ଇତି କ୍ଷେତ୍ରଂ ତଥା ଜ୍ଞାନଂ ଜେ୍ଞୟଂ ଚୋକ୍ତଂ ସମାସତଃ ।
ମଦ୍ଭକ୍ତ ଏତଦ୍ବିଜ୍ଞାୟ ମଦ୍ଭାବାୟୋପପଦ୍ୟତେ ।।୧୯।।
ଇତି - ଏହିପରି; କ୍ଷେତ୍ରଂ - କ୍ଷେତ୍ର (ଶରୀର); ତଥା-ଏବଂ; ଜ୍ଞାନଂ -ଜ୍ଞାନ; ଜେ୍ଞୟଂ -ଜେ୍ଞୟ (ଜ୍ଞାତବ୍ୟ ବିଷୟ); ଚ-ଏବଂ; ଉକ୍ତଂ -ବର୍ଣ୍ଣନା କରାଗଲା; ସମାସତଃ - ସଂକ୍ଷେପରେ; ମତ୍-ଭକ୍ତଃ - ମୋର ଭକ୍ତ; ଏତତ୍-ଏସବୁ; ବିଜ୍ଞାୟ -ବୁଝି; ମତ୍-ଭାବାୟ -ମୋର ଦିବ୍ୟ ସ୍ୱରୂପ; ଉପପଦ୍ୟତେ -ପ୍ରାପ୍ତ ହୁଏ ।
BG 13.19: କ୍ଷେତ୍ରର ସ୍ୱରୂପ, ଜ୍ଞାନର ଅର୍ଥ ଏବଂ ଜ୍ଞାତବ୍ୟ ବିଷୟ ସମ୍ବନ୍ଧରେ ମୁଁ ତୁମକୁ କହିଲି । କେବଳ ମୋର ଭକ୍ତମାନେ ଏହାକୁ ବାସ୍ତବରେ ବୁଝିପାରନ୍ତି ଏବଂ ତଦ୍ୱାରା ସେମାନେ ମୋର ଦିବ୍ୟଗୁଣ ପ୍ରାପ୍ତ କରନ୍ତି ।
ବର୍ତ୍ତମାନ ଶ୍ରୀକୃଷ୍ଣ କ୍ଷେତ୍ର ଏବଂ ଜ୍ଞାନ ବିଷୟରେ ଜାଣିବାର ଫଳ ବର୍ଣ୍ଣନା କରି କ୍ଷେତ୍ର ଏବଂ ଜ୍ଞାତବ୍ୟ ବିଷୟ ସମ୍ବନ୍ଧୀୟ ତାଙ୍କର ବକ୍ତବ୍ୟ ଶେଷ କରୁଛନ୍ତି । କିନ୍ତୁ ପୁଣିଥରେ ସେ ଭକ୍ତିର ମହତ୍ୱକୁ ପ୍ରକାଶିତ କରିବାକୁ ଉପଯୁକ୍ତ ମନେ କରିଛନ୍ତି ଏବଂ କହୁଛନ୍ତି ଯେ କେବଳ ମୋର ଭକ୍ତମାନେ ହିଁ ପ୍ରକୃତରେ ଏହି ଜ୍ଞାନକୁ ବୁଝିପାରିବେ । ଯେଉଁମାନେ ଭକ୍ତି ରହିତ ହୋଇ କର୍ମ, ଜ୍ଞାନ, ଅଷ୍ଟାଙ୍ଗ ଯୋଗ ଇତ୍ୟାଦି ସାଧନା କରନ୍ତି, ସେମାନେ ଭଗବଦ୍ ଗୀତାର ସାରମର୍ମ ବୁଝିପାରିବେ ନାହିଁ । ଭଗବାନଙ୍କର ଜ୍ଞାନ ପ୍ରାପ୍ତ କରିବା ପାଇଁ ଅନୁସୃତ ସମସ୍ତ ମାର୍ଗରେ ଭକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ଅଟେ ।
ଜଗଦ୍ଗୁୁରୁ ଶ୍ରୀ କୃପାଳୁଜୀ ମହାରାଜ ଏହାକୁ ଅତି ସୁନ୍ଦର ଭାବରେ ଉପସ୍ଥାପିତ କରିଛନ୍ତି:
ଯୋ ହରି ସେବା ହେତୁ ହୋ, ସୋଈ କର୍ମ ବଖାନ ।
ଯୋ ହରି ଭଗତି ବଢ଼ାବେ, ସୋଈ ସମୁଝିୟ ଜ୍ଞାନ ।ା (ଭକ୍ତିଶତକ ୬୬)
“ଯେଉଁ କର୍ମ ଭଗବାନଙ୍କ ଭକ୍ତି ସହିତ କରାଯାଏ, ତାହା ହିଁ ପ୍ରକୃତି କର୍ମ ଏବଂ ଯେଉଁ ଜ୍ଞାନ ଭଗବାନଙ୍କ ପ୍ରତି ଭକ୍ତି ବୃଦ୍ଧି କରାଏ, ତାହା ହିଁ ପ୍ରକୃତ ଜ୍ଞାନ ଅଟେ ।”
ଭକ୍ତି କେବଳ ଭଗବାନଙ୍କୁ ଜାଣିବାକୁ ସାହାଯ୍ୟ କରେ ନାହିଁ, ଏହା ଭକ୍ତକୁ ଭଗବାନଙ୍କ ସଦୃଶ କରିଦିଏ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଭକ୍ତମାନେ ତାଙ୍କର ଗୁଣ ପ୍ରାପ୍ତ କରନ୍ତି । ଏହା ବୈଦିକ ଶାସ୍ତ୍ରମାନଙ୍କରେ ବାରମ୍ବାର ଉଲ୍ଲେଖ କରାଯାଇଛି । ବେଦ କହେ;
ଭକ୍ତିରେବୈନଂ ନୟତି ଭକ୍ତିରେବୈନଂ ପଶ୍ୟତି ଭକ୍ତିରେବୈନଂ
ଦର୍ଶୟତି ଭକ୍ତିବଶଃ ପୁରୁଷୋ ଭକ୍ତିରେବ ଭୂୟସୀ । (ମାଥର ଶ୍ରୁତି)
“ଭକ୍ତି ହିଁ କେବଳ ଆମକୁ ଭଗବାନଙ୍କ ପାଖକୁ ନେଇପାରିବ । ଭକ୍ତି ହିଁ କେବଳ ଆମକୁ ଭଗବାନଙ୍କର ଦର୍ଶନ କରାଇବ । ଭକ୍ତି ହିଁ ଆମକୁ ଭଗବାନଙ୍କ ସମ୍ମୁଖକୁ ନେଇଯିବ । ଭଗବାନ ଭକ୍ତିର ଅଧୀନ ଅଟନ୍ତି, ତେଣୁ ଅନନ୍ୟ ଭକ୍ତି କର ।” ପୁଣି ମୁଣ୍ଡକୋପନିଷଦ ବର୍ଣ୍ଣନା କରୁଛି:
ଉପାସତେ ପୁରୁଷଂ ଯେ ହ୍ୟକାମାସ୍ତେ ଶୁକ୍ରମେତଦତିବର୍ତନ୍ତି ଧୀରାଃ (୩.୨.୧)
“ଯେଉଁମାନେ ପରମ ପୁରୁଷ ଭଗବାନଙ୍କର ଭକ୍ତି କରନ୍ତି ଏବଂ ସମସ୍ତ ଭୌତିକ କାମନା ତ୍ୟାଗ କରନ୍ତି, ସେମାନେ ଜନ୍ମ ମୃତ୍ୟୁର ଚକ୍ରରୁ ଉଦ୍ଧାର ହୋଇଯାନ୍ତି ।” ଶ୍ୱେତାଶ୍ୱତର ଉପନିଷଦ କହୁଛି:
ଯସ୍ୟ ଦେବେ ପରା ଭକ୍ତିର୍ଯଥା ଦେବେ ତଥା ଗୁରୌ
ତସ୍ୟୈତେ କଥିତା ହ୍ୟର୍ଥା ପ୍ରକାଶନ୍ତେ ମହାତ୍ମନଃ (୬.୨୩)
“ଯେଉଁମାନଙ୍କର ଭଗବାନଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଅଛି ଏବଂ ତାଦୃଶ ଭକ୍ତି ଗୁରୁଙ୍କ ପ୍ରତି ମଧ୍ୟ ଅଛି, ଈଶ୍ୱରଙ୍କ କୃପାରୁ ତାଙ୍କ ହୃଦୟରେ ବେଦ ଶାସ୍ତ୍ରର ଗୁଢ଼ତତ୍ତ୍ୱ ସ୍ୱତଃ ପ୍ରକାଶିତ ହୋଇଥାଏ । ଅନ୍ୟାନ୍ୟ ବେଦ ଶାସ୍ତ୍ର ମଧ୍ୟ ଦୃଢ଼ତାର ସହିତ ଏହାକୁ ସମର୍ଥନ କରନ୍ତି:
ନ ସାଧୟତି ମାଂ ଯୋଗୋ ନ ସାଂଖ୍ୟଂ ଧର୍ମ ଉଦ୍ଧବ
ନ ସ୍ୱାଧ୍ୟାୟସ୍ତପସ୍ତ୍ୟାଗୋ ଯଥା ଭକ୍ତିର୍ ମମୋର୍ଜିତା (ଭାଗବତମ୍ ୧୧.୧୪.୨୦)
ଶ୍ରୀକୃଷ୍ଣ କହୁଛନ୍ତି : “ହେ ଉଦ୍ଧବ! ଅଷ୍ଟାଙ୍ଗ ଯୋଗ, ସାଂଖ୍ୟ ଅଧ୍ୟୟନ, ଆଧ୍ୟାତ୍ମିକ ଜ୍ଞାନ ଆହରଣ, ସଂଯମ କିମ୍ବା ବୈରାଗ୍ୟ ଦ୍ୱାରା ମୁଁ ପ୍ରାପ୍ତ ହୁଏ ନାହିଁ । କେବଳ ଭକ୍ତି ହିଁ ମୋତେ ଜୟ କରିଥାଏ ।” ଭାଗବତ୍ ଗୀତାରେ ଶ୍ରୀକୃଷ୍ଣ ଏହାକୁ ଶ୍ଲୋକ ୮.୨୨, ୧୧.୫୪ ଇତ୍ୟାଦିରେ ବାରମ୍ବାର ପ୍ରକାଶ କରିଛନ୍ତି । ଶ୍ଲୋକ ୧୮.୫୫ରେ ସେ କହିଛନ୍ତି: “କେବଳ ପ୍ରେମଯୁକ୍ତ ଭକ୍ତି ଦ୍ୱାରା ହିଁ ଜଣେ ବ୍ୟକ୍ତି ମୋତେ ମୋର ବାସ୍ତବ ସ୍ୱରୂପରେ ଜାଣିପାରିବ । ଭକ୍ତିଦ୍ୱାରା ମୋର ବ୍ୟକ୍ତିତ୍ୱକୁ ଜାଣି ସେ ମୋର ଦିବ୍ୟ ଜଗତରେ ପ୍ରବେଶ କରିବେ । ରାମାୟଣ ମଧ୍ୟ କହେ:
ରାମହି କେବଳ ପ୍ରେମୁ ପିଆରା, ଜାନି ଲେଉ ଜୋ ଜାନନିହାରା
“ପରମ ପୁରୁଷ ରାମ କେବଳ ଭକ୍ତି ଦ୍ୱାରା ହିଁ ପ୍ରାପ୍ତ ହୁଅନ୍ତି । ଯେଉଁମାନେ ଜାଣିବାକୁ ଚାହାଁନ୍ତି, ଏହି ସତ୍ୟ ଜାଣି ରଖନ୍ତୁ ।” ବାସ୍ତବରେ, ଏହି ନିୟମକୁ ଅନ୍ୟ ଧାର୍ମିକ ପ୍ରଥା ମାନଙ୍କରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଇହୁଦୀ ତୋରହରେ ଲେଖା ହୋଇଛି: “ତୁମେ ନିଜର ପ୍ରଭୁ ଭଗବାନଙ୍କୁ, ତୁମର ପୂର୍ଣ୍ଣ ହୃଦୟର ସହିତ, ତୁମର ପୂର୍ଣ୍ଣ ଆତ୍ମା ସହିତ, ଏବଂ ତୁମର ପୂର୍ଣ୍ଣ ସାମର୍ଥ୍ୟରେ ଭଲ ପାଇବା ଆବଶ୍ୟକ । (ଡ଼େଉଟେରୋନୋମି ୬.୫) । ନଜରେଥ୍ର ଯୀଶୁ ଖ୍ରୀଷ୍ଟିୟାନ୍ ନୂତନ ଟେଷ୍ଟାମେଣ୍ଟରେ ଏହି ନିର୍ଦ୍ଦେଶନାମାର ପୁନରାବୃତ୍ତି କରି କହୁଛନ୍ତି ଯେ ସର୍ବାଧିକ ମହତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଭାବରେ ଏହାର ଅନୁସରଣ ସର୍ବାଦୌ କରାଯିବା ଉଚିତ୍ । (ମାର୍କ ୧୨.୩୦)
ଗୁରୁ ଗ୍ରନ୍ଥ ସାହେବ କହେ:
ହରି ସମ ଜଗ ମହଁ ବସ୍ତୁ ନହିଁ, ପ୍ରେମ ପନ୍ଥ ସୋଁ ପନ୍ଥ
ସଦ୍ଗୁରୁ ସମ ସଜ୍ଜନ ନହୀଁ, ଗୀତା ସମ ନହିଁ ଗ୍ରନ୍ଥ
“ଭଗବାନଙ୍କ ପରି କୌଣସି ବ୍ୟକ୍ତିତ୍ୱ ନାହାଁନ୍ତି; ଭକ୍ତି ମାର୍ଗ ପରି ମାର୍ଗ ନାହିଁ; ଗୁରୁଙ୍କ ପରି କୌଣସି ସଜ୍ଜନ ନାହାଁନ୍ତି ଏବଂ ଗୀତା ସଦୃଶ କୌଣସି ଶାସ୍ତ୍ର ନାହିଁ ।”
ଇତି କ୍ଷେତ୍ରଂ ତଥା ଜ୍ଞାନଂ ଜେ୍ଞୟଂ ଚୋକ୍ତଂ ସମାସତଃ ।
ମଦ୍ଭକ୍ତ ଏତଦ୍ବିଜ୍ଞାୟ ମଦ୍ଭାବାୟୋପପଦ୍ୟତେ ।।୧୯।।
କ୍ଷେତ୍ରର ସ୍ୱରୂପ, ଜ୍ଞାନର ଅର୍ଥ ଏବଂ ଜ୍ଞାତବ୍ୟ ବିଷୟ ସମ୍ବନ୍ଧରେ ମୁଁ ତୁମକୁ କହିଲି । କେବଳ ମୋର ଭକ୍ତମାନେ ଏହାକୁ ବାସ୍ତବରେ ବୁଝିପାରନ୍ତି ଏବଂ ତଦ୍ୱାରା …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily