ରୂପଂ ମହତ୍ତେ ବହୁବକ୍ତ୍ରନେତ୍ରଂ
ମହାବାହୋ ବହୁବାହୂରୁପାଦମ୍ ।
ବହୂଦରଂ ବହୁଦଂଷ୍ଟ୍ରାକରାଳମ୍
ଦୃଷ୍ଟ୍ୱା ଲୋକାଃ ପ୍ରବ୍ୟଥିତାସ୍ତଥାହମ୍ ।।୨୩।।
ରୂପଂ - ରୂପ; ମହତ୍ - ଅତି ମହାନ; ତେ -ଆପଣଙ୍କର; ବହୁ -ଅନେକ; ବକ୍ତ୍ର-ମୁଖ; ନେତ୍ରଂ -ଚକ୍ଷୁ; ମହାବାହୋ - ହେ ମହାବାହୁ; ବହୁ -ଅନେକ; ବାହୁ - ବାହୁ; ଊରୁ -ଜଙ୍ଘ; ପାଦଂ -ପାଦ; ବହୁ-ଉଦରଂ - ଅନେକ ଉଦର; ବହୁ ଦ୍ରଂଷ୍ଟା - ଅନେକ ଦନ୍ତ; କରାଳଂ -ଭୟଙ୍କର; ଦୃଷ୍ଟ୍ୱା - ଦେଖି; ଲୋକାଃ - ସମସ୍ତଲୋକ; ପ୍ରବ୍ୟଥିତାଃ - ଭୀତତ୍ରସ୍ତ; ତଥା - ସେହିପରି; ଅହଂ-ମୁଁ ।
BG 11.23: ହେ ସର୍ବଶକ୍ତିମାନ ପ୍ରଭୁ! ଆପଣଙ୍କର ଅନେକ ମୁଖମଣ୍ଡଳ, ଚକ୍ଷୁ, ହସ୍ତ, ଜଙ୍ଘ, ପାଦ, ଉଦର ଏବଂ ଭୟଙ୍କର ଦନ୍ତପଂକ୍ତି ଯୁକ୍ତ ଅଦ୍ଭୁତ ରୂପର ସମ୍ମାନରେ ସମସ୍ତ ଲୋକ ଭୟଭୀତ ଅଟନ୍ତି, ଏପରିକି ମୁଁ ମଧ୍ୟ ।
ଭଗବାନଙ୍କର ଅସଂଖ୍ୟ ହସ୍ତ, ପଦ, ମୁଖମଣ୍ଡଳ ଏବଂ ଉଦର ସର୍ବତ୍ର ରହିଛି । ଶ୍ୱେତାଶ୍ୱତର ଉପନିଷଦ କହେ;
ସହସ୍ରଶୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍
ସ ଭୂମିଂ ବିଶ୍ୱତୋ ବୃତ୍ୱାତ୍ୟତିଷ୍ଠଦ୍ଦଶାଙ୍ଗୁଳମ୍ (୩.୧୪)
“ପରମ ପୁରୁଷଙ୍କର ସହସ୍ର ମସ୍ତକ, ସହସ୍ର ଚକ୍ଷୁ ଏବଂ ସହସ୍ର ପାଦ ଅଛି । ସେ ବିଶ୍ୱକୁ ଆବୃତ କରିଛନ୍ତି, କିନ୍ତୁ ତା’ର ଊର୍ଦ୍ଧ୍ୱରେ ସ୍ଥିତ ଅଟନ୍ତି । ସେ ସମସ୍ତ ମନୁଷ୍ୟଙ୍କର, ନାଭିକେନ୍ଦ୍ରର ଦଶ ଅଙ୍ଗୁଳି ଉପରେ ସ୍ଥିତ ହୃଦୟ ପଦ୍ମରେ ନିବାସ କରନ୍ତି ।” ଯେଉଁମାନେ ଦେଖନ୍ତି ଏବଂ ଯେଉଁମାନେ ଦେଖାଯାଆନ୍ତି; ଯେଉଁମାନେ ଭୟଭୀତ ଏବଂ ଯେଉଁମାନେ ଭୟଙ୍କର, ସେମାନେ ସମସ୍ତେ ଭଗବାନଙ୍କ ବିଶ୍ୱରୂପ ମଧ୍ୟରେ ଅଛନ୍ତି । ପୁଣି କଠୋପନିଷଦ କହୁଛି:
ଭୟାଦସ୍ୟାଗ୍ନିସ୍ତପତି ଭୟାତ୍ ତପତି ସୂର୍ଯ୍ୟଃ
ଭୟାଦିନ୍ଦ୍ରଶ୍ଚ ବାୟୁଶ୍ଚ ମୃତ୍ୟୁର୍ଧାବତି ପଞ୍ଚମଃ (୨.୩.୩.)
ଭଗବାନଙ୍କ ଭୟରେ ଅଗ୍ନି ଜଳିଥାଏ ଏବଂ ସୂର୍ଯ୍ୟ ପ୍ରକାଶ ଦେଇଥାଏ । ଭଗବାନଙ୍କ ଭୟରେ ବାୟୁ ପ୍ରବାହିତ ହୋଇଥାଏ ଏବଂ ଇନ୍ଦ୍ର ବୃଷ୍ଟି କରିଥାନ୍ତି । ଏପରିକି ମୃତ୍ୟୁର ଦେବତା, ଯମରାଜ ମଧ୍ୟ ତାଙ୍କ ଭୟରେ କମ୍ପିତ ହୁଅନ୍ତି ।
ରୂପଂ ମହତ୍ତେ ବହୁବକ୍ତ୍ରନେତ୍ରଂ
ମହାବାହୋ ବହୁବାହୂରୁପାଦମ୍ ।
ବହୂଦରଂ ବହୁଦଂଷ୍ଟ୍ରାକରାଳମ୍
ଦୃଷ୍ଟ୍ୱା ଲୋକାଃ ପ୍ରବ୍ୟଥିତାସ୍ତଥାହମ୍ ।।୨୩।।
ହେ ସର୍ବଶକ୍ତିମାନ ପ୍ରଭୁ! ଆପଣଙ୍କର ଅନେକ ମୁଖମଣ୍ଡଳ, ଚକ୍ଷୁ, ହସ୍ତ, ଜଙ୍ଘ, ପାଦ, ଉଦର ଏବଂ ଭୟଙ୍କର ଦନ୍ତପଂକ୍ତି ଯୁକ୍ତ ଅଦ୍ଭୁତ ରୂପର ସମ୍ମାନରେ ସମସ୍ତ ଲୋକ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily