ପଶ୍ୟାଦିତ୍ୟାନ୍ବସୂନ୍ରୁଦ୍ରାନଶ୍ୱିନୌ ମରୁତସ୍ତଥା ।
ବହୂନ୍ୟଦୃଷ୍ଟପୂର୍ବାଣି ପଶ୍ୟାଶ୍ଚର୍ଯ୍ୟାଣି ଭାରତ ।।୬।।
ପଶ୍ୟ - ଦେଖ; ଆଦିତ୍ୟାନ୍ - ଅଦିତିଙ୍କର ବାରପୁତ୍ରଙ୍କୁ; ବସୂନ୍ - ଅଷ୍ଟବସୁ; ରୁଦ୍ରାନ୍ - ରୁଦ୍ରଙ୍କର ଏକାଦଶ ରୂପ; ଅଶ୍ୱିନୌ - ସ୍ୱର୍ଗର ଦୁଇବୈଦ୍ୟ; ମରୁତଃ - ଅଣଚାଶ ମରୁତ (ବାୟୁୁ ଦେବତାଗଣ); ତଥା - ମଧ୍ୟ; ବହୂନି - ଅନେକ; ଅଦୃଷ୍ଟ - ଅଦେଖା; ପୂର୍ବାଣି - ପୂର୍ବରୁ; ପଶ୍ୟ - ଦେଖ; ଆଶ୍ଚର୍ଯ୍ୟାଣି - ସବୁ ଆଶ୍ଚର୍ଯ୍ୟ; ଭାରତ - ହେ ଭରତଶ୍ରେଷ୍ଠ ।
BG 11.6: ହେ ଭରତ ଶ୍ରେଷ୍ଠ! ଅଦିତିଙ୍କର (ବାର) ପୁତ୍ର, (ଅଷ୍ଟ) ବସୁଗଣ, (ଏଗାର) ରୁଦ୍ରଗଣ, (ଯମଜ) ଅଶ୍ୱିନି କୁମାର, (ଅଣଚାଶ) ମରୁତଗଣ ଏବଂ ଅନ୍ୟ ଅନେକ ବିସ୍ମୟ, ଯାହା ପୂର୍ବରୁ କେବେବି ପ୍ରକଟ ହୋଇ ନ ଥିଲା, ସେ ସବୁକୁ ମୋ ଭିତରେ ଦେଖ ।
ଭଗବାନଙ୍କର ବିଶ୍ୱରୂପରେ ପୃଥିବୀ ପୃଷ୍ଠର ସମସ୍ତ ଐଶ୍ଚର୍ଯ୍ୟ ସମାହିତ ହେବା ସହିତ ଉଚ୍ଚତର ଲୋକମାନଙ୍କର ଐଶ୍ୱର୍ଯ୍ୟ ମଧ୍ୟ ସମାହିତ ହୋଇଥିଲା, ଯାହାକି ଏହି ପ୍ରକାରରେ କେବେ ବି ପ୍ରକଟିତ ହୋଇ ନ ଥିଲା । ସେଥିରେ ସେ ସ୍ୱର୍ଗର ଦେବତାମାନଙ୍କୁ, ଯେଉଁମାନେ କି ତାଙ୍କ ଦିବ୍ୟ ବ୍ୟକ୍ତିତ୍ୱର ଏକ କ୍ଷୁଦ୍ର ଅଂଶ ମାତ୍ର ଅଟନ୍ତି; ସେ ବାର ଆଦିତ୍ୟ, ଅଷ୍ଟବସୁ, ଏକଦଶ ରୁଦ୍ର, ଦୁଇ ଅଶ୍ୱିନୀ କୁମାର ତଥା ଅଣଚାଶ ମରୁତଙ୍କୁ ତାଙ୍କ ମଧ୍ୟରେ ସମାହିତ ହୋଇଥିବା ଦେଖାଇଲେ ।
ଅଦିତିଙ୍କର ବାରଜଣ ପୁତ୍ର ହେଲେ: ଧାତା, ମିତ୍ର, ଅର୍ଯ୍ୟମ, ଶକ୍ର, ବରୁଣ, ଅଂଶ, ଭାଗ, ବିବସ୍ୱାନ, ପୁଶ, ସବିତ, ତ୍ୱଷ୍ତ, ବାମନ । ଅଷ୍ଟବସୁଗଣ ହେଲେ: ଦର, ଧ୍ରୁବ, ସୋମ, ଅହଃ, ଅନିଳ, ଅନଳ, ପ୍ରତୁୁ୍ୟଷ, ପ୍ରଭାସ ।
ଏକାଦଶ ରୁଦ୍ରଗଣ ହେଲେ: ହର, ବହୁରୂପ, ତ୍ର୍ୟମ୍ବକ, ଅପରାଜିତ, ବୃସକପି, ଶମ୍ଭୁ, କପର୍ଦି, ରୈବତ, ମୃଗବ୍ୟାଧ, ସର୍ବ, କପାଳି । ଦୁଇ ଯମଜ ଅଶ୍ୱିନୀ କୁମାରମାନେ ଦେବତାମାନଙ୍କର ବୈଦ୍ୟ ଅଟନ୍ତି ।
ଅଣଚାଶ ମରୁତଗଣ (ବାୟୁଦେବତା) ହେଲେ: ସତ୍ୱଜ୍ୟୋତି, ଆଦିତ୍ୟ, ସତ୍ୟଜ୍ୟୋତି, ତିର୍ଯ୍ୟଗ୍ଜ୍ୟୋତି, ସଜ୍ୟୋତି, ଜ୍ୟୋତିସ୍ମାନ୍, ହରିତ, ଋତଜିତ୍, ସତ୍ୟଜିତ୍, ସୁଶେଣ, ସେନାଜିତ, ସତ୍ୟମିତ୍ର, ଅଭିମିତ୍ର, ହରିମିତ୍ର, କ୍ରିତ, ସତ୍ୟ, ଧ୍ରୁବ, ଧର୍ତ, ବିର୍ଧତ, ବିଧାରୟ, ଧ୍ୱନ୍ତ, ଧୁନି, ଉଗ୍ର, ଭୀମ, ଅଭିୟୁ, ସକ୍ଷିପ, ଇଦ୍ରିକ, ଅନ୍ୟଦ୍ରିକ, ଯାଦ୍ରିକ, ପ୍ରତିକ୍ରିତ, ରିକ, ସମିତି, ସମ୍ରମ୍ଭ, ଇଦ୍ରିକ୍ଷ, ପୁରୁଷ, ଅନ୍ୟଦ୍ରିକ୍ଷ, ଚେତସ, ସମିତ, ସମିଦ୍ରିକ୍ଷ, ପ୍ରତିଦ୍ରିକ୍ଷ, ମରୁତ, ଶରତ, ଦେବ, ଦିଶ, ଯଜୁଃ, ଅନୁଦ୍ରିକ, ସମ, ମନୁଷ ଏବଂ ବିଷ ।
ପଶ୍ୟାଦିତ୍ୟାନ୍ବସୂନ୍ରୁଦ୍ରାନଶ୍ୱିନୌ ମରୁତସ୍ତଥା ।
ବହୂନ୍ୟଦୃଷ୍ଟପୂର୍ବାଣି ପଶ୍ୟାଶ୍ଚର୍ଯ୍ୟାଣି ଭାରତ ।।୬।।
ହେ ଭରତ ଶ୍ରେଷ୍ଠ! ଅଦିତିଙ୍କର (ବାର) ପୁତ୍ର, (ଅଷ୍ଟ) ବସୁଗଣ, (ଏଗାର) ରୁଦ୍ରଗଣ, (ଯମଜ) ଅଶ୍ୱିନି କୁମାର, (ଅଣଚାଶ) ମରୁତଗଣ ଏବଂ ଅନ୍ୟ ଅନେକ ବିସ୍ମୟ, ଯାହା …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily