ଧ୍ୟାନେନାତ୍ମନି ପଶ୍ୟନ୍ତି କେଚିଦାତ୍ମାନମାତ୍ମନା ।
ଅନ୍ୟେ ସାଂଖ୍ୟେନ ଯୋଗେନ କର୍ମଯୋଗେନ ଚାପରେ ।।୨୫।।
ଧ୍ୟାନେନ -ଧ୍ୟାନରେ; ଆତ୍ମନି -ହୃଦୟରେ; ପଶ୍ୟନ୍ତି-ଦେଖନ୍ତି; କେଚିତ୍-କେହି କେହି; ଆତ୍ମାନଂ-ପରମାତ୍ମାଙ୍କୁ; ଆତ୍ମନା-ମନ ସାହାଯ୍ୟରେ; ଅନ୍ୟେ-ଅନ୍ୟମାନେ; ସାଂଖ୍ୟେନ- ଜ୍ଞାନ; ଯୋଗେନ- ଯୋଗରେ; କର୍ମଯୋଗେନ-ନିଷ୍କାମ କର୍ମଯୋଗରେ; ଚ-ଏବଂ; ଅପରେ-ଅନ୍ୟମାନେ ।
BG 13.25: କେତେକ ବ୍ୟକ୍ତି ହୃଦୟସ୍ଥିତ ପରମାତ୍ମାଙ୍କୁ ତପସ୍ୟା ଦ୍ୱାରା ଅନୁଭବ କରିବାକୁ ଚେଷ୍ଟା କରନ୍ତି, ଆଉ କେତେଜଣ ଜ୍ଞାନ ଆହରଣ ଦ୍ୱାରା ଏହା କରିବାକୁ ଚେଷ୍ଟାରତ ରହନ୍ତି, ପୁଣି ଅନ୍ୟ କେତେକ ବ୍ୟକ୍ତି ସେହି ଅନୁଭୂତି ହାସଲ କରିବା ପାଇଁ କର୍ମମାର୍ଗରେ ନିୟୋଜିତ ହୁଅନ୍ତି ।
ଭଗବାନଙ୍କ ସୃଷ୍ଟିରେ ବିବିଧତା ଏକ ସାର୍ବଜନୀନ ବିଶେଷତ୍ୱ ଅଟେ । ଗୋଟିଏ ବୃକ୍ଷର ଦୁଇଟି ପତ୍ର ଏକାପରି ନୁହନ୍ତି । ଦୁଇଜଣ ମନୁଷ୍ୟଙ୍କର ଅଙ୍ଗୁଠିର ଚିହ୍ନ ସମ୍ପୂର୍ଣ୍ଣ ସମାନ ନୁହେଁ, ଦୁଇଟି ମାନବ ସମାଜରେ ଏକାପରି ଚଳଣି ନ ଥାଏ । ସେହିପରି ସମସ୍ତ ଜୀବ ସ୍ୱତନ୍ତ୍ର ଅଟନ୍ତି ଏବଂ ଜନ୍ମ ମୃତ୍ୟୁ ଚକ୍ରରେ ସେମାନଙ୍କର ଯାତ୍ରାରୁ ଲାଭ କରିଥିବା ସ୍ୱଭାବ ମଧ୍ୟ ସ୍ୱତନ୍ତ୍ର ହୋଇଥାଏ । ତେଣୁ ଆଧ୍ୟାତ୍ମିକ ସାଧନା କ୍ଷେତ୍ରରେ ମଧ୍ୟ ସମସ୍ତେ ଗୋଟିଏ ପ୍ରକାର ସାଧନା ପଦ୍ଧତି ପ୍ରତି ଆକୃଷ୍ଟ ହୋଇନଥାନ୍ତି । ଭଗବଦ୍ ଗୀତା ଏବଂ ବୈଦିକ ଗ୍ରନ୍ଥ ସବୁର ସୁନ୍ଦରତା ଏହା ଯେ, ମନୁଷ୍ୟମାନଙ୍କର ଏହି ସ୍ୱାଭାବିକ ବିବିଧତାକୁ ସ୍ୱୀକାର କରି, ସମସ୍ତଙ୍କ ପାଇଁ ସେମାନେ ତାଙ୍କର ନିର୍ଦ୍ଦେଶ ପ୍ରଣୟନ କରିଥାଆନ୍ତି ।
ଏଠାରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ କେତେକ ସାଧକ ମନକୁ ଦମନ କରି ତାହାକୁ ନିଜର ବଶୀଭୂତ କରିବା ଦ୍ୱାରା ଆନନ୍ଦ ଅନୁଭବ କରିଥାଆନ୍ତି । ସେମାନେ ହୃଦୟରେ ସ୍ଥିତ ପରମାତ୍ମାଙ୍କର ଧ୍ୟାନ ପ୍ରତି ଆକୃଷ୍ଟ ହୋଇଥାନ୍ତି । ହୃଦୟରେ ଥିବା ପରମାତ୍ମାଙ୍କ ଠାରେ ମନକୁ ସ୍ଥିତ କରି ସେମାନେ ଆଧ୍ୟାତ୍ମିକ ଆନନ୍ଦର ରସାସ୍ୱାଦନ କରନ୍ତି ।
ଅନ୍ୟମାନେ ବୁଦ୍ଧିର ଉପଯୋଗରେ ସନ୍ତୁଷ୍ଟ ହୁଅନ୍ତି । ଆତ୍ମା ଓ ଶରୀର, ମନ, ବୁଦ୍ଧି, ଅହଂକାରଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବାର ଭାବନା ତାଙ୍କୁ ଉତ୍ସାହିତ କରିଥାଏ । ଶ୍ରବଣ, ମନନ, ନିଦିଧ୍ୟାସନ (ଶୁଣିବା, ଚିନ୍ତନ କରିବା ଏବଂ ଦୃଢ଼ ନିଶ୍ଚୟ କରିବା) ଦ୍ୱାରା ଆତ୍ମା, ଭଗବାନ ଏବଂ ମାୟା ସମ୍ବନ୍ଧରେ ଜ୍ଞାନ ବୃଦ୍ଧି କରି ସେମାନେ ଆନନ୍ଦ ଅନୁଭବ କରିଥାଆନ୍ତି ।
ପୁଣି କେତେଜଣ ଉଚିତ କର୍ମ କରିବା ଦ୍ୱାରା ଉତ୍ସାହିତ ଅନୁଭବ କରନ୍ତି । ଈଶ୍ୱର ପ୍ରଦତ୍ତ କ୍ଷମତାର ଉପଯୋଗ ସେମାନେ ଈଶ୍ୱରୀୟ କର୍ମରେ ହିଁ କରିଥାଆନ୍ତି । ତାଙ୍କର ଶକ୍ତିର ଶେଷ ବିନ୍ଦୁ ପର୍ଯ୍ୟନ୍ତ ଭଗବାନଙ୍କ ସେବା ବ୍ୟତୀତ ଅନ୍ୟ କୌଣସି ବିଷୟ ତାଙ୍କୁ ସନ୍ତୁଷ୍ଟ କରି ନ ଥାଏ । ଏହିପରି ଭାବରେ ସାଧକମାନେ ଭଗବାନଙ୍କୁ ପାଇବା ପାଇଁ, ତାଙ୍କର ସ୍ୱାଭାବିକ ପ୍ରବୃତ୍ତିର ଉପଯୋଗ କରିଥାନ୍ତି । ଜ୍ଞାନ, କର୍ମ, ଭକ୍ତି ଇତ୍ୟାଦି ଯେ କୌଣସି ସାଧନ ଭଗବାନଙ୍କର ପ୍ରୀତି ଉଦ୍ଦେଶ୍ୟରେ କରାଯିବା ଦ୍ୱାରା ହିଁ ସଫଳ ହୋଇଥାଏ । ଶ୍ରୀମଦ୍ ଭାଗବତମ୍ କହେ:
ସା ବିଦ୍ୟା ତନ୍-ମତିର୍ ଯୟା । (୪.୨୯.୪୯)
“ଯାହା ଭଗବାନଙ୍କ ପ୍ରତି ଆମର ଭକ୍ତି ବୃଦ୍ଧି କରିଥାଏ, ତାହାହିଁ ବାସ୍ତବିକ ଜ୍ଞାନ ଅଟେ । କର୍ମର ପୂର୍ଣ୍ଣତା ସେତେବେଳେ ହୁଏ, ଯେତେବେଳେ ତାହା ଭଗବତ୍ ପ୍ରୀତି ଉଦ୍ଦେଶ୍ୟରେ କରାଯାଏ ।”
ଧ୍ୟାନେନାତ୍ମନି ପଶ୍ୟନ୍ତି କେଚିଦାତ୍ମାନମାତ୍ମନା ।
ଅନ୍ୟେ ସାଂଖ୍ୟେନ ଯୋଗେନ କର୍ମଯୋଗେନ ଚାପରେ ।।୨୫।।
କେତେକ ବ୍ୟକ୍ତି ହୃଦୟସ୍ଥିତ ପରମାତ୍ମାଙ୍କୁ ତପସ୍ୟା ଦ୍ୱାରା ଅନୁଭବ କରିବାକୁ ଚେଷ୍ଟା କରନ୍ତି, ଆଉ କେତେଜଣ ଜ୍ଞାନ ଆହରଣ ଦ୍ୱାରା ଏହା କରିବାକୁ ଚେଷ୍ଟାରତ ରହନ୍ତି, ପୁଣି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily