ପିତାସି ଲୋକସ୍ୟ ଚରାଚରସ୍ୟ
ତ୍ୱମସ୍ୟ ପୂଜ୍ୟଶ୍ଚ ଗୁରୁର୍ଗରୀୟାନ୍ ।
ନ ତ୍ୱତ୍ସମୋଽସ୍ତ୍ୟଭ୍ୟଧିକଃ କୁତୋଽନ୍ୟୋ
ଲୋକତ୍ରୟେଽପ୍ୟପ୍ରତିମପ୍ରଭାବ ।।୪୩।।
ପିତା- ପିତା; ଅସି- ଆପଣ ଅଟନ୍ତି; ଲୋକସ୍ୟ- ସମସ୍ତ ଲୋକର; ଚର-ଜଙ୍ଗମ; ଅଚରସ୍ୟ- ସ୍ଥାବର; ତ୍ୱଂ- ଆପଣ; ଅସ୍ୟ- ଏହାର; ପୂଜ୍ୟଃ- ପୂଜ୍ୟ; ଚ-ଏବଂ; ଗୁରୁଃ-ଗୁରୁ; ଗରୀୟାନ୍- ଗରୀୟାନ; ନ-ନୁହେଁ; ତ୍ୱତ୍-ସମଃ- ଆପଣଙ୍କ ସହ ସମାନ; ଅସ୍ତି-ଅଛି; ଅଭ୍ୟଧିକଃ- ଶ୍ରେଷ୍ଠତର; କୁତଃ- କିପରି ସମ୍ଭବ; ଅନ୍ୟଃ-ଅନ୍ୟ; ଲୋକତ୍ରୟେ-ତିନିଲୋକରେ; ଅପି-ମଧ୍ୟ; ଅପ୍ରତିମ-ଅସୀମ, ଅକଳନୀୟ; ପ୍ରଭାବ-ଶକ୍ତି ।
BG 11.43: ଆପଣ ସମ୍ପୂର୍ଣ୍ଣ ବିଶ୍ୱର ସମସ୍ତ ଚରାଚର ପ୍ରାଣୀଙ୍କର ପିତା ଅଟନ୍ତି । ଆପଣ ପରମ ପୂଜନୀୟ ଏବଂ ଶ୍ରେଷ୍ଠ ଆଧ୍ୟାତ୍ମିକ ଗୁରୁ ଅଟନ୍ତି । ହେ ଅତୁଳନୀୟ ଶକ୍ତିର ଅଧିକାରୀ! କେହି ଆପଣଙ୍କର ସମକକ୍ଷ ନ ଥିବା ବେଳେ, ଆପଣଙ୍କଠାରୁ ବଡ଼ କିଏ ଅବା ହୋଇପାରିବ ?
ଅର୍ଜୁନ କହୁଛନ୍ତି ଯେ, ଶ୍ରୀକୃଷ୍ଣ ସର୍ବଶ୍ରେଷ୍ଠ ତଥା ସର୍ବବରିଷ୍ଠ ଅଟନ୍ତି । ପିତା ସର୍ବଦା ପୁତ୍ରଠାରୁ ବରିଷ୍ଠ ହୋଇଥାନ୍ତି । ଶ୍ରୀକୃଷ୍ଣ ସମସ୍ତ ପିତାଙ୍କର ପିତା ଅଟନ୍ତି । ସେହିପରି ସେ ସମସ୍ତ ଆଧ୍ୟାତ୍ମିକ ଗୁରୁମାନଙ୍କର ଗୁରୁ ଅଟନ୍ତି । ପ୍ରଥମ ଆଧ୍ୟାତ୍ମିକ ଗୁରୁ, ସୃଷ୍ଟିକର୍ତ୍ତା; ବ୍ରହ୍ମା ଅଟନ୍ତି । ସେ ତାଙ୍କ ଶିଷ୍ୟମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ, ଏବଂ ତାହା ଆଗକୁ ଗଡି ଚାଲିଲା । ବ୍ରହ୍ମା ବୈଦିକ ଜ୍ଞାନ ଶ୍ରୀକୃଷ୍ଣଙ୍କ ଠାରୁ ପ୍ରାପ୍ତ କରିଥିଲେ । ଶ୍ରୀମଦ୍ ଭାଗବତମ୍ (୧.୧.୧) କହେ: ତେନେ ବ୍ରହ୍ମ ହୃଦାୟ ଆଦି କବୟେ, “ଶ୍ରୀକୃଷ୍ଣ ପ୍ରଥମ ଜନ୍ମିତ ବ୍ରହ୍ମାଙ୍କ ହୃଦୟରେ ବେଦଜ୍ଞାନ ପ୍ରଦାନ କରିଥିଲେ ।” ଅତଏବ, ସର୍ବପ୍ରଥମ ଗୁରୁ ଶ୍ରୀକୃଷ୍ଣ ଅଟନ୍ତି ।
ଶ୍ୱେତାଶ୍ୱତର ଉପନିଷଦ କହେ:
ନ ତତ୍ସମଶ୍ଚାଭ୍ୟଧିକଶ୍ଚ ଦୃଶ୍ୟତେ (୬.୮)
“କେହି ଭଗବାନଙ୍କର ସମକକ୍ଷ ନୁହଁନ୍ତି, ଅଥବା କେହି ତାଙ୍କଠାରୁ ଶ୍ରେଷ୍ଠ ନୁହଁନ୍ତି ।”ଶ୍ରୀକୃଷ୍ଣ ଯେ ସେହି ବେଦ ବର୍ଣ୍ଣିତ ପରମ ପୁରୁଷ ଅଟନ୍ତି, ଏହା ହୃଦୟଙ୍ଗମ କରିବା ପରେ, ଅର୍ଜୁନ ତାଙ୍କୁ ଉପରୋକ୍ତ ଉପାଧି ଦ୍ୱାରା ସମ୍ବୋଧିତ କରିଛନ୍ତି ।
ପିତାସି ଲୋକସ୍ୟ ଚରାଚରସ୍ୟ
ତ୍ୱମସ୍ୟ ପୂଜ୍ୟଶ୍ଚ ଗୁରୁର୍ଗରୀୟାନ୍ ।
ନ ତ୍ୱତ୍ସମୋଽସ୍ତ୍ୟଭ୍ୟଧିକଃ କୁତୋଽନ୍ୟୋ
ଲୋକତ୍ରୟେଽପ୍ୟପ୍ରତିମପ୍ରଭାବ ।।୪୩।।
ଆପଣ ସମ୍ପୂର୍ଣ୍ଣ ବିଶ୍ୱର ସମସ୍ତ ଚରାଚର ପ୍ରାଣୀଙ୍କର ପିତା ଅଟନ୍ତି । ଆପଣ ପରମ ପୂଜନୀୟ ଏବଂ ଶ୍ରେଷ୍ଠ ଆଧ୍ୟାତ୍ମିକ ଗୁରୁ ଅଟନ୍ତି । ହେ ଅତୁଳନୀୟ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily