ଗାମାବିଶ୍ୟ ଚ ଭୂତାନି ଧାରୟାମ୍ୟହମୋଜସା ।
ପୁଷ୍ଣାମି ଚୌଷଧୀଃ ସର୍ବାଃ ସୋମୋ ଭୂତ୍ୱା ରସାତ୍ମକଃ ।।୧୩।।
ଗାମ୍ -ପୃଥିବୀ; ଆବିଶ୍ୟ- ବ୍ୟାପ୍ତ ହୋଇ; ଚ-ଏବଂ; ଭୂତାନି -ଜୀବଗଣ; ଧାରୟାମି - ଧାରଣ କରି; ଅହଂ-ମୁଁ; ଓଜସା - ମୋର ଶକ୍ତିଦ୍ୱାରା; ପୁଷ୍ଣାମି - ପରିପୁଷ୍ଟ କରି; ଚ-ଏବଂ; ଔଷଧୀଃ- ଗଛପତ୍ର; ସର୍ବାଃ- ସମସ୍ତ; ସୋମଃ-ଚନ୍ଦ୍ର; ଭୂତ୍ୱା -ହୋଇ; ରସ-ଆତ୍ମକଃ- ଜୀବନର ରସ ଯୋଗାଇ ।
BG 15.13: ମୁଁ ସଂସାରରେ ବ୍ୟାପ୍ତ ହୋଇ, ମୋ ଶକ୍ତି ଦ୍ୱାରା ସମସ୍ତ ପ୍ରାଣୀଙ୍କର ପୋଷଣ କରିଥାଏ । ମୁଁ ଚନ୍ଦ୍ର ହୋଇ, ସମସ୍ତ ବୃକ୍ଷଙ୍କ ମଧ୍ୟରେ ଜୀବନ ରସ ସଞ୍ଚାର କରେ ।
ଗାମ୍ ଶବ୍ଦର ଅର୍ଥ ପୃଥିବୀ ଏବଂ ଓଜସା ଶବ୍ଦର ଅର୍ଥ ଶକ୍ତି । ପୃଥିବୀ ଏକ ପିଣ୍ଡ ଅଟେ, କିନ୍ତୁ ଭଗବାନଙ୍କ ଶକ୍ତି ଦ୍ୱାରା ଏହା ବସବାସ ଯୋଗ୍ୟ ହୋଇପାରିଛି ଏବଂ ଅନେକ ପ୍ରଜାତିର ଚର ଓ ଅଚର ଜୀବଙ୍କୁ ଆଶ୍ରୟ ପ୍ରଦାନ କରିଛି । ପିଲାଦିନେ ଆମେ ଏହା ଭାବି ଆଶ୍ଚର୍ଯ୍ୟ ହୋଇଥାଉ ଯେ ସମୁଦ୍ରର ଜଳ ଲବଣାକ୍ତ କାହିଁକି ? ବାସ୍ତବରେ ସମୁଦ୍ର ଜଳ ଯଦି ଲବଣାକ୍ତ ହୋଇ ନ ଥା’ନ୍ତା, ତେବେ ପୃଥିବୀରେ ବହୁ ପ୍ରକାର ରୋଗ ବୃଦ୍ଧି ପାଇଥାନ୍ତା ଏବଂ ତାହା ବସବାସ ଯୋଗ୍ୟ ହୁଅନ୍ତା ନାହିଁ । ତେଣୁ, ଭୌତିକ କାରଣ ଯାହା ହୋଇଥାଉ ନା କାହିଁକି, ଭଗବାନଙ୍କ ଇଚ୍ଛାରେ ହିଁ ସମୁଦ୍ର ଜଳ ଲବଣାକ୍ତ ଅଟେ । ଜଣେ ନୋବେଲ୍ ପୁରସ୍କାର ବିଜେତା ବୈଜ୍ଞାନିକ, ଜର୍ଜ ୱାଲ୍ଡ, ତାଙ୍କର ପୁସ୍ତକ ‘ଜୀବନ ଉତ୍ପନ୍ନ କରୁଥିବା ବ୍ରହ୍ମାଣ୍ଡ’ (ଇ ଟଦ୍ଭସଙ୍ଖରକ୍ସଗ୍ଦର ଗ୍ଧଷବଗ୍ଧ ଈକ୍ସରରୟ କ୍ଷସଲର)ରେ ଉଲ୍ଲେଖ କରିଛନ୍ତି, “ବିଶ୍ୱବ୍ରହ୍ମାଣ୍ଡର ଅସଂଖ୍ୟ ପ୍ରକାରର ଭୌତିକ ଗୁଣ ମଧ୍ୟରୁ ଯଦି ଗୋଟିଏ ବି ଗୁଣ, ସେ ଯାହା ଅଟେ ତାହା ନ ହୋଇ ଅନ୍ୟ କିଛି ହୋଇଥାଆନ୍ତା, ତାହେଲେ ଏତେ ପ୍ରଚୁର ମାତ୍ରାରେ ଜୀବନ, ଏଠାରେ କିମ୍ବା ଅନ୍ୟ କୌଣସିଠାରେ ଉପଲବ୍ଧ ହୋଇ ନ ଥାନ୍ତା । ଶ୍ରୀକୃଷ୍ଣଙ୍କ ବକ୍ତବ୍ୟରୁ ଆମେ ବୁଝିପାରିବା ଯେ ଭଗବାନଙ୍କ ଶକ୍ତି ହିଁ ସଂସାରରେ ଉପଯୁକ୍ତ ଭୌତିକ ଗୁଣ ସୃଷ୍ଟି କରିଛି, ଯାହା ପୃଥିବୀରେ ଜୀବନ ଧାରଣ ସମ୍ଭବ କରିଛି ।
ଅମୃତ ଗୁଣଯୁକ୍ତ ଚନ୍ଦ୍ର ଆଲୋକ ସମସ୍ତ ବନସ୍ପତି, ଯଥା ଗୁଳ୍ମ, ପନିପରିବା, ଫଳ ଏବଂ ଶସ୍ୟମାନଙ୍କୁ ପୋଷଣ ଯୋଗାଇଥାଏ । ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ହିଁ ଚନ୍ଦ୍ରକିରଣକୁ ଏହି ପୋଷକ ତତ୍ତ୍ୱ ପ୍ରଦାନ କରିଥାନ୍ତି ।
ଗାମାବିଶ୍ୟ ଚ ଭୂତାନି ଧାରୟାମ୍ୟହମୋଜସା ।
ପୁଷ୍ଣାମି ଚୌଷଧୀଃ ସର୍ବାଃ ସୋମୋ ଭୂତ୍ୱା ରସାତ୍ମକଃ ।।୧୩।।
ମୁଁ ସଂସାରରେ ବ୍ୟାପ୍ତ ହୋଇ, ମୋ ଶକ୍ତି ଦ୍ୱାରା ସମସ୍ତ ପ୍ରାଣୀଙ୍କର ପୋଷଣ କରିଥାଏ । ମୁଁ ଚନ୍ଦ୍ର ହୋଇ, ସମସ୍ତ ବୃକ୍ଷଙ୍କ ମଧ୍ୟରେ ଜୀବନ ରସ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily