ ବିଷୟରେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily