ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ କାର୍ଯ୍ୟାକାର୍ଯ୍ୟେ ଭୟାଭୟେ ।
ବନ୍ଧଂ ମୋକ୍ଷଂ ଚ ଯା ବେତ୍ତି ବୁଦ୍ଧିଃ ସା ପାର୍ଥ ସାତ୍ତ୍ୱିକୀ ।।୩୦।।
ପ୍ରବୃତ୍ତିଂ-କର୍ମ; ଚ-ଏବଂ; ନିବୃତ୍ତିଂ-କର୍ମତ୍ୟାଗ; ଚ -ଏବଂ; କାର୍ଯ୍ୟ-ଉଚିତ୍ କର୍ମ; ଅକାର୍ଯ୍ୟେ-ଅନୁଚିତ୍ କର୍ମ; ଭୟ-ଭୟ; ଅଭୟେ-ଭୟହୀନତା; ବନ୍ଧଂ-ବନ୍ଧନକାରକ; ମୋକ୍ଷଂ-ମୋକ୍ଷଦାୟୀ; ଚ -ଏବଂ; ଯା-ଯାହା; ବେତ୍ତି-ଜାଣେ; ବୁଦ୍ଧିଃ-ବୁଦ୍ଧି; ସା-ତାହା; ପାର୍ଥ- ହେ ପୃଥାପୁତ୍ର; ସାତ୍ତ୍ୱିକୀ-ସାତ୍ତ୍ୱିକ ।
BG 18.30: ହେ ପାର୍ଥ ! କର୍ମ ବିଷୟରେ ଉଚିତ୍-ଅନୁଚିତ୍, କର୍ତ୍ତବ୍ୟ-ଅକର୍ତ୍ତବ୍ୟ, କାହାକୁ ଭୟ କରିବା ଉଚିତ୍ ଏବଂ କାହାକୁ ଭୟ କରିବା ଉଚିତ ନୁହେଁ, କିଏ ବନ୍ଧନ କାରକ ଏବଂ ମୁକ୍ତି ଦାୟିନୀ - ଏସବୁର ବିଚାର ଯେଉଁ ବୁଦ୍ଧି କରିପାରେ, ତାହା ସତ୍ତ୍ୱଗୁଣୀ ବୁଦ୍ଧି ଅଟେ ।
କୌଣସି ନିର୍ଣ୍ଣୟ ଗ୍ରହଣ କରିବା ପାଇଁ ଆମ୍ଭେମାନେ ସର୍ବଦା ନିଜ ସ୍ୱତନ୍ତ୍ର ଇଚ୍ଛାର ଉପଯୋଗ କରିଥାଏ ଏବଂ ଜୀବନରେ ଆମେ କେଉଁଠାରେ ପହଞ୍ôଚବା ତାହା ସେହି ନିର୍ଣ୍ଣୟମାନଙ୍କର ସମାହାର ନିର୍ଦ୍ଧାରଣ କରିଥାଏ । ରବର୍ଟ ଫ୍ରଷ୍ଟ ତାଙ୍କର କବିତା “ଯେଉଁ ରାସ୍ତାରେ କିଏ ଯାଇନାହିଁ” (ଞଷର ଜକ୍ଟବୟ ଦ୍ଭକ୍ଟଗ୍ଧ ଞବଳରଦ୍ଭ) ରେ ଏହାର ସ୍ପଷ୍ଟ ଚିତ୍ରଣ କରିଛନ୍ତି:
ଦୀର୍ଘଶ୍ୱାସ ନେଇ ଏହା ମୁଁ କହୁଛି,
କାହିଁ କେତେ ଯୁଗରୁ,
ଜଙ୍ଗଲରେ ଦୁଇଟି ରାସ୍ତା ପଡିଛି, ଏବଂ ମୁଁ,
ମୁଁ କମ୍ ଗମନାଗମନ ହୋଇଥିବା ରାସ୍ତାଟି ବାଛିଲି
ଏବଂ ତାହାହିଁ ସମସ୍ତ ପାର୍ଥକ୍ୟ ସୃଷ୍ଟି କଲା ।
ଉପଯୁକ୍ତ ନିର୍ଣ୍ଣୟ ଗ୍ରହଣ କରିବା ପାଇଁ ଏକ ବିକସିତ ବିବେକର ଆବଶ୍ୟକତା ରହିଥାଏ । ଅର୍ଜୁନଙ୍କୁ ବିଚାରଣ ବା ବିବେକ ଶକ୍ତିରେ ସଜ୍ଜିତ କରିବା ଉଦ୍ଦେଶ୍ୟରେ ଭଗବଦ୍ଗୀତା କୁହାଯାଇ ଥିଲା । ପ୍ରାରମ୍ଭରେ, ଅର୍ଜୁନ ତାଙ୍କର କର୍ତ୍ତବ୍ୟ ବିଷୟରେ ସନ୍ଦିହାନ ଥିଲେ । ନିଜର ଆତ୍ମୀୟମାନଙ୍କ ପ୍ରତି ଅହୈତୁକୀ ଆସକ୍ତି, ତାଙ୍କର କର୍ତ୍ତବ୍ୟ ନିରୂପଣ କରିବାର ବିଚାରଶକ୍ତିକୁ ଭ୍ରମିତ କରିଦେଇଥିଲା । ଦୁର୍ବଳ, ଭୟଭୀତ ଏବଂ ବିଚଳିତ ଅନୁଭବ କରି, ସେ ଭଗବାନଙ୍କର ଶରଣାଗତ ହୋଇଥିଲେ ଏବଂ ତାଙ୍କର କର୍ତ୍ତବ୍ୟ ବିଷୟରେ ମାର୍ଗଦର୍ଶନ କରିବାକୁ ଅନୁରୋଧ କରିଥିଲେ । ଜ୍ଞାନର ଏହି ଦିବ୍ୟ ଗୀତ ଦ୍ୱାରା ଶ୍ରୀକୃଷ୍ଣ ଅର୍ଜୁନଙ୍କର ବିଚାର ଶକ୍ତିକୁ ବିକସିତ କରିବାରେ ସାହାଯ୍ୟ କରିଥିଲେ । ସର୍ବଶେଷରେ ସେ କହିଥିଲେ: “ମୁଁ ଗୁପ୍ତଠାରୁ ମଧ୍ୟ ଅଧିକ ଗୁପ୍ତ ଜ୍ଞାନ ତୁମ ସମ୍ମୁଖରେ ପ୍ରକାଶ କଲି । ଗଭୀର ଭାବରେ ଏହାର ମନନ କର ଏବଂ ତା’ପରେ ତୁମର ଯାହା ଇଚ୍ଛା, ତାହା କର ।”(ଶ୍ଳୋକ ୧୮.୬୩)
ସତ୍ତ୍ୱଗୁଣ ବୁଦ୍ଧିକୁ ଜ୍ଞାନର ଆଲୋକରେ ଉଦ୍ଭାସିତ କରେ, ଯଦ୍ୱାରା କୌଣସି କର୍ମ ଏବଂ ମନୋଭାବ ଉଚିତ ଅଥବା ଅନୁଚିତ ତାହା ବିଚାର କରିବାର କ୍ଷମତା ପରିମାର୍ଜିତ ହୁଏ । କେଉଁ ପ୍ରକାର କର୍ମ କରିବା ଉଚିତ ଏବଂ କେଉଁ କର୍ମ ବର୍ଜନ କରିବା ଉଚିତ, କାହାକୁ ଭୟ କରିବା ଉଚିତ୍ ଏବଂ କାହାକୁ ପରିତ୍ୟାଗ କରିବା ଉଚିତ୍, ସାତ୍ତ୍ୱିକ ବୁଦ୍ଧି ଆମକୁ ଜଣାଇଥାଏ । ଏହା ଆମ ବ୍ୟକ୍ତିତ୍ୱର ଦୋଷ ଆମକୁ ଦର୍ଶାଇବା ସହିତ ତା’ର ସମାଧାନ କରିବାର ଉପାୟ ମଧ୍ୟ ନିର୍ଦ୍ଦେଶ କରିଥାଏ ।
ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ କାର୍ଯ୍ୟାକାର୍ଯ୍ୟେ ଭୟାଭୟେ ।
ବନ୍ଧଂ ମୋକ୍ଷଂ ଚ ଯା ବେତ୍ତି ବୁଦ୍ଧିଃ ସା ପାର୍ଥ ସାତ୍ତ୍ୱିକୀ ।।୩୦।।
ହେ ପାର୍ଥ ! କର୍ମ ବିଷୟରେ ଉଚିତ୍-ଅନୁଚିତ୍, କର୍ତ୍ତବ୍ୟ-ଅକର୍ତ୍ତବ୍ୟ, କାହାକୁ ଭୟ କରିବା ଉଚିତ୍ ଏବଂ କାହାକୁ ଭୟ କରିବା ଉଚିତ ନୁହେଁ, କିଏ ବନ୍ଧନ କାରକ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily