ତସ୍ମାତ୍ ପ୍ରଣମ୍ୟ ପ୍ରଣିଧାୟ କାୟଂ
ପ୍ରସାଦୟେ ତ୍ୱାମହମୀଶମୀଡ୍ୟମ୍ ।
ପିତେବ ପୁତ୍ରସ୍ୟ ସଖେବ ସଖ୍ୟୁଃ
ପ୍ରିୟଃ ପ୍ରିୟାୟାର୍ହସି ଦେବ ସୋଢ଼ୁମ୍ ।।୪୪।।
ତସ୍ମାତ୍- ତେଣୁ; ପ୍ରଣମ୍ୟ- ପ୍ରଣାମ କରି; ପ୍ରଣିଧାୟ- ଦଣ୍ଡବତ କରି; କାୟମ୍- ଶରୀର; ପ୍ରସାଦୟେ- କୃପାଭିକ୍ଷା କରି; ତ୍ୱାଂ-ଆପଣଙ୍କୁ; ଅହଂ-ମୁଁ ; ଈଶଂ- ଭଗବାନଙ୍କୁ; ଈଡ଼୍ୟମ୍- ପୂଜନୀୟ; ପିତା-ଇବ - ପିତାଙ୍କ ପରି; ପୁତ୍ରସ୍ୟ- ପୁତ୍ରର; ସଖା-ଇବ- ବନ୍ଧୁ ପରି; ସଖ୍ୟୁଃ- ବନ୍ଧୁର; ପ୍ରିୟଃ- ପ୍ରିୟ; ପ୍ରିୟାୟାଃ-ପ୍ରିୟତମାର; ଅର୍ହସି- ଆପଣ ନିଶ୍ଚୟ; ଦେବ-ହେ ପ୍ରଭୁ; ସୋଢ଼ୁମ୍- କ୍ଷମା କରିବେ ।
BG 11.44: ଏଣୁ ହେ ଆଦରଣୀୟ ପ୍ରଭୁ ! ଆପଣଙ୍କ ସମ୍ମୁଖରେ ନତମସ୍ତକ ହୋଇ ଏବଂ ଦଣ୍ଡବତ ପ୍ରଣାମ ଜଣାଇ, ମୁଁ କ୍ଷମା ପ୍ରାର୍ଥନା କରୁଅଛି । ପିତା ପୁତ୍ରକୁ ସହ୍ୟ କରିବା ପରି, ବନ୍ଧୁ ବନ୍ଧୁକୁ କ୍ଷମା କରିବା ପରି ଓ ପ୍ରେମୀ ପ୍ରେମାସ୍ପଦର ସବୁ ଦୋଷ ଭୁଲିଯିବା ପରି, ଆପଣ ମୋର ସମସ୍ତ ଦୋଷ କ୍ଷମା କରନ୍ତୁ ।
ଭଗବାନଙ୍କ ପ୍ରତି ପ୍ରଦର୍ଶନ କରିଥିବା ନିଜର ବ୍ୟବହାରକୁ ଅପରାଧ ବିବେଚନା କରି ଅର୍ଜୁନ କ୍ଷମା ପ୍ରାର୍ଥନା କରୁଛନ୍ତି । ଶ୍ରୀକୃଷ୍ଣଙ୍କ ସହିତ ମିଳାମିଶା କରିବା ବେଳେ- ଖେଳିବା, ଖାଇବା, ଥଟ୍ଟା ପରିହାସ, କଥାବାର୍ତ୍ତା ଏବଂ ବିଶ୍ରାମ କାଳରେ- ସେ ସର୍ବଶକ୍ତିମାନ ଭଗବାନଙ୍କ ପ୍ରତି ଶୋଭନୀୟ ବ୍ୟବହାର ପ୍ରଦର୍ଶନ କରୁ ନ ଥିଲେ । ତଥାପି ସମ୍ବନ୍ଧ ଅତ୍ୟନ୍ତ ଘନିଷ୍ଠ ଥିଲେ, ଏପରି ଉଲଘଂନକୁ କେହି ବି ମନରେ ଧରନ୍ତି ନାହିଁ । କୌଣସି ସରକାରୀ ଅଧିକାରୀଙ୍କର ଦେଶର ରାଷ୍ଟ୍ରପତିଙ୍କ ସହ ପରିହାସ କରିବାର ଅଧିକାର ନ ଥାଏ । କିନ୍ତୁ ରାଷ୍ଟ୍ରପତିଙ୍କର ବନ୍ଧୁ ତାଙ୍କୁ ଥଟ୍ଟା କରନ୍ତି, ଉପହାସ କରନ୍ତି, ଏପରିକି ଗାଳି ମଧ୍ୟ ଦେଇଥାନ୍ତି । ରାଷ୍ଟ୍ରପତି କିଛି ଖରାପ ଭାବନ୍ତି ନାହିଁ, ବରଂ ତାଙ୍କର ଥଟ୍ଟା ପରିହାସକୁ, ଅଧସ୍ତନ କର୍ମଚାରୀ ମାନେ ଦେଉଥିବା ସମ୍ମାନଠାରୁ ଅଧିକ ମୂଲ୍ୟ ଦେଇଥାନ୍ତି । ହଜାର ହଜାର ବ୍ୟକ୍ତି ଜଣେ ସେନାଧ୍ୟକ୍ଷଙ୍କୁ ସାଲ୍ୟୁଟ୍ କରିଥାନ୍ତି, କିନ୍ତୁ କେହି ବି, ତାଙ୍କର ପରମ ଅନ୍ତରଙ୍ଗ ପତ୍ନୀଙ୍କ ପରି ପ୍ରିୟ ନୁହଁନ୍ତି । ସେହିପରି ଶ୍ରୀକୃଷ୍ଣଙ୍କ ପ୍ରତି ଅର୍ଜୁନଙ୍କର ଘନିଷ୍ଠ ବ୍ୟବହାର ମର୍ଯ୍ୟାଦାର ଉଲଘଂନ ନଥିଲା; ସେଗୁଡ଼ିକ ଜଣେ ବନ୍ଧୁ ଭାବରେ ତାଙ୍କର ଗଭୀର ପ୍ରେମର ନିଦର୍ଶନ ଥିଲା । ଜଣେ ଭକ୍ତ ସ୍ୱଭାବରେ ନମ୍ର ହୋଇଥାନ୍ତି ଏବଂ ବିନମ୍ରତା ଯୋଗୁଁ ସେ ଅନୁଭବ କରନ୍ତି ହୁଏତ ସେ ଅପରାଧ କରିଥାଇପାରନ୍ତି, ତେଣୁ ସେ କ୍ଷମା ଭିକ୍ଷା କରୁଛନ୍ତି ।
ତସ୍ମାତ୍ ପ୍ରଣମ୍ୟ ପ୍ରଣିଧାୟ କାୟଂ
ପ୍ରସାଦୟେ ତ୍ୱାମହମୀଶମୀଡ୍ୟମ୍ ।
ପିତେବ ପୁତ୍ରସ୍ୟ ସଖେବ ସଖ୍ୟୁଃ
ପ୍ରିୟଃ ପ୍ରିୟାୟାର୍ହସି ଦେବ ସୋଢ଼ୁମ୍ ।।୪୪।।
ଏଣୁ ହେ ଆଦରଣୀୟ ପ୍ରଭୁ ! ଆପଣଙ୍କ ସମ୍ମୁଖରେ ନତମସ୍ତକ ହୋଇ ଏବଂ ଦଣ୍ଡବତ ପ୍ରଣାମ ଜଣାଇ, ମୁଁ କ୍ଷମା ପ୍ରାର୍ଥନା କରୁଅଛି । ପିତା ପୁତ୍ରକୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily