ସମଂ ସର୍ବେଷୁ ଭୂତେଷୁ ତିଷ୍ଠନ୍ତଂ ପରମେଶ୍ୱରମ୍ ।
ବିନଶ୍ୟତ୍ସ୍ୱବିନଶ୍ୟନ୍ତଂ ଯଃ ପଶ୍ୟତି ସ ପଶ୍ୟତି ।।୨୮।।
ସମଂ-ସମାନଭାବେ; ସର୍ବେଷୁ- ସମସ୍ତ; ଭୂତେଷୁ-ଜୀବଙ୍କ ଠାରେ; ତିଷ୍ଠନ୍ତଂ-ଅବସ୍ଥିତ; ପରମେଶ୍ୱରମ୍-ପରମାତ୍ମା; ବିନଶ୍ୟତ୍ସ୍ଥ-ନଶ୍ୱର ମଧ୍ୟରେ; ଅବିନଶ୍ୟନ୍ତଂ-ଅବିନଶ୍ୱର; ଯଃ-ଯିଏ; ପଶ୍ୟତି-ଦେଖିଥାଏ; ସଃ-ସେ; ପଶ୍ୟତି- ପ୍ରକୃତରେ ଦେଖେ ।
BG 13.28: ଯେଉଁମାନେ ପ୍ରତ୍ୟେକ ପ୍ରାଣୀଙ୍କର ଆତ୍ମା ସହିତ ପରମାତ୍ମାଙ୍କର ଉପସ୍ଥିତି ହୃଦୟଙ୍ଗମ କରନ୍ତି ଏବଂ ଯେଉଁମାନେ ଏହି ନଶ୍ୱର ଶରୀର ମଧ୍ୟରେ ସେ ଦୁହିଁଙ୍କୁ ଅବିନଶ୍ୱର ଭାବେ ଜାଣନ୍ତି, ସେମାନେ ପ୍ରକୃତ ସତ୍ୟକୁ ଦେଖିପାରନ୍ତି ।
ପୂର୍ବରୁ ଶ୍ରୀକୃଷ୍ଣ, ଯଃ ପଶ୍ୟତି ସ ପଶ୍ୟତି (ସେମାନେ ହିଁ ପ୍ରକୃତରେ ଦେଖନ୍ତି, ଯେଉଁମାନେ ଦେଖନ୍ତି ଯେ) ଭାବ ପ୍ରକାଶ କରିଥିଲେ । ବର୍ତ୍ତମାନ ସେ କହୁଛନ୍ତି, ଶରୀର ମଧ୍ୟରେ କେବଳ ଆତ୍ମାକୁ ଦେଖିବା ଯଥେଷ୍ଟ ନୁହେଁ । ଆମେ ଏହା ମଧ୍ୟ ବୁଝିବା ଆବଶ୍ୟକ ଯେ, ପରମାତ୍ମା, ସମସ୍ତ ପ୍ରାଣୀଙ୍କ ଶରୀରରେ ନିବାସ କରୁଛନ୍ତି । ସମସ୍ତଙ୍କ ହୃଦୟରେ ସେ ବାସ କରୁଥିବା ବିଷୟ ପୂର୍ବରୁ ଶ୍ଳୋକ ୧୩.୨୩ରେ ବର୍ଣ୍ଣିତ ହୋଇଛି । ଭଗବଦ୍ ଗୀତାର ୧୦.୨୦ ଏବଂ ୧୮.୬୧ ଶ୍ଳୋକରେ ଏବଂ ଅନ୍ୟ ବେଦ ଶାସ୍ତ୍ରରେ ଏହାର ସୂଚନା ଦିଆଯାଇଛି :
ଏକୋ ଦେବଃ ସର୍ବଭୂତେଷୁ ଗୂଢ଼ଃ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା (ଶ୍ୱେତାଶ୍ୱତର ଉପନିଷଦ ୬.୧୧)
“ଜଣେ ଭଗବାନ ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରନ୍ତି । ସେ ସର୍ବବ୍ୟାପୀ ଏବଂ ସମସ୍ତ ଆତ୍ମାର ପରମାତ୍ମା ଅଟନ୍ତି ।”
ଭବାନ୍ ହି ସର୍ବ-ଭୂତାନାମ୍ ଆତ୍ମା ସାକ୍ଷୀ ସ୍ୱ-ଦୃଗ୍ ବିଭୋ । (ଭାଗବତମ୍ ୧୦.୮୬.୩୧)
“ଭଗବାନ ସମସ୍ତ ପ୍ରାଣୀଙ୍କ ହୃଦୟରେ ସାକ୍ଷୀ ଏବଂ ପ୍ରଭୁ ରୂପରେ ବସିଛନ୍ତି ।”
ରାମ ବ୍ରହ୍ମ ଚିନ୍ମୟ ଅବିନାସୀ, ସର୍ବ ରହିତ ସବ ଉର ପୁର ବାସୀ । (ରାମାୟଣ)
“ପରମ ପୁରୁଷ ରାମ ନିତ୍ୟ ଏବଂ ସମସ୍ତଙ୍କ ଠାରୁ ଊର୍ଦ୍ଧ୍ୱରେ । ସେ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି ।”
ଜନ୍ମ ଓ ମୃତ୍ୟୁର ଚକ୍ରରେ, ଆତ୍ମା ଯେତେବେଳେ ଭିନ୍ନ ଭିନ୍ନ ଶରୀରକୁ ଯାତ୍ରା କରିଥାଏ, ସେତେବେଳେ ତା ସହିତ ପରମାତ୍ମା ମଧ୍ୟ ରହିଥାନ୍ତି । ଶ୍ରୀକୃଷ୍ଣ ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି କିପରି ଭାବରେ ସର୍ବତ୍ର ଭଗବାନଙ୍କ ଉପସ୍ଥିତିର ଅନୁଭବ ସାଧକର ଜୀବନକୁ ପରିବର୍ତ୍ତିତ କରିଦେଇ ଥାଏ ।
ସମଂ ସର୍ବେଷୁ ଭୂତେଷୁ ତିଷ୍ଠନ୍ତଂ ପରମେଶ୍ୱରମ୍ ।
ବିନଶ୍ୟତ୍ସ୍ୱବିନଶ୍ୟନ୍ତଂ ଯଃ ପଶ୍ୟତି ସ ପଶ୍ୟତି ।।୨୮।।
ଯେଉଁମାନେ ପ୍ରତ୍ୟେକ ପ୍ରାଣୀଙ୍କର ଆତ୍ମା ସହିତ ପରମାତ୍ମାଙ୍କର ଉପସ୍ଥିତି ହୃଦୟଙ୍ଗମ କରନ୍ତି ଏବଂ ଯେଉଁମାନେ ଏହି ନଶ୍ୱର ଶରୀର ମଧ୍ୟରେ ସେ ଦୁହିଁଙ୍କୁ ଅବିନଶ୍ୱର ଭାବେ ଜାଣନ୍ତି, …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily