ପ୍ରକୃତ୍ୟୈବ ଚ କର୍ମାଣି କ୍ରିୟମାଣାନି ସର୍ବଶଃ ।
ଯଃ ପଶ୍ୟତି ତଥାତ୍ମାନମକର୍ତାରଂ ସ ପଶ୍ୟତି ।।୩୦।।
ପ୍ରକୃତ୍ୟା-ଭୂତପ୍ରକୃତି ଦ୍ୱାରା; ଏବ- ବାସ୍ତବରେ; ଚ-ମଧ୍ୟ; କର୍ମାଣି-କର୍ମସବୁ; କ୍ରିୟମାଣାନି-କରାଯାଇଥିବା; ସର୍ବଶଃ-ସବୁପ୍ରକାରେ; ଯଃ-ଯିଏ; ପଶ୍ୟତି-ଦେଖେ; ତଥା-ମଧ୍ୟ; ଆତ୍ମାନଂ-ଆତ୍ମା; ଅକର୍ତାରଂ-ଅକର୍ତ୍ତା; ସଃ-ସେମାନେ; ପଶ୍ୟତି-ଦେଖନ୍ତି ।
BG 13.30: ଯେଉଁମାନେ ବୁଝିପାରନ୍ତି ଯେ ସମସ୍ତ କର୍ମ (ଶରୀରର) ଭୌତିକ ପ୍ରକୃତି ଦ୍ୱାରା ସମ୍ପାଦିତ ହୋଇଥାଏ ତଥା ଦେହଧାରୀ ଆତ୍ମା ପ୍ରକୃତରେ କୌଣସି କାର୍ଯ୍ୟ କରେ ନାହିଁ, ସେମାନେ ହିଁ ସତ୍ୟତାର ଦର୍ଶନ କରନ୍ତି ।
ତନ୍ତ୍ର ଭାଗବତ କହେ: ଅହଂକାରାତ୍ ତୁ ସଂସାରୋ ଭବେତ୍ ଜୀବସ୍ୟ ନ ସ୍ୱତଃ । “ଶରୀର-ଭିତ୍ତିକ ଅହଂକାର ଏବଂ କର୍ତ୍ତାପଣର ଅଭିମାନ, ଆତ୍ମାକୁ ଜନ୍ମ ଓ ମୃତ୍ୟୁର ସଂସାର ଜାଲରେ ଆବଦ୍ଧ କରିଦିଏ ।” ଅହଂକାର ଭୌତିକ ଚେତନାଯୁକ୍ତ ହୋଇ ଶରୀର ସହିତ ଆତ୍ମାର ତାଦାତ୍ମ୍ୟ କରିଥାଏ । ସେଥିପାଇଁ ଆମେ ଶରୀରର କର୍ମକୁ ଆତ୍ମାର କର୍ମ ମନେ କରିଥାଏ ଏବଂ ଭାବିଥାଏ, “ମୁଁ ଏହା କରୁଛି... ମୁଁ ତାହା କରୁଛି ।” କିନ୍ତୁ ଜ୍ଞାନୋଦୀପ୍ତ ଆତ୍ମା ଅନୁଭବ କରେ ଯେ, ଖାଇବା, ପିଇବା, କଥାବାର୍ତ୍ତା ହେବା, ଚାଲିବା ଇତ୍ୟାଦି କ୍ରିୟା ଶରୀର ହିଁ କରିଥାଏ । ତଥାପି ଶରୀର କରୁଥିବା କର୍ମଠାରୁ ଆତ୍ମା ନିଜକୁ ମୁକ୍ତ କରିପାରିବ ନାହିଁ । ଯେପରି ଗୋଟିଏ ଦେଶ ଯୁଦ୍ଧ କରିବାର ନିଷ୍ପତ୍ତି ପାଇଁ ରାଷ୍ଟ୍ରପତି ଦାୟୀ ରହନ୍ତି, ଯଦିଓ ସେ ନିଜେ ଯୁଦ୍ଧ କରନ୍ତି ନାହିଁ, ସେହିପରି କର୍ମ ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା ପରିଚାଳିତ ହୋଇଥିଲେ ମଧ୍ୟ ସେଥିପାଇଁ ଆତ୍ମା ଦାୟୀ ରହେ । ତେଣୁ ସାଧକମାନେ ଉଭୟ ଦିଗକୁ ଦୃଷ୍ଟି ଦେବା ଆବଶ୍ୟକ । ମହର୍ଷି ବଶିଷ୍ଠ ଶ୍ରୀରାମଙ୍କୁ ଉପଦେଶ ଦେଇଥିଲେ: କର୍ତ୍ତା ବହିରକର୍ତାନ୍ତର୍ଲୋକେ ବିହର ରାଘବ (ଯୋଗବଶିଷ୍ଠ) “ହେ ରାମ ! କର୍ମ କରିବା ସମୟରେ, ବାହାରକୁ ଏପରି ପ୍ରଦର୍ଶନ କର, ଯେପରି କି ଫଳ ତୁମ ଉପରେ ନିର୍ଭର କରୁଛି, କିନ୍ତୁ ଅନ୍ତରରେ ନିଜକୁ ଅକର୍ତ୍ତା ଅନୁଭବ କର ।”
ପ୍ରକୃତ୍ୟୈବ ଚ କର୍ମାଣି କ୍ରିୟମାଣାନି ସର୍ବଶଃ ।
ଯଃ ପଶ୍ୟତି ତଥାତ୍ମାନମକର୍ତାରଂ ସ ପଶ୍ୟତି ।।୩୦।।
ଯେଉଁମାନେ ବୁଝିପାରନ୍ତି ଯେ ସମସ୍ତ କର୍ମ (ଶରୀରର) ଭୌତିକ ପ୍ରକୃତି ଦ୍ୱାରା ସମ୍ପାଦିତ ହୋଇଥାଏ ତଥା ଦେହଧାରୀ ଆତ୍ମା ପ୍ରକୃତରେ କୌଣସି କାର୍ଯ୍ୟ କରେ ନାହିଁ, ସେମାନେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily