ଯଥା ପ୍ରକାଶୟତ୍ୟେକଃ କୃତ୍ସ୍ନଂ ଲୋକମିମଂ ରବିଃ ।
କ୍ଷେତ୍ରଂ କ୍ଷେତ୍ରୀ ତଥା କୃତ୍ସ୍ନଂ ପ୍ରକାଶୟତି ଭାରତ ।।୩୪।।
ଯଥା-ଯେପରି; ପ୍ରକାଶୟତି-ଆଲୋକିତ କରେ; ଏକଃ-ଗୋଟିଏ; କୃତ୍ସ୍ନଂ-ସମଗ୍ର; ଲୋକଂ-ବ୍ରହ୍ମାଣ୍ଡ; ଇମଂ-ଏହି; ରବିଃ-ସୂର୍ଯ୍ୟ; କ୍ଷେତ୍ରଂ-ଏହି ଶରୀରକୁ; କ୍ଷେତ୍ରୀ-ଆତ୍ମା; ତଥା-ସେହିପରି; କୃତ୍ସ୍ନଂ-ସମଗ୍ର; ପ୍ରକାଶୟତି-ଆଲୋକିତ କରେ; ଭାରତ-ହେ ଭରତ ବଂଶଜ !
BG 13.34: ଯେପରି ଗୋଟିଏ ସୂର୍ଯ୍ୟ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉଦ୍ଭାସିତ କରିଥାଏ, ସେହିପରି ଆତ୍ମା ସମ୍ପୂର୍ଣ୍ଣ ଶରୀରକୁ ଆଲୋକିତ କରେ (ଚେତନା ଦ୍ୱାରା) ।
ଆତ୍ମା ନିବାସ କରିଥିବା ସମଗ୍ର ଶରୀରକୁ ନିଜର ଚେତନା ଦ୍ୱାରା ଶକ୍ତିଯୁକ୍ତ କରୁଥିଲେ ସୁଦ୍ଧା, ନିଜେ ଅତ୍ୟନ୍ତ ସୂକ୍ଷ୍ମ ଅଟେ । ଏଷୋଽଣୁରାତ୍ମା (ମୁଣ୍ଡକୋପନିଷଦ ୩.୧.୯) “ଆତ୍ମାର ଆକାର ଅତ୍ୟନ୍ତ କ୍ଷୁଦ୍ର ଅଟେ ।” ଶ୍ୱେତାଶ୍ୱତର ଉପନିଷଦ କହେ:
ବାଲାଗ୍ରଶତଭାଗସ୍ୟ ଶତଧା କଳ୍ପିତସ୍ୟ ଚ
ଭାଗୋ ଜୀବଃ ସ ବିଜେ୍ଞୟଃ ସ ଚାନନ୍ତ୍ୟାୟ କଳ୍ପତେ । (୫.୯)
“ଯଦି ଆମେ ଏକ କେଶର ଅଗ୍ରଭାଗକୁ ଏକଶତ ଭାଗରେ ବିଭକ୍ତ କରିବା ଏବଂ ପୁଣି ଗୋଟିଏ ଭାଗକୁ ଆଉ ଏକଶତ ଭାଗରେ ବିଭକ୍ତ କରିବା, ଆମେ ଆତ୍ମାର ଆକାର ପାଇପାରିବା । ଏପରି ଆତ୍ମା ଅସଂଖ୍ୟ ଅଛନ୍ତି ।” ଏହା ଆତ୍ମାର ସୂକ୍ଷ୍ମତା ବର୍ଣ୍ଣନା କରିବା ପାଇଁ ଏକ ଦୃଷ୍ଟାନ୍ତ ଅଟେ ।
ଏପରି ଏକ ସୂକ୍ଷ୍ମ ଆତ୍ମା, ତା’ ତୁଳନାରେ ଅତ୍ୟନ୍ତ ବିଶାଳ ଶରୀରକୁ ଶକ୍ତିଯୁକ୍ତ କରେ କିପରି ? ଶ୍ରୀକୃଷ୍ଣ ଏହାକୁ ସୂର୍ଯ୍ୟଙ୍କର ଉପମା ଦ୍ୱାରା ବୁଝାଇଛନ୍ତି । ଯଦିଓ ସୂର୍ଯ୍ୟ ଗୋଟିଏ ସ୍ଥାନରେ ଅବସ୍ଥିତ, ସେ ତାଙ୍କର ଆଲୋକରେ ସମଗ୍ର ସୌରମଣ୍ଡଳକୁ ଆଲୋକିତ କରନ୍ତି । ସେହିପରି ବେଦାନ୍ତ ଦର୍ଶନ କହେ:
ଗୁଣାଦ୍ୱାଲୋକବତ୍ (୨.୩.୨୫)
“ଆତ୍ମା, ଯଦିଓ ହୃଦୟରେ ନିବାସ କରିଥାଏ, ଏହା ଶରୀରର ସମସ୍ତ କ୍ଷେତ୍ରକୁ ଚୈତନ୍ୟତା ବିସ୍ତାର କରେ ।”
ଯଥା ପ୍ରକାଶୟତ୍ୟେକଃ କୃତ୍ସ୍ନଂ ଲୋକମିମଂ ରବିଃ ।
କ୍ଷେତ୍ରଂ କ୍ଷେତ୍ରୀ ତଥା କୃତ୍ସ୍ନଂ ପ୍ରକାଶୟତି ଭାରତ ।।୩୪।।
ଯେପରି ଗୋଟିଏ ସୂର୍ଯ୍ୟ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉଦ୍ଭାସିତ କରିଥାଏ, ସେହିପରି ଆତ୍ମା ସମ୍ପୂର୍ଣ୍ଣ ଶରୀରକୁ ଆଲୋକିତ କରେ (ଚେତନା ଦ୍ୱାରା) ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily