ଲେଲିହ୍ୟସେ ଗ୍ରସମାନଃ ସମନ୍ତା-
ଲ୍ଲୋକାନ୍ସମଗ୍ରାନ୍ୱଦନୈଜ୍ୱର୍ଳଦ୍ଭିଃ ।
ତେଜୋଭିରାପୂର୍ଯ୍ୟ ଜଗତ୍ସମଗ୍ରଂ
ଭାସସ୍ତବୋଗ୍ରାଃ ପ୍ରତପନ୍ତି ବିଷ୍ଣୋ ।।୩୦।।
ଲେଲିହ୍ୟସେ - ଜିଭରେ ଚାଟିକରି; ଗ୍ରସମାନଃ - ଗ୍ରାସକରି; ସମନ୍ତାତ୍ - ସବୁ ଦିଗରୁ; ଲୋକାନ୍ -ସବୁ ଲୋକ; ସମଗ୍ରାନ୍ - ସମ୍ପୂର୍ଣ୍ଣରୂପେ; ବଦନୈଃ - ମୁଖଦ୍ୱାରା; ଜ୍ୱଳଦ୍ଭିଃ - ପ୍ରଜ୍ଜ୍ୱଳିତ; ତେଜୋଭିଃ - ତେଜଦ୍ୱାରା; ଆପୂର୍ଯ୍ୟ- ଢ଼ାଙ୍କିକରି; ଜଗତ୍ - ଜଗତ; ସମଗ୍ରଂ - ସମଗ୍ର; ଭାସ-ପ୍ରକାଶ; ତବ - ଆପଣଙ୍କର; ଉଗ୍ରାଃ - ଭୟଙ୍କର; ପ୍ରତପନ୍ତି - ଅତି ପ୍ରଖର; ବିଷ୍ଣୋ - ହେ ଭଗବାନ ବିଷ୍ଣୁ ।
BG 11.30: ଆପଣଙ୍କର ଶାଣିତ ଜିହ୍ୱାଦ୍ୱାରା, ଆପଣ ଅଗଣିତ ପ୍ରାଣୀଙ୍କୁ ଚତୁର୍ଦ୍ଦିଗରୁ ଲେହନ କରୁଛନ୍ତି ଏବଂ ଆପଣଙ୍କର ଜ୍ୱଳନ୍ତ ମୁଖରେ ସେମାନଙ୍କୁ ଗ୍ରାସ କରୁଛନ୍ତି । ହେ ବିଷ୍ଣୁ! ଆପଣଙ୍କର ଦୀପ୍ତିର ତୀକ୍ଷ୍ଣ ଏବଂ ସର୍ବବ୍ୟାପୀ ରଶ୍ମୀରେ ଆପଣ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉଦ୍ଭାସିତ କରୁଛନ୍ତି ।
ଭଗବାନ ତାଙ୍କର, ସୃଷ୍ଟି, ପାଳନ ଓ ବିନାଶ ରୂପକ ସର୍ବଶ୍ରେଷ୍ଠ ଶକ୍ତି ଦ୍ୱାରା ବିଶ୍ୱର ନିୟନ୍ତ୍ରଣ କରିଥାନ୍ତି । ବର୍ତ୍ତମାନ ଅର୍ଜୁନ ତାଙ୍କୁ ନିଜର ବନ୍ଧୁ ଓ ସହଯୋଗୀଙ୍କୁ ସମସ୍ତ ଦିଗରୁ ଗ୍ରାସ କରୁଥିବା ଏକ ସର୍ବଗ୍ରାସୀ ଶକ୍ତି ରୂପରେ ଦେଖୁଛନ୍ତି । ଭଗବାନଙ୍କର ବିଶ୍ୱରୂପ ମଧ୍ୟରେ, ଭବିଷ୍ୟତରେ ଘଟିବାକୁ ଥିବା ଘଟଣାବଳୀର ଛାୟାରୂପ ଅବଲୋକନ କରି, ଅର୍ଜୁନ ଦେଖିବାକୁ ପାଉଛନ୍ତି ଯେ, ଆସନ୍ନ ଯୁଦ୍ଧରେ ତାଙ୍କର ଶତ୍ରୁମାନେ ବିଲୁପ୍ତ ହୋଇ ଯାଉଛନ୍ତି । ସେ ତାଙ୍କର ଅନେକ ମିତ୍ରଙ୍କୁ ମଧ୍ୟ ମୃତ୍ୟୁର କବଳିତ ହେଉଥିବା ଦେଖି ପାରୁଛନ୍ତି । ସେହି ଅଦ୍ଭୁତ ଦୃଶ୍ୟର ଅବଲୋକନରେ ଆତଙ୍କିତ ହୋଇ, ପରବର୍ତ୍ତୀ ଶ୍ଲୋକରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି ।
ଲେଲିହ୍ୟସେ ଗ୍ରସମାନଃ ସମନ୍ତା-
ଲ୍ଲୋକାନ୍ସମଗ୍ରାନ୍ୱଦନୈଜ୍ୱର୍ଳଦ୍ଭିଃ ।
ତେଜୋଭିରାପୂର୍ଯ୍ୟ ଜଗତ୍ସମଗ୍ରଂ
ଭାସସ୍ତବୋଗ୍ରାଃ ପ୍ରତପନ୍ତି ବିଷ୍ଣୋ ।।୩୦।।
ଆପଣଙ୍କର ଶାଣିତ ଜିହ୍ୱାଦ୍ୱାରା, ଆପଣ ଅଗଣିତ ପ୍ରାଣୀଙ୍କୁ ଚତୁର୍ଦ୍ଦିଗରୁ ଲେହନ କରୁଛନ୍ତି ଏବଂ ଆପଣଙ୍କର ଜ୍ୱଳନ୍ତ ମୁଖରେ ସେମାନଙ୍କୁ ଗ୍ରାସ କରୁଛନ୍ତି । ହେ ବିଷ୍ଣୁ! ଆପଣଙ୍କର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily