ପ୍ରକୃତିଂ ପୁରୁଷଂଚୈବ ବିଦ୍ଧ୍ୟନାଦୀ ଉଭାବପି ।
ବିକାରାଂଶ୍ଚ ଗୁଣାଂଶ୍ଚୈବ ବିଦ୍ଧି ପ୍ରକୃତିସମ୍ଭବାନ ।।୨୦।।
ପ୍ରକୃତିଂ -ଭୂତପ୍ରକୃତି; ପୁରୁଷଂ -ଜୀବାତ୍ମା; ଚ-ଏବଂ; ଏବ-ନିଶ୍ଚିତଭାବେ; ବିଦ୍ଧି -ଜାଣ; ଅନାଦି -ଅନାଦି; ଉଭୌ -ଉଭୟ; ଅପି -ମଧ୍ୟ; ବିକାରାନ୍ - ରୂପାନ୍ତର; ଚ-ମଧ୍ୟ; ଗୁଣାନ୍ - ତ୍ରିଗୁଣ; ଚ -ଏବଂ; ଏବ-ନିଶ୍ଚିତଭାବେ; ବିଦ୍ଧି - ଜାଣ; ପ୍ରକୃତି -ମାୟା; ସମ୍ଭବାନ୍ -ଜାତ ।
BG 13.20: ଏହା ଜାଣ ଯେ, ପ୍ରକୃତି (ମାୟା) ଏବଂ ପୁରୁଷ (ଜୀବାତ୍ମା) ଉଭୟଙ୍କର ପ୍ରାରମ୍ଭ ନାହିଁ । ଆହୁରି ମଧ୍ୟ ଜାଣ ଯେ, ଶରୀର ତଥା ପ୍ରକୃତିର ତିନିଗୁଣର ସମସ୍ତ ପରିବର୍ତ୍ତନ ମାୟା ଶକ୍ତି ଦ୍ୱାରା ସଂଘଟିତ ହୋଇଥାଏ ।
ଭୌତିକ ଗୁଣକୁ ମାୟା ବା ପ୍ରକୃତି କୁହାଯାଏ । ଏହା ଭଗବାନଙ୍କର ଏକ ଶକ୍ତି ହୋଇଥିବା ଦୃଷ୍ଟିରୁ, ସେ ଯେଉଁଦିନଠାରୁ ଅଛନ୍ତି, ଏହା ମଧ୍ୟ ସେହିଦିନଠାରୁ ଅଛି; ଅନ୍ୟ ଅର୍ଥରେ ଏହା ଚିରନ୍ତନ ଅଟେ । ଆତ୍ମା ମଧ୍ୟ ଚିରନ୍ତନ ଏବଂ ତାକୁ ପୁରୁଷ (ଜୀବ ତତ୍ତ୍ୱ) କୁହାଯାଏ, ଏବଂ ଭଗବାନଙ୍କୁ ପରମ ପୁରୁଷ (ପରମ ଜୀବ ତତ୍ତ୍ୱ) କୁହାଯାଏ ।
ଆତ୍ମା ମଧ୍ୟ ଭଗବାନଙ୍କ ଶକ୍ତିର ବିସ୍ତାର ଅଟେ । ଶକ୍ତିତ୍ୱେନୈବାଂଶତ୍ୱଂ ବ୍ୟଞ୍ଜୟନ୍ତି (ପରମାତ୍ମ ସନ୍ଦର୍ଭ ୩୯) “ଆତ୍ମା ଭଗବାନଙ୍କ ଜୀବଶକ୍ତି (ଆତ୍ମା ଶକ୍ତି)ର ଅଂଶ ଅଟେ ।” ମାୟାଶକ୍ତି ଏକ ଜଡ଼ ଶକ୍ତି ହୋଇଥିବା ବେଳେ ଜୀବ ଶକ୍ତି ଚୈତନ୍ୟ ଶକ୍ତି ଅଟେ । ଏହା ଦିବ୍ୟ ଏବଂ ଅପରିବର୍ତ୍ତନୀୟ ଅଟେ । ଏହା ବିଭିନ୍ନ ଜନ୍ମରେ ତଥା ପ୍ରତି ଜନ୍ମର ବିଭିନ୍ନ ସୋପାନରେ ଅପରିବର୍ତ୍ତିତ ରହେ । ଗୋଟିଏ ଜନ୍ମରେ ଛଅଟି ସୋପାନ ଦେଇ ଶରୀର ଗତି କରେ: ଅସ୍ଥି (ଗର୍ଭରେ ସ୍ଥିତ ହେବା), ଜାୟତେ (ଜନ୍ମ), ବର୍ଦ୍ଧତେ (ବୃଦ୍ଧି), ବିପରିଣମତେ (ପ୍ରଜନନ), ଅପକ୍ଷୀୟତେ (କ୍ଷୟ), ବିନଶ୍ୟତି (ମୃତ୍ୟୁ) । ଶରୀରର ଏହି ପରିିବର୍ତ୍ତନ ପ୍ରକୃତି ବା ମାୟା କୁହାଯାଉଥିବା ମାୟାଶକ୍ତି ଦ୍ୱାରା ସଂଘଟିତ ହୋଇଥାଏ । ଏହା ମାୟାର ତିନିଗୁଣ ସତ୍ତ୍ୱ, ରଜ, ଏବଂ ତମ ତଥା ସେମାନଙ୍କର ମିଶ୍ରଣ ଜନିତ ଅନେକ ପ୍ରକାରର ଗୁଣ ଉତ୍ପନ୍ନ କରେ ।
ପ୍ରକୃତିଂ ପୁରୁଷଂଚୈବ ବିଦ୍ଧ୍ୟନାଦୀ ଉଭାବପି ।
ବିକାରାଂଶ୍ଚ ଗୁଣାଂଶ୍ଚୈବ ବିଦ୍ଧି ପ୍ରକୃତିସମ୍ଭବାନ ।।୨୦।।
ଏହା ଜାଣ ଯେ, ପ୍ରକୃତି (ମାୟା) ଏବଂ ପୁରୁଷ (ଜୀବାତ୍ମା) ଉଭୟଙ୍କର ପ୍ରାରମ୍ଭ ନାହିଁ । ଆହୁରି ମଧ୍ୟ ଜାଣ ଯେ, ଶରୀର ତଥା ପ୍ରକୃତିର ତିନିଗୁଣର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily