ପଞ୍ଚୈତାନି ମହାବାହୋ କାରଣାନି ନିବୋଧ ମେ ।
ସାଂଖ୍ୟେ କୃତାନ୍ତେ ପ୍ରୋକ୍ତାନି ସିଦ୍ଧୟେ ସର୍ବକର୍ମଣାମ୍ ।।୧୩।।
ପଞ୍ଚ-ପାଞ୍ଚ; ଏତାନି -ଏହିସବୁ; ମହାବାହୋ -ହେ ମହାବାହୁ; କାରଣାନି -କାରଣ; ନିବୋଧ -ଶୁଣ; ମେ -ମୋଠାରୁ; ସାଂଖ୍ୟେ-ସାଂଖ୍ୟ ଦର୍ଶନର; କୃତାନ୍ତେ -କର୍ମଫଳ ସମାପ୍ତ କରିବା; ପ୍ରୋକ୍ତାନି -କୁହାଯାଇଛି; ସିଦ୍ଧୟେ -ସିଦ୍ଧିପ୍ରାପ୍ତି ନିମନ୍ତେ; ସର୍ବ-ସମସ୍ତ; କର୍ମଣାଂ-କର୍ମର ।
BG 18.13: ହେ ଅର୍ଜୁନ ! କର୍ମରେ ସିଦ୍ଧି ଲାଭ ପାଇଁ ସାଂଖ୍ୟ ଦର୍ଶନ ଦ୍ୱାରା ପ୍ରଦତ୍ତ ପାଞ୍ଚଗୋଟି କାରଣ ସମ୍ବନ୍ଧରେ, ମୋ ଠାରୁ ଶୁଣ, ଯାହା କର୍ମଫଳ ସମାପ୍ତ କରିବାର ଉପାୟ ବର୍ଣ୍ଣନା କରିଥାଏ ।
ଫଳାସକ୍ତି ରହିତ ହୋଇ କର୍ମ କରାଯାଇପାରିବ, ଏହା ଜାଣିବା ପରେ ଏକ ସ୍ୱାଭାବିକ ପ୍ରଶ୍ନ ମନରେ ଉଠେ: “କର୍ମ ଉପାଦାନ କ’ଣ?” ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ, ସେ ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛନ୍ତି । ଏହା କର୍ମଫଳ ପ୍ରତି ବୈରାଗ୍ୟ ଉତ୍ପନ୍ନ କରିବାରେ ସାହାଯ୍ୟ କରିବ । ତାହା ସହିତ ସେ ସ୍ପଷ୍ଟ କରୁଛନ୍ତି ଯେ ଏଠାରେ ବର୍ଣ୍ଣନା କରାଯାଉଥିବା କର୍ମର ପାଞ୍ଚ ଅଙ୍ଗର ବିଶ୍ଳେଷଣ ନୂତନ ନୁହେଁ, ଏହା ସାଂଖ୍ୟ ଦର୍ଶନରେ ପୂର୍ବରୁ ମଧ୍ୟ ବର୍ଣ୍ଣିତ ହୋଇଅଛି । ସାଂଖ୍ୟ ଦର୍ଶନ ମହର୍ଷି କପିଳଙ୍କ ଦ୍ୱାରା ପ୍ରଣୀତ, ଯିଏ ଭଗବାନଙ୍କର ଅବତାର ଥିଲେ ଏବଂ ପୃଥିବୀ ପୃଷ୍ଠରେ କର୍ଦ୍ଦମମୁନି ଏବଂ ଦେବହୁତିଙ୍କର ସନ୍ତାନ ରୂପରେ ଆବିର୍ଭାବ ହୋଇଥିଲେ । ସେ ପ୍ରଣୟନ କରିଥିବା ସାଂଖ୍ୟ ଦର୍ଶନ ବିଶ୍ଳେଷଣାତ୍ମକ ତର୍କ ଉପରେ ଆଧାରିତ । ଏହା ଶରୀର ତଥା ପୃଥିବୀର ଉପାଦାନର ବିଶ୍ଳେଷଣ ଦ୍ୱାରା ଆତ୍ମାକୁ ଜାଣିବାର ଜ୍ଞାନ ବୃଦ୍ଧି କରେ । ଏହା କର୍ମର ଉପାଦାନଗୁଡ଼ିକର ବିଶ୍ଳେଷଣ କରି କାର୍ଯ୍ୟ ଓ କାରଣର ସ୍ୱରୂପ ନିର୍ଣ୍ଣୟ କରେ ।
ପଞ୍ଚୈତାନି ମହାବାହୋ କାରଣାନି ନିବୋଧ ମେ ।
ସାଂଖ୍ୟେ କୃତାନ୍ତେ ପ୍ରୋକ୍ତାନି ସିଦ୍ଧୟେ ସର୍ବକର୍ମଣାମ୍ ।।୧୩।।
ହେ ଅର୍ଜୁନ ! କର୍ମରେ ସିଦ୍ଧି ଲାଭ ପାଇଁ ସାଂଖ୍ୟ ଦର୍ଶନ ଦ୍ୱାରା ପ୍ରଦତ୍ତ ପାଞ୍ଚଗୋଟି କାରଣ ସମ୍ବନ୍ଧରେ, ମୋ ଠାରୁ ଶୁଣ, ଯାହା କର୍ମଫଳ ସମାପ୍ତ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily