ଅର୍ଜୁନ ଉବାଚ
ଏବଂ ସତତଯୁକ୍ତା ଯେ ଭକ୍ତାସ୍ତ୍ୱାଂ ପର୍ଯ୍ୟୁପାସତେ ।
ଯେ ଚାପ୍ୟକ୍ଷରମବ୍ୟକ୍ତଂ ତେଷାଂ କେ ଯୋଗବିତ୍ତମାଃ ।।୧।।
ଅର୍ଜୁନଃ ଉବାଚ - ଅର୍ଜୁନ କହିଲେ; ଏବଂ -ଏହିପରି; ସତତ - ସର୍ବଦା; ଯୁକ୍ତାଃ- ସଂଲଗ୍ନ; ଯେ -ଯେଉଁମାନେ; ଭକ୍ତାଃ - ଭକ୍ତଗଣ; ତ୍ୱାମ୍ - ଆପଣଙ୍କୁ; ପର୍ଯ୍ୟୁପାସତେ-ଯଥାବିଧି ପୂଜାକରନ୍ତି; ଯେ-ଯେଉଁମାନେ; ଚ-ଏବଂ; ଅପି-ମଧ୍ୟ; ଅକ୍ଷରଂ-ଅବିନଶ୍ୱର; ଅବ୍ୟକ୍ତଂ - ନିରାକାର; ତେଷାଂ - ସେମାନଙ୍କ ମଧ୍ୟରେ; କେ-କେଉଁମାନେ; ଯୋଗବିତ୍ତମାଃ - ଉତ୍ତମ ଯୋଗୀ ।
BG 12.1: ଅର୍ଜୁନ ପ୍ରଶ୍ନ କଲେ: ଯେଉଁମାନେ ଆପଣଙ୍କର ସାକାର ସ୍ୱରୂପର ନିରବଚ୍ଛିନ୍ନ ଭାବରେ ଭକ୍ତି କରନ୍ତି, ଏବଂ ଯେଉଁମାନେ ଆପଣଙ୍କର ନିରାକାର ବ୍ରହ୍ମସ୍ୱରପର ଆରାଧନା କରନ୍ତି, ସେମାନଙ୍କ ମଧ୍ୟରୁ ଉତ୍ତମ ଯୋଗୀ ଭାବରେ ଆପଣ କାହାକୁ ବିବେଚନା କରନ୍ତି?
ପୂର୍ବ ଅଧ୍ୟାୟରେ, ଅର୍ଜୁନ ସମଗ୍ର ବ୍ରହ୍ମାଣ୍ଡକୁ ଧାରଣ କରିଥିବା ଭଗବାନଙ୍କର ବିଶ୍ୱରୂପର ଦର୍ଶନ କରିଥିଲେ । ବିଶ୍ୱରୂପ ଦର୍ଶନ କରିବା ପରେ, ଭଗବାନଙ୍କୁ ନାମ, ଗୁଣ, ଲୀଳା ଯୁକ୍ତ ସାକାର ରୂପରେ ଦେଖିବାକୁ ଅର୍ଜୁନ ଅଧିକ ପସନ୍ଦ କଲେ । ସେ ବର୍ତ୍ତମାନ ଜାଣିବାକୁ ଇଚ୍ଛା କରୁଛନ୍ତି ଯେ ସାକାର ଭଗବାନଙ୍କୁ ପୂଜା କରୁଥିବା ଭକ୍ତ ଏବଂ ନିରାକାର ବ୍ରହ୍ମଙ୍କୁ ଉପାସନା କରୁଥିବା ସାଧକ ମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଅଟନ୍ତି ।
ଅର୍ଜୁନଙ୍କର ଏହି ପ୍ରଶ୍ନ ପୁନର୍ବାର ପ୍ରତିପାଦିତ କରିଥାଏ ଯେ ଭଗବାନଙ୍କର ଉଭୟ ସ୍ୱରୂପ ରହିଛି - ସର୍ବବ୍ୟାପକ ନିରାକାର ବ୍ରହ୍ମ ରୂପ ଏବଂ ସାକାର ରୂପ । ଯେଉଁମାନେ କହନ୍ତି, ଭଗବାନ ସାକାର ରୂପ ଧାରଣ କରି ପାରିବେ ନାହିଁ, ସେମାନେ ତାଙ୍କର ଶକ୍ତିକୁ ସୀମିତ କରି ଦେଇଥାଆନ୍ତି, ଏବଂ ଯେଉଁମାନେ କହନ୍ତି, ଭଗବାନ କେବଳ ସାକାର ରୂପଯୁକ୍ତ ଅଟନ୍ତି, ସେମାନେ ମଧ୍ୟ ତାଙ୍କୁ ସୀମିତ କରିଦେଇଥାଆନ୍ତି । ଭଗବାନ ଦୋଷରହିତ ଏବଂ ପରିପୂର୍ଣ୍ଣ ଅଟନ୍ତି, ତେଣୁ ସେ ଉଭୟ ନିରାକାର ଏବଂ ସାକାର ଅଟନ୍ତି । ପ୍ରତ୍ୟେକ ଜୀବର ବ୍ୟକ୍ତିତ୍ୱରେ ମଧ୍ୟ ଦୁଇଟି ରୂପ ଅଛି । ଆତ୍ମା ନିରାକାର, ତଥାପି ଅନନ୍ତ ପୂର୍ବ ଜନ୍ମରେ ସେ ଅନନ୍ତ ବାର ଶରୀର ଧାରଣ କରିଛି । ଆମପରି କ୍ଷୁଦ୍ର ଆତ୍ମାର ଯଦି ସାକାର ରୂପ ଧାରଣ କରିବାର କ୍ଷମତା ରହିଛି, ତାହେଲେ ସର୍ବଶକ୍ତିମାନ ଭଗବାନ ଯେତେବେଳେ ଇଚ୍ଛା କରିବେ, ସାକାର ରୂପ ଧାରଣ କରି ପାରିବେ ନାହିଁ କାହିଁକି? ଏପରିକି ଜ୍ଞାନ ମାର୍ଗର ପ୍ରମୁଖ ଉଦ୍ୟୋକ୍ତା, ଜଗଦ୍ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ମଧ୍ୟ କହନ୍ତି:
ମୂର୍ତଂ ଚୈବାମୂର୍ତଂ ଦ୍ୱେ ଏବ ବ୍ରହ୍ମଣୋ ରୂପେ, ଇତ୍ୟୁପନିଷତ୍ ତୟୋର୍ବା ଦୌ
ଭକ୍ତୌ ଭଗବଦୁପଦିଷ୍ଟୌ, କ୍ଲେଷାଦକ୍ଲେଶାଦ୍ୱା ମୁକ୍ତିସ୍ୟାଦେରତୟୋର୍ମଧ୍ୟେ ।
“ପରାତ୍ପର ତତ୍ତ୍ୱ ଉଭୟ ସାକାର ଏବଂ ନିରାକାର ଅଟନ୍ତି । ଆଧ୍ୟାତ୍ମିକ ପଥର ସାଧକମାନେ ମଧ୍ୟ ଦୁଇ ଶ୍ରେଣୀର ଅଟନ୍ତି- ନିରାକାର ବ୍ରହ୍ମଙ୍କର ଉପାସକ, ଏବଂ ସାକାର ରୂପର ଉପାସକ । କିନ୍ତୁ ନିରାକାର ବ୍ରହ୍ମଙ୍କ ଉପାସନାର ପଥ ଅତ୍ୟନ୍ତ କଷ୍ଟକର ।”
ଅର୍ଜୁନ ଉବାଚ
ଏବଂ ସତତଯୁକ୍ତା ଯେ ଭକ୍ତାସ୍ତ୍ୱାଂ ପର୍ଯ୍ୟୁପାସତେ ।
ଯେ ଚାପ୍ୟକ୍ଷରମବ୍ୟକ୍ତଂ ତେଷାଂ କେ ଯୋଗବିତ୍ତମାଃ ।।୧।।
ଅର୍ଜୁନ ପ୍ରଶ୍ନ କଲେ: ଯେଉଁମାନେ ଆପଣଙ୍କର ସାକାର ସ୍ୱରୂପର ନିରବଚ୍ଛିନ୍ନ ଭାବରେ ଭକ୍ତି କରନ୍ତି, ଏବଂ ଯେଉଁମାନେ ଆପଣଙ୍କର ନିରାକାର ବ୍ରହ୍ମସ୍ୱରପର ଆରାଧନା କରନ୍ତି, ସେମାନଙ୍କ ମଧ୍ୟରୁ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily