ବହିରନ୍ତଶ୍ଚ ଭୂତାନାମଚରଂ ଚରମେବ ଚ ।
ସୂକ୍ଷ୍ମତ୍ୱାତ୍ ତଦବିଜେ୍ଞୟଂ ଦୂରସ୍ଥଂ ଚାନ୍ତିକେ ଚ ତତ୍ ।।୧୬।।
ବହିଃ - ବାହାରେ; ଅନ୍ତଃ - ଭିତରେ; ଚ-ଏବଂ; ଭୂତାନାମ୍ - ସମସ୍ତ ଜୀବଙ୍କର; ଅଚରଂ -ଅଚର (ସ୍ଥାବର); ଚରଂ -ଚର(ଜଙ୍ଗମ); ଏବ -ବାସ୍ତବରେ; ଚ -ଏବଂ; ସୂକ୍ଷ୍ମତ୍ୱାତ୍ - ସୂକ୍ଷ୍ମ ହୋଇଥିବାରୁ; ତତ୍ -ତାହା; ଅବିଜେ୍ଞୟଂ -ଅଜେ୍ଞୟ; ଦୂରସ୍ଥଂ -ଅତି ଦୂର; ଚ -ଏବଂ; ଅନ୍ତିକେ- ଅତି ନିକଟ; ଚ -ମଧ୍ୟ; ତତ୍ -ସେ ।
BG 13.16: ଚର ଏବଂ ଅଚର ସମସ୍ତ ପ୍ରାଣୀଙ୍କର ବାହ୍ୟ ଏବଂ ଅଭ୍ୟନ୍ତରରେ ସେ ନିବାସ କରନ୍ତି । ସେ ଅତି ସୂକ୍ଷ୍ମ, ତେଣୁ ସେ ବୋଧଗମ୍ୟ ନୁହନ୍ତି । ସେ ଅତି ଦୂରରେ, କିନ୍ତୁ ଅତି ନିକଟରେ ।
ଶ୍ରୀକୃଷ୍ଣ ଏଠାରେ ଯେପରି ବର୍ଣ୍ଣନା କରିଛନ୍ତି, ଠିକ୍ ସେହିପରି ବର୍ଣ୍ଣନା ଗୋଟିଏ ବେଦମନ୍ତ୍ରରେ ରହିଛି:
ତଦ୍ ଏଜତି ତନ୍ ନୈଜତି ତଦ୍ଦୂରେ ତଦ୍ୱନ୍ତିକେ
ତଦ୍ ଅନ୍ତର୍ ଅସ୍ୟ ସର୍ବସ୍ୟ ତଦୁସର୍ବସ୍ୟାସ୍ୟ ବାହ୍ୟତଃ (ଈଶୋପନିଷଦ ମନ୍ତ୍ର-୫)
ପରଂ ବ୍ରହ୍ମ ଚାଲନ୍ତି ନାହିଁ, ତଥାପି ସେ ଚାଲନ୍ତି; ସେ ଦୂରରେ ଅଛନ୍ତି କିନ୍ତୁ ନିକଟରେ ମଧ୍ୟ ଅଛନ୍ତି । ସେ ସମସ୍ତ ବସ୍ତୁର ଭିତରେ ଅଛନ୍ତି, କିନ୍ତୁ ସମସ୍ତ ବସ୍ତୁର ବାହାରେ ମଧ୍ୟ ଅଛନ୍ତି ।
ପୂର୍ବରୁ ଶ୍ଲୋକ ୧୩.୩ରେ ଶ୍ରୀକୃଷ୍ଣ କହିଥିଲେ, ଭଗବାନଙ୍କୁ ଜାଣିବା ହିଁ ଜ୍ଞାନ ଅଟେ, କିନ୍ତୁ ଏଠାରେ ସେ କହୁଛନ୍ତି ପରଂବ୍ରହ୍ମ ବୋଧଗମ୍ୟ ନୁହଁନ୍ତି । ଏହା ପୁଣି ଏକ ବିରୋଧାଭାସ ପରି ମନେ ହୁଏ, କିନ୍ତୁ ଭଗବାନ ଏଠାରେ କହିବାକୁ ଚାହୁଁଛନ୍ତି ଯେ, ତାଙ୍କୁ ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା ଜାଣି ହେବ ନାହିଁ । ବୁଦ୍ଧି ମାୟିକ ଶକ୍ତି ଦ୍ୱାରା ଗଠିତ, ତେଣୁ ସେ ଦିବ୍ୟ ଭଗବାନଙ୍କୁ ଧାରଣ କରିପାରିବ ନାହିଁ । କିନ୍ତୁ ଭଗବାନ ନିଜେ ଯଦି ତାଙ୍କର କୃପା କୌଣସି ଜୀବକୁ ପ୍ରଦାନ କରନ୍ତି, ସେହି ସୌଭାଗ୍ୟଶାଳୀ ଜୀବ ତାଙ୍କୁ ଜାଣି ପାରିବ ।
ବହିରନ୍ତଶ୍ଚ ଭୂତାନାମଚରଂ ଚରମେବ ଚ ।
ସୂକ୍ଷ୍ମତ୍ୱାତ୍ ତଦବିଜେ୍ଞୟଂ ଦୂରସ୍ଥଂ ଚାନ୍ତିକେ ଚ ତତ୍ ।।୧୬।।
ଚର ଏବଂ ଅଚର ସମସ୍ତ ପ୍ରାଣୀଙ୍କର ବାହ୍ୟ ଏବଂ ଅଭ୍ୟନ୍ତରରେ ସେ ନିବାସ କରନ୍ତି । ସେ ଅତି ସୂକ୍ଷ୍ମ, ତେଣୁ ସେ ବୋଧଗମ୍ୟ ନୁହନ୍ତି । …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily