ଆୟୁଃ ସତ୍ତ୍ୱବଳାରୋଗ୍ୟସୁଖପ୍ରୀତିବିବର୍ଧନାଃ ।
ରସ୍ୟାଃ ସ୍ନିଗ୍ଧାଃ ସ୍ଥିରା ହୃଦ୍ୟା ଆହାରାଃ ସାତ୍ତ୍ୱିକପ୍ରିୟାଃ ।।୮।।
ଆୟୁଃ-ସତ୍ତ୍ୱ-ଯିଏ ଦୀର୍ଘାୟୁ କରେ; ବଳ- ବଳ; ଆରୋଗ୍ୟ -ସ୍ୱାସ୍ଥ୍ୟ; ସୁଖ-ସୁଖ; ପ୍ରୀତି- ସନ୍ତୋଷ; ବିବର୍ଧନାଃ - ବୃଦ୍ଧିକାରକ; ରସ୍ୟାଃ - ରସଯୁକ୍ତ; ସ୍ନିଗ୍ଧଃ - ଚର୍ବିଯୁକ୍ତ; ସ୍ଥିରାଃ -ପୋଷଣକାରୀ; ହୃଦ୍ୟାଃ - ହୃଦୟକୁ ଆନନ୍ଦଦାୟକ; ଆହାରାଃ -ଖାଦ୍ୟ; ସାତ୍ତ୍ୱିକ ପ୍ରିୟାଃ- ସାତ୍ତ୍ୱିକମାନଙ୍କର ପ୍ରିୟ ।
BG 17.8: ସାତ୍ତ୍ୱିକ ଗୁଣଯୁକ୍ତ ବ୍ୟକ୍ତିମାନେ ସେହି ପ୍ରକାର ଖାଦ୍ୟକୁ ପସନ୍ଦ କରନ୍ତି ଯାହା ଜୀବନର ଅବଧି ବଢ଼ାଏ ଏବଂ ସଦ୍ଗୁଣ, ଶକ୍ତି, ସ୍ୱାସ୍ଥ୍ୟ, ଆନନ୍ଦ ଏବଂ ସନ୍ତୋଷ ବୃଦ୍ଧି କରେ । ଏହିସବୁ ଖାଦ୍ୟ ରସଯୁକ୍ତ, ନରମ, ପୌଷ୍ଟିକ ଏବଂ ପ୍ରାକୃତିକ ଭାବେ ସ୍ୱାଦିଷ୍ଟ ଅଟନ୍ତି ।
ଚତୁର୍ଦ୍ଦଶ ଅଧ୍ୟାୟ, ଶ୍ଲୋକ ୬ରେ, ଶ୍ରୀକୃଷ୍ଣ ବର୍ଣ୍ଣନା କରିଥିଲେ ଯେ, ସାତ୍ତ୍ୱିକ ଗୁଣ ପବିତ୍ର, ଜ୍ଞାନୋଦୀପ୍ତ ଏବଂ ପ୍ରଶାନ୍ତ ଅଟେ ଏବଂ ଏହା ଆନନ୍ଦ ଓ ସନ୍ତୋଷ ପ୍ରଦାନ କରେ । ସତ୍ତ୍ୱଗୁଣୀ ଖାଦ୍ୟର ପ୍ରଭାବ ମଧ୍ୟ ସେହିପରି ଅଟେ । ଉପରୋକ୍ତ ଶ୍ଲୋକରେ, ଏହିସବୁ ଖାଦ୍ୟର ବର୍ଣ୍ଣନା ଆୟୁଃ ସତ୍ତ୍ୱ ଶବ୍ଦ ଦ୍ୱାରା କରାଯାଇଛି, ଅର୍ଥାତ୍ “ଯାହା ଦୀର୍ଘାୟୁ ପ୍ରଦାନ କରେ ।” ସେଗୁଡ଼ିକ ଉତ୍ତମ ସ୍ୱାସ୍ଥ୍ୟ, ସଦ୍ଗୁଣ, ଆନନ୍ଦ ଏବଂ ସନ୍ତୋଷ ପ୍ରଦାନ କରନ୍ତି । ଏପରି ଖାଦ୍ୟସବୁ ରସାଳ, ପ୍ରାକୃତିକ ଭାବେ ସ୍ୱାଦିଷ୍ଟ, ନରମ ଏବଂ ହିତକାରୀ ହୋଇଥାଏ । ଶସ୍ୟ, ଡ଼ାଲି, ଫଳ, ପରିବା, ଦୁଗ୍ଧ ଏବଂ ଅନ୍ୟ ଶାକାହାରୀ ଖାଦ୍ୟ ଏହାର ଅନ୍ତର୍ଭୁକ୍ତ ।
ସେଥିପାଇଁ ଶାକାହାରୀ ଖାଦ୍ୟ ସଦ୍ଗୁଣ ବୃଦ୍ଧି କରିବା ପାଇଁ ଉପାଦେୟ ଅଟେ, ଯାହା ଆଧ୍ୟାତ୍ମିକ ଜୀବନ ପାଇଁ ଅନୁକୁଳ ହୋଇଥାଏ । ଇତିହାସର ଅନେକ ସାତ୍ତ୍ୱିକ ଗୁଣଯୁକ୍ତ ବିଚାରଶୀଳ ବ୍ୟକ୍ତି ଏବଂ ଦାର୍ଶନିକ ଏହି ମନୋଭାବ ବ୍ୟକ୍ତ କରିଥାଆନ୍ତି ।
ଶାକାହାର ଏକ ବହୁତ ବଡ ପ୍ରଗତି ଅଟେ । ସୁନ୍ଦର ନିର୍ମଳ ବୁଦ୍ଧି ଏବଂ ଅବିଳମ୍ବ ହୃଦ୍ବୋଧ ତାଙ୍କୁ ଶାକାହାରୀ ହେବାକୁ ପ୍ରେରିତ କରିଥିଲା । ମାଂସ ଭକ୍ଷଣ ଏକ ଅହେତୁକ ହତ୍ୟା ଅଟେ ।” ବେଞ୍ଜାମିନ୍ ପ୍ରାଙ୍କଲିନ୍
“ମନୁଷ୍ୟ ମାଂସାହାରୀ ହେବା ନିନ୍ଦନୀୟ ନୁହେଁ କି? ଏକଥା ସତ ଯେ ସେ ଅନ୍ୟ ପ୍ରାଣୀଙ୍କୁ ହତ୍ୟା କରି ଏକ ଜୀବନ ଯାପନ କରିପାରେ, କିନ୍ତୁ ଏହା ଏକ ନିକୃଷ୍ଟ ଶୈଳୀ ଅଟେ । ମୋର ଏଥିରେ ସନ୍ଦେହ ନାହିଁ ଯେ ବର୍ବର ଆଦିବାସୀମାନେ ଯେପରି ସଭ୍ୟତାର ସଂସ୍ପର୍ଶରେ ଆସି ପରସ୍ପରକୁ ଭକ୍ଷଣ କରିବାରୁ ନିବୃତ ହୋଇଥିଲେ, ସେହିପରି ମାନବ ଜାତିର କ୍ରମ ବିକାଶରେ ମଧ୍ୟ ଦିନେ ମନୁଷ୍ୟ ଜୀବ ଭକ୍ଷଣ ତ୍ୟାଗ କରିବ ।” - ହେନେରି ଡ଼ାଭିଡ୍ ଥୋରେ, “ୱାଲଡ଼େନ୍”
“ଶାକାହାର ଆମକୁ ମାନସିକ ସ୍ତରରେ ଦୁର୍ବଳ, ସୁପ୍ତ କିମ୍ବା ନିସ୍ତେଜ କରିଦିଏ - ଏହି ଭ୍ରାନ୍ତ ଧାରଣାର ସଂଶୋଧନ ଆବଶ୍ୟକ । କୌଣସି ସ୍ତରରେ ବି ମୁଁ ମାଂସାହାରକୁ ଜରୁରୀ ମନେ କରେନାହିଁ ।” - ମହାତ୍ମା ଗାନ୍ଧୀ
“ହେ ମୋର ବନ୍ଧୁଗଣ! ପାପଯୁକ୍ତ ଖାଦ୍ୟ ଦ୍ୱାରା ତୁମର ଶରୀରକୁ କଳୁଷିତ କରନାହିଁ । ନିଜ ଓଜନରେ ଶାଖାକୁ ଅବନତ କରୁଥିବା ଶସ୍ୟ ତଥା ସେଓ ଆମ ପାଖରେ ଅଛି । ପନିପରିବା ସବୁ ନିଆଁରେ ରନ୍ଧନ କରି ନରମ କରାଯାଇପାରିବ । ପୃଥିବୀ ଆମକୁ ପ୍ରଚୁର ପରିମାଣର ଶୁଦ୍ଧ ଖାଦ୍ୟର ସମ୍ପଦ ପ୍ରଦାନ କରିଛି ଏବଂ ଏପରି ସବୁ ଉପହାର ଦେଇଛି ଯାହା ପାଇଁ କୌଣସି ରକ୍ତପାତ କିମ୍ବା ହତ୍ୟା ଆବଶ୍ୟକ ହୁଏ ନାହିଁ । କେବଳ ପଶୁମାନେ ମାଂସ ଭକ୍ଷଣ କରି ତାଙ୍କର କ୍ଷୁଧା ମେଣ୍ଟାଇଥାନ୍ତି, ତାହା ମଧ୍ୟ ସବୁ ପଶୁ ନୁହଁନ୍ତି, କାରଣ ଘୋଡ଼ା, ଗାଈ ଏବଂ ମେଣ୍ଢା ଘାସ ଖାଇ ଜୀବନ ଧାରଣ କରନ୍ତି ।” - ପିଥାଗୋରାସ୍
“ମୁଁ ମୋ ଉଦରକୁ ମୃତ ଜୀବମାନଙ୍କର ଏକ କବର ସ୍ଥାନ କରିବାକୁ ଚାହୁଁନାହିଁ ।” - ଜର୍ଜ ବର୍ଣ୍ଣାଡ୍ସ୍
ସମସ୍ତ ପ୍ରକାରର ଜୀବ ହତ୍ୟାଜନିତ ହିଂସା ମଧ୍ୟରୁ ଗୋ-ହତ୍ୟା ବିଶେଷ ରୂପରେ ଘୃଣ୍ୟ ଅଟେ । ମନୁଷ୍ୟର ଆହାର ପାଇଁ ଗାଈ ଦୁଗ୍ଧ ପ୍ରଦାନ କରିଥାଏ, ସେଥିପାଇଁ ସେ ମନୁଷ୍ୟର ମାତା ସଦୃଶ ଅଟେ । ଗୋମାତା ଯେତେବେଳେ ଦୁଗ୍ଧ ଦିଏ ନାହିଁ, ତାହାକୁ ହତ୍ୟା କରିବା ନୃଶଂସତା, ସଂସ୍କାରହୀନତା ଏବଂ ଅକୃତଜ୍ଞତା ଅଟେ ।
ଆୟୁଃ ସତ୍ତ୍ୱବଳାରୋଗ୍ୟସୁଖପ୍ରୀତିବିବର୍ଧନାଃ ।
ରସ୍ୟାଃ ସ୍ନିଗ୍ଧାଃ ସ୍ଥିରା ହୃଦ୍ୟା ଆହାରାଃ ସାତ୍ତ୍ୱିକପ୍ରିୟାଃ ।।୮।।
ସାତ୍ତ୍ୱିକ ଗୁଣଯୁକ୍ତ ବ୍ୟକ୍ତିମାନେ ସେହି ପ୍ରକାର ଖାଦ୍ୟକୁ ପସନ୍ଦ କରନ୍ତି ଯାହା ଜୀବନର ଅବଧି ବଢ଼ାଏ ଏବଂ ସଦ୍ଗୁଣ, ଶକ୍ତି, ସ୍ୱାସ୍ଥ୍ୟ, ଆନନ୍ଦ ଏବଂ ସନ୍ତୋଷ ବୃଦ୍ଧି …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily