ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାଂ ସା ସ୍ୱଭାବଜା ।
ସାତ୍ତ୍ୱିକୀ ରାଜସୀ ଚୈବ ତାମସୀ ଚେତି ତାଂ ଶୃଣୁ ।।୨।।
ଶ୍ରୀଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ତ୍ରିବିଧା - ତିନି ପ୍ରକାର; ଭବତି - ଅଛି; ଶ୍ରଦ୍ଧା-ଶ୍ରଦ୍ଧା ବା ବିଶ୍ୱାସ; ଦେହିନାଂ - ଦେହୀର; ସା -ଯାହା; ସ୍ୱଭାବଜା- ବ୍ୟକ୍ତିର ତ୍ରିଗୁଣମୟୀ ପ୍ରକୃତି ଅନୁଯାୟୀ; ସାତ୍ତ୍ୱିକୀ - ସତ୍ତ୍ୱଗୁଣୀ; ରାଜସୀ - ରଜୋଗୁଣୀ; ଚ- ଏବଂ; ଏବ- ନିଶ୍ଚିତରୂପେ; ତାମସୀ -ତମୋଗୁଣୀ; ଚ-ଏବଂ; ଇତି - ଏହିପରି; ତାଂ-ତାହା; ଶୃଣୁ - ମୋ’ଠାରୁ ଶୁଣ ।
BG 17.2: ପରମ ପୁରୁଷ ଭଗବାନ କହିଲେ: ପ୍ରତ୍ୟେକ ମନୁଷ୍ୟ ଅନ୍ତର୍ନିହିତ ଶ୍ରଦ୍ଧା ସହିତ ଜନ୍ମ ହୋଇଥାନ୍ତି, ଯହା ତିନି ପ୍ରକାରର ହୋଇଥାଏ - ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ । ବର୍ତ୍ତମାନ ଏହି ବିଷୟରେ ମୋଠାରୁ ଶୁଣ ।
କୌଣସି ବ୍ୟକ୍ତି ଶ୍ରଦ୍ଧା ରହିତ ହୋଇ ନ ପାରେ, କାରଣ ଏହା ମନୁଷ୍ୟ ବ୍ୟକ୍ତିତ୍ୱର ଏକ ଅବିଚ୍ଛେଦ୍ୟ ଅଂଶ ଅଟେ । ଯେଉଁମାନେ ଶାସ୍ତ୍ରକୁ ବିଶ୍ୱାସ କରନ୍ତି ନାହିଁ ସେମାନେ ମଧ୍ୟ ଶ୍ରଦ୍ଧାରୁ ବଞ୍ôଚତ ହୋଇପାରିବେ ନାହିଁ । ତାଙ୍କର ଶ୍ରଦ୍ଧା ଅନ୍ୟ କୌଣସିଠାରେ ଆଶ୍ରିତ ଥାଏ । ଏହା ତାଙ୍କ ବୁଦ୍ଧିର ତର୍କ, କିମ୍ବା ତାଙ୍କ ଇନ୍ଦ୍ରିୟ ମାନଙ୍କର ଅନୁଭୂତି ବା ସେମାନେ ବିଶ୍ୱାସ କରୁଥିବା ସିଦ୍ଧାନ୍ତ ହୋଇପାରେ । ଉଦାହରଣ ସ୍ୱରୂପ, ଯେତେବେଳେ ଜଣେ କହେ, “ମୁଁ ଭଗବାନଙ୍କୁ ବିଶ୍ୱାସ କରେ ନାହିଁ କାରଣ ମୁଁ ତାଙ୍କୁ ଦେଖିପାରେ ନାହିଁ”, ତାଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ନାହିଁ କିନ୍ତୁ ତାଙ୍କ ଆଖି ଉପରେ ବିଶ୍ୱାସ ଅଛି । ତେଣୁ ସେମାନେ ନିର୍ଣ୍ଣୟ ନେଇଥାନ୍ତି ଯେ ଯଦି ତାଙ୍କର ଚକ୍ଷୁ କୌଣସି ବସ୍ତୁ ଦେଖିପାରୁନାହିଁ, ସମ୍ଭବତଃ ତାହାର ଅସ୍ତିତ୍ୱ ନାହିଁ । ଏହା ମଧ୍ୟ ଗୋଟିଏ ପ୍ରକାର ଶ୍ରଦ୍ଧା । ଅନ୍ୟମାନେ କହନ୍ତି, “ମୁଁ ପୁରାତନ ଗ୍ରନ୍ଥ ମାନଙ୍କର ପ୍ରାମାଣିକତା ବିଶ୍ୱାସ କରେ ନାହିଁ, ତା ପରିବର୍ତ୍ତେ ଆଧୁନିକ ବିଜ୍ଞାନକୁ ମୁଁ ବିଶ୍ୱାସ କରେ ।” ଏହା ମଧ୍ୟ ଏକ ପ୍ରକାର ବିଶ୍ୱାସ, କାରଣ ଗତ କେତେ ଶତାବ୍ଦୀ ଧରି ଆମେ ଦେଖି ଆସିଛୁ କିପରି ବୈଜ୍ଞାନିକ ସିିଦ୍ଧାନ୍ତଗୁଡ଼ିକ ପରିବର୍ତ୍ତିତ ହେଉଛି ଅଥବା ବହିଷ୍କାର ହେଉଅଛି । ବର୍ତ୍ତମାନର ବୈଜ୍ଞାନିକ ସିଦ୍ଧାନ୍ତ ଯାହାକୁ ଆମେ ସତ୍ୟ ଭାବରେ ଗ୍ରହଣ କରୁଛୁ, ସମ୍ଭବତଃ ଭବିଷ୍ୟତରେ ତାହା ଭୁଲ ପ୍ରମାଣିତ ହୋଇପାରେ । ସେଗୁଡ଼ିକୁ ସତ୍ୟ ଭାବିବା ମଧ୍ୟ ଅତିଶୟ ବିଶ୍ୱାସ ଅଟେ । ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା, ପ୍ରଫେସର ଚାର୍ଲସ୍ ଏଚ୍. ଟୱେନସ୍, ଏହାକୁ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି: “ବିଜ୍ଞାନ ନିଜେ ବିଶ୍ୱାସ ଆବଶ୍ୟକ କରେ । ଆମର ତର୍କ ଠିକ୍ ବୋଲି ଆମେ ଜାଣିନାହୁଁ । ମୁଁ ଜାଣେ ନାହିଁ ତୁମେ ସେଠାରେ ଅଛ । ତୁମେ ଜାଣିନାହଁ ଯେ ମୁଁ ଏଠାରେ ଅଛି । ହୁଏତ ଏସବୁ ଆମର କେବଳ କଳ୍ପନା ହୋଇପାରେ । ସଂସାର ମୋତେ ଯେପରି ବୋଧ ହେଉଛି, ତା ଉପରେ ମୋର ବିଶ୍ୱାସ ଅଛି । ମୁଁ ବିଶ୍ୱାସ କରୁଛି ଯେ ତୁମେ ସେଠାରେ ଅଛ । ମୁଁ ଏହାକୁ ସିଦ୍ଧାନ୍ତ ଦୃଷ୍ଟିରୁ ପ୍ରମାଣ କରିପାରିବି ନାହିଁ.....ତଥାପି ମୋତେ କେତେକ ଆଧାର ଗ୍ରହଣ କରିବାକୁ ପଡ଼ିବ, ଯାହାର ଅନ୍ତର୍ଗତ ମୋତେ କାମ କରିବାକୁ ହେବ । “ଧର୍ମ ବିଶ୍ୱାସ ଅଟେ” ଏବଂ “ବିଜ୍ଞାନ ଜ୍ଞାନ ଅଟେ”, ମୁଁ ଭାବୁଛି ଏହି ଧାରଣା ଭୁଲ ଅଟେ । ଆମେ ସବୁ ବୈଜ୍ଞାନିକ, ବାହ୍ୟ ଜଗତର ସ୍ଥିତି ଏବଂ ଆମ ସିଦ୍ଧାନ୍ତର ବୈଧତା ଉପରେ ବିଶ୍ୱାସ କରୁ । ଏହି ବିଶ୍ୱାସକୁ ନେଇ ଆମେ ଆଶ୍ୱସ୍ତ ରହୁ, କିନ୍ତୁ ଯାହାହେଲେ ବି ତାହା କେବଳ ବିଶ୍ୱାସ ଅଟେ । ଆମେ ତାହାକୁ ପ୍ରମାଣିତ କରିପାରିବା ନାହିଁ ।” ଅତଏବ, ଜଣେ ଭୌତିକ ବିଜ୍ଞାନୀ, ସମାଜ ବିଜ୍ଞାନୀ କିମ୍ବା ଆଧ୍ୟାତ୍ମିକ ବିଜ୍ଞାନୀ ହେଇଥିଲେ ମଧ୍ୟ, ଜ୍ଞାନକୁ ଗ୍ରହଣ କରିବା ପାଇଁ ବିଶ୍ୱାସର ଆବଶ୍ୟକତାକୁ ସେମାନେ ଏଡ଼ାଇ ପାରିବେ ନାହିଁ । ଶ୍ରୀକୃଷ୍ଣ ବର୍ତ୍ତମାନ ବ୍ୟକ୍ତିବିଶେଷରେ ବିଶ୍ୱାସର ଉତ୍ସ କାହିଁକି ଭିନ୍ନ ଭିନ୍ନ ହୋଇଥାଏ, ତାହା ବର୍ଣ୍ଣନା କରୁଛନ୍ତି ।
ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାଂ ସା ସ୍ୱଭାବଜା ।
ସାତ୍ତ୍ୱିକୀ ରାଜସୀ ଚୈବ ତାମସୀ ଚେତି ତାଂ ଶୃଣୁ ।।୨।।
ପରମ ପୁରୁଷ ଭଗବାନ କହିଲେ: ପ୍ରତ୍ୟେକ ମନୁଷ୍ୟ ଅନ୍ତର୍ନିହିତ ଶ୍ରଦ୍ଧା ସହିତ ଜନ୍ମ ହୋଇଥାନ୍ତି, ଯହା ତିନି ପ୍ରକାରର ହୋଇଥାଏ - ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily