ଅର୍ଜୁନ ଉବାଚ
ଯେ ଶାସ୍ତ୍ରବିଧିମୁତ୍ସୃଜ୍ୟ ଯଜନ୍ତେ ଶ୍ରଦ୍ଧୟାନ୍ୱିତାଃ ।
ତେଷାଂ ନିଷ୍ଠା ତୁ କା କୃଷ୍ଣ ସତ୍ତ୍ୱମାହୋ ରଜସ୍ତମଃ ।।୧।।
ଅର୍ଜୁନଃ ଉବାଚ - ଅର୍ଜୁନ କହିଲେ; ଯେ - ଯେଉଁମାନେ; ଶାସ୍ତ୍ର-ବିଧିଂ- ଶାସ୍ତ୍ରନିର୍ଦ୍ଦେଶ; ଉତ୍ସୃଜ୍ୟ - ଉପେକ୍ଷା କରି; ଯଜନ୍ତେ- ଆରାଧନା କରନ୍ତି; ଶ୍ରଦ୍ଧୟା-ଅନ୍ୱିତାଃ - ପୂର୍ଣ୍ଣ ଶ୍ରଦ୍ଧାରେ; ତେଷାଂ -ସେମାନଙ୍କର; ନିଷ୍ଠା- ବିଶ୍ୱାସ; ତୁ -ବାସ୍ତବରେ; କା -କ’ଣ; କୃଷ୍ଣ- ହେ କୃଷ୍ଣ; ସତ୍ତ୍ୱମ୍ - ସତ୍ତ୍ୱଗୁଣରେ; ଆହୋ - କୁହାଯାଏ; ରଜଃ - ରଜୋଗୁଣରେ; ତମଃ - ତମୋଗୁଣରେ ।
BG 17.1: ଅର୍ଜୁନ କହିଲେ : ହେ କୃଷ୍ଣ! ଯେଉଁମାନେ ଶାସ୍ତ୍ର ନିର୍ଦ୍ଦେଶକୁ ଅବଜ୍ଞା କରିଥାନ୍ତି, କିନ୍ତୁ ଶ୍ରଦ୍ଧାର ସହିତ ଆରାଧନା କରନ୍ତି, ତାଙ୍କର ସ୍ଥିତି କ’ଣ? ତାଙ୍କର ଶ୍ରଦ୍ଧାକୁ ସତ୍ତ୍ୱଗୁଣୀ କୁହାଯିବ କି ରଜୋଗୁଣୀ ଅଥବା ତମୋଗୁଣୀ କୁହାଯିବ?
ପୂର୍ବ ଅଧ୍ୟାୟରେ ଶ୍ରୀକୃଷ୍ଣ ଦିବ୍ୟ ଏବଂ ଆସୁରିକ ଗୁଣ ସମ୍ବନ୍ଧରେ କହିଥିଲେ, ଯାହା ଅର୍ଜୁନଙ୍କୁ ଧାରଣ କରିବା ଯୋଗ୍ୟ ଏବଂ ପରିତ୍ୟାଗ କରିବା ଯୋଗ୍ୟ ଗୁଣ ବିଷୟରେ ଜାଣିବାକୁ ସାହାଯ୍ୟ କରିବ । ଅଧ୍ୟାୟ ଶେଷରେ, ସେ ବ୍ୟକ୍ତ କଲେ ଯେ ଯେଉଁମାନେ ଶାସ୍ତ୍ରନିୟମ ଉଲ୍ଲଙ୍ଘନ କରନ୍ତି ଏବଂ ମୁର୍ଖତାବଶତଃ ନିଜ ଶରୀର ଏବଂ ମନର ଆବେଗରେ ପ୍ରେରିତ ହୁଅନ୍ତି, ସେମାନେ ସର୍ବଶ୍ରେଷ୍ଠ ସୁଖ, କିମ୍ବା ଜନ୍ମ ଓ ମୃତ୍ୟୁର ଚକ୍ରରୁ ମୁକ୍ତି ପାଇପାରିବେ ନାହିଁ । ଏହିପରି ଭାବରେ, ସେ ଶାସ୍ତ୍ରମାନଙ୍କର ଉପଦେଶ ଗ୍ରହଣ କରି ତଦନୁଯାୟୀ କର୍ମ କରିବାର ପଥ ପ୍ରଦର୍ଶନ କରିଥିଲେ । ବର୍ତ୍ତମାନର ପ୍ରଶ୍ନ ଶ୍ରୀକୃଷ୍ଣଙ୍କର ସେହି ଉପଦେଶରୁ ଉତ୍ପନ୍ନ ହୋଇଛି । ଯେଉଁମାନେ ଶାସ୍ତ୍ର ନିୟମ ପାଳନ ନ କରି ପୂଜା ଇତ୍ୟାଦି କରିଥାନ୍ତି, ସେମାନଙ୍କର ଶ୍ରଦ୍ଧା ବିଷୟରେ ଅର୍ଜୁନ ଜାଣିବାକୁ ଚାହୁଁଛନ୍ତି । ବିଶେଷ କରି, ଭୌତିକ ପ୍ରକୃତିର ତ୍ରିଗୁଣ ଭିତ୍ତିରେ ସେ ଏହାର ଉତ୍ତର ବୁଝିବାକୁ ଚାହୁଁଛନ୍ତି ।
ଅର୍ଜୁନ ଉବାଚ
ଯେ ଶାସ୍ତ୍ରବିଧିମୁତ୍ସୃଜ୍ୟ ଯଜନ୍ତେ ଶ୍ରଦ୍ଧୟାନ୍ୱିତାଃ ।
ତେଷାଂ ନିଷ୍ଠା ତୁ କା କୃଷ୍ଣ ସତ୍ତ୍ୱମାହୋ ରଜସ୍ତମଃ ।।୧।।
ଅର୍ଜୁନ କହିଲେ : ହେ କୃଷ୍ଣ! ଯେଉଁମାନେ ଶାସ୍ତ୍ର ନିର୍ଦ୍ଦେଶକୁ ଅବଜ୍ଞା କରିଥାନ୍ତି, କିନ୍ତୁ ଶ୍ରଦ୍ଧାର ସହିତ ଆରାଧନା କରନ୍ତି, ତାଙ୍କର ସ୍ଥିତି କ’ଣ? ତାଙ୍କର ଶ୍ରଦ୍ଧାକୁ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily