ଯସ୍ୟ ନାହଂକୃତୋ ଭାବୋ ବୁଦ୍ଧିର୍ଯସ୍ୟ ନ ଲିପ୍ୟତେ ।
ହତ୍ୱାଽପି ସ ଇମାଁଲ୍ଲୋକାନ୍ନ ହନ୍ତି ନ ନିବଧ୍ୟତେ ।।୧୭।।
ଯସ୍ୟ-ଯାହାର; ନ-ନାହିଁ; ଅହଂକୃତଃ-କତୃତ୍ୱାଭିମାନ; ଭାବଃ-ଭାବ; ବୁଦ୍ଧିଃ-ବୁଦ୍ଧି; ଯସ୍ୟ-ଯାହାର; ନ ଲିପ୍ୟତେ-ଅନାସକ୍ତ; ହତ୍ୱା - ମାରି;ଅପି -ମଧ୍ୟ;ସଃ-ସେ; ଇମାନ୍-ଏହି; ଲୋକାନ୍-ପ୍ରାଣୀ; ନ-ନାହିଁ; ହନ୍ତି-ମାରେ; ନ-ନାହିଁ; ନିବଧ୍ୟତେ -ଆବଦ୍ଧ ହୁଏ ।
BG 18.17: ଯେଉଁମାନେ ଆସକ୍ତି ରହିତ, ସେମାନେ ପ୍ରାଣୀଙ୍କୁ ହତ୍ୟା କଲେ ମଧ୍ୟ ହତ୍ୟା କରନ୍ତି ନାହିଁ କିମ୍ବା କର୍ମଦ୍ୱାରା ବାନ୍ଧି ହୁଅନ୍ତି ନାହିଁ ।
ପୂର୍ବ ଶ୍ଳୋକରେ, ମନ୍ଦବୁଦ୍ଧି ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ବିଶୁଦ୍ଧ ବୁଦ୍ଧି ବିଷୟରେ ଆଲୋକପାତ କରୁଛନ୍ତି । ସେ କହୁଛନ୍ତି ଯେ ଯେଉଁମାନଙ୍କର ବୁଦ୍ଧି ବିଶୁଦ୍ଧ, ସେମାନେ କର୍ତ୍ତାପଣର ମିଥ୍ୟା ଅହଂକାରଠାରୁ ମୁକ୍ତ ରହିଥାନ୍ତି । ସେମାନେ ତାଙ୍କ କର୍ମଫଳକୁ ଉପଭୋଗ କରିବାକୁ ମଧ୍ୟ ଚାହାଁନ୍ତି ନାହିଁ । ତେଣୁ କର୍ମର ପ୍ରତିକ୍ରିୟା ଦ୍ୱାରା ସେମାନେ ବାନ୍ଧି ହୁଅନ୍ତି ନାହିଁ । ପୂର୍ବରୁ ଶ୍ଳୋକ ୫.୧୦ରେ ମଧ୍ୟ ସେ କହିଥିଲେ ଯେ ଯେଉଁମାନେ କର୍ମଫଳ ଆସକ୍ତିରୁ ମୁକ୍ତ ରହିଥାନ୍ତି, ସେମାନେ ପାପଗ୍ରସ୍ତ ହୁଅନ୍ତି ନାହିଁ । ଭୌତିକ ଦୃଷ୍ଟିକୋଣରୁ, ସେମାନେ କର୍ମ କରୁଥିବା ପରି ମନେ ହେଉଥିଲେ ସୁଦ୍ଧା, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଯେହେତୁ ସେମାନଙ୍କର କୌଣସି ସ୍ୱାର୍ଥଯୁକ୍ତ ଉଦ୍ଦେଶ୍ୟ ନ ଥାଏ, ସେମାନେ ତାଙ୍କ କର୍ମଫଳର ବନ୍ଧନରେ ପଡ଼ନ୍ତି ନାହିଁ ।
ଭାରତ ଇତିହାସର ମୋଗଲ ରାଜତ୍ୱ କାଳରେ, ରହିମ୍ ଖାନ୍ଖନ୍ନା ଜଣେ ପ୍ରସିଦ୍ଧ ସନ୍ଥ କବି ଥିଲେ । ଜନ୍ମ ଅନୁସାରେ ମୁସଲମାନ ହୋଇଥିଲେ ମଧ୍ୟ, ସେ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ ଥିଲେ । ଦାନ କରିବାକୁ ଯାଇ ଭିକ୍ଷା ଦେବା ସମୟରେ ସେ ଚକ୍ଷୁ ନତ କରି ଦାନ ଦିଅନ୍ତି । ଏହି ଅଭ୍ୟାସ ସହିତ ଏକ ମଧୁର ଘଟଣା ଜଡ଼ିତ ଅଛି । କୁହାଯାଏ ଯେ, ସନ୍ଥ ତୁଳସୀ ଦାସ ରହିମଙ୍କର ଏପରି ଭିକ୍ଷା ଦେବାର ଶୈଳୀ ବିଷୟରେ ଶୁଣି, ତାଙ୍କୁ ପଚାରି ଥିଲେ:
ଏସୀ ଦେନୀ ଦେନ ଜ୍ୟୁଁ, କିତ ସୀଖେ ହୋ ସୈନ
ଜ୍ୟୋଁ ଜ୍ୟୋଁ କର ଉଁଚ୍ୟୋ କରୋ, ତ୍ୟୋଁ ତ୍ୟୋଁ ନିଚେ ନୈନ
“ହେ ମହାନୁଭବ! ଏହିପରି ଭିକ୍ଷା ଦେବା ଆପଣ କେଉଁଠାରୁ ଶିଖିଲେ ? ଆପଣଙ୍କ ହସ୍ତ ଉଚ୍ଚରେ ଏବଂ ଚକ୍ଷୁ ନିମ୍ନରେ ଅଛି ।” ରହିମ ବିନମ୍ରତାର ସହ ଅତି ସୁନ୍ଦର ଭାବେ ଏହାର ଉତ୍ତର ଦେଇଥିଲେ:
ଦେନହାର କେଈ ଔର ହୈ, ଭେଜତ ହୈ ଦିନ ରୈନ
ଲୋଗ ଭରମ ହମ ପର କରେଁ, ୟାତେ ନିଚେ ନୈନ
“ଦାନୀ ଅନ୍ୟ କେହି ଅଟନ୍ତି, ଯିଏ ଦିନ-ରାତି ଦେଉଛନ୍ତି । କିନ୍ତୁ ସଂସାର ମୋର ପ୍ରଶଂସା କରୁଛି, ସେଥିପାଇଁ ମୁଁ ଚକ୍ଷୁ ନତ କରି ନେଉଛି ।” ଆମ ଦ୍ୱାରା ସମ୍ପାଦିତ କର୍ମ ପାଇଁ କେବଳ ଆମେ ହିଁ ଦାୟୀ ନୁହେଁ, ଏହା ବୁଝିବା ଦ୍ୱାରା ଆମେ କର୍ତ୍ତୃତ୍ୱାଭିମାନରୁ ମୁକ୍ତ ହୋଇଥାଏ ।
ଯସ୍ୟ ନାହଂକୃତୋ ଭାବୋ ବୁଦ୍ଧିର୍ଯସ୍ୟ ନ ଲିପ୍ୟତେ ।
ହତ୍ୱାଽପି ସ ଇମାଁଲ୍ଲୋକାନ୍ନ ହନ୍ତି ନ ନିବଧ୍ୟତେ ।।୧୭।।
ଯେଉଁମାନେ ଆସକ୍ତି ରହିତ, ସେମାନେ ପ୍ରାଣୀଙ୍କୁ ହତ୍ୟା କଲେ ମଧ୍ୟ ହତ୍ୟା କରନ୍ତି ନାହିଁ କିମ୍ବା କର୍ମଦ୍ୱାରା ବାନ୍ଧି ହୁଅନ୍ତି ନାହିଁ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily