ଯୟା ଧର୍ମମଧର୍ମଂ ଚ କାର୍ଯ୍ୟଂ ଚାକାର୍ଯ୍ୟମେବ ଚ ।
ଅଯଥାବତ୍ ପ୍ରଜାନାତି ବୁଦ୍ଧିଃ ସା ପାର୍ଥ ରାଜସୀ ।।୩୧।।
ଯୟା -ଯାହାଦ୍ୱାରା; ଧର୍ମଂ-ଧର୍ମ; ଅଧର୍ମଂ-ଅଧର୍ମ; ଚ-ଏବଂ; କାର୍ଯ୍ୟ-ଉଚିତ ଆଚରଣ; ଚ-ଏବଂ; ଅକାର୍ଯ୍ୟମ୍-ଅନୁଚିତ ଆଚରଣ; ଏବ-ନିଶ୍ଚିତଭାବେ; ଚ-ଏବଂ; ଅଯଥାବତ୍-ବିଚଳିତ; ପ୍ରଜାନାତି-ବାଛି ପାରେ; ବୁଦ୍ଧିଃ-ବୁଦ୍ଧି; ସା- ତାହା; ପାର୍ଥ- ହେ ପୃଥାପୁତ୍ର; ରାଜସୀ-ରାଜସିକ ।
BG 18.31: ଯେତେବେଳେ ବୁଦ୍ଧି ଧର୍ମ ଓ ଅଧର୍ମକୁ ନେଇ ବିଭ୍ରାନ୍ତ ହୋଇଯାଏ ଏବଂ ଠିକ୍ ଓ ଭୁଲ ଆଚରଣ ମଧ୍ୟରେ ନିର୍ଣ୍ଣୟ କରିପାରେ ନାହିଁ, ସେତେବେଳେ ଏହା ରାଜସିକ ଗୁଣଯୁକ୍ତ ବିବେଚିତ ହୁଏ ।
ବ୍ୟକ୍ତିଗତ ଆସକ୍ତି ଦ୍ୱାରା ରାଜସିକ ବୁଦ୍ଧି ମିଶ୍ରିତ ହୋଇଯାଏ । ବେଳେ ବେଳେ ଏହା ସ୍ପଷ୍ଟ ଭାବରେ ଦେଖିପାରେ, କିନ୍ତୁ ସ୍ୱାର୍ଥଯୁକ୍ତ ହୋଇଯିବା ଦ୍ୱାରା ଏହା କଳୁଷିତ ଏବଂ ଦ୍ୱିଧାଗ୍ରସ୍ତ ହୋଇଯାଏ । ଉଦାହରଣ ସ୍ୱରୂପ, କେହି କେହି ବୃତ୍ତି କ୍ଷେତ୍ରରେ ବହୁତ ଦକ୍ଷ ହୋଇଥାନ୍ତି, ଅଥଚ ତାଙ୍କର ପାରିବାରିକ ସମ୍ବନ୍ଧ ଶିଶୁ ସୁଲଭ ହୋଇଥାଏ । ସେମାନେ ତାଙ୍କ କାର୍ଯ୍ୟକ୍ଷେତ୍ରରେ ସଫଳ ହୋଇଥାଆନ୍ତି, କିନ୍ତୁ ପାରିବାରିକ ସମ୍ପୂର୍ଣ୍ଣ ବିଫଳ ହୋଇଥାନ୍ତି, କାରଣ ତାଙ୍କର ଆସକ୍ତି ଉଚିତ ନିର୍ଣ୍ଣୟ ଓ ଆଚରଣ କରିବାକୁ ବାଧା ଦିଏ । ରାଜସିକ ବୁଦ୍ଧି ରାଗ ଓ ଦ୍ୱେଷ, ପସନ୍ଦ-ନାପସନ୍ଦ ଆଦି ଦ୍ୱାରା ଆବୃତ ହୋଇ, ଉପଯୁକ୍ତ କାର୍ଯ୍ୟପନ୍ଥା ସ୍ଥିର କରିବାରେ ଅସଫଳ ହୁଏ । ଏହା ମହତ୍ତ୍ୱପୂର୍ଣ୍ଣ ଓ ତୁଚ୍ଛ, ସ୍ଥାୟୀ ଓ ଅସ୍ଥାୟୀ, ମୂଲ୍ୟବାନ ଓ ମୂଲ୍ୟହୀନ ବିଚାର ମଧ୍ୟରେ ବିଭ୍ରାନ୍ତ ହୋଇଥାଏ ।
ଯୟା ଧର୍ମମଧର୍ମଂ ଚ କାର୍ଯ୍ୟଂ ଚାକାର୍ଯ୍ୟମେବ ଚ ।
ଅଯଥାବତ୍ ପ୍ରଜାନାତି ବୁଦ୍ଧିଃ ସା ପାର୍ଥ ରାଜସୀ ।।୩୧।।
ଯେତେବେଳେ ବୁଦ୍ଧି ଧର୍ମ ଓ ଅଧର୍ମକୁ ନେଇ ବିଭ୍ରାନ୍ତ ହୋଇଯାଏ ଏବଂ ଠିକ୍ ଓ ଭୁଲ ଆଚରଣ ମଧ୍ୟରେ ନିର୍ଣ୍ଣୟ କରିପାରେ ନାହିଁ, ସେତେବେଳେ ଏହା ରାଜସିକ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily