ଯୟା ତୁ ଧର୍ମକାମାର୍ଥାନ୍ଧୃତ୍ୟା ଧାରୟତେଽର୍ଜୁନ ।
ପ୍ରସଙ୍ଗେନ ଫଳାକାଙ୍କ୍ଷୀ ଧୃତିଃ ସା ପାର୍ଥ ରାଜସୀ ।।୩୪।।
ଯୟା-ଯାହାଦ୍ୱାରା; ତୁ-କିନ୍ତୁ; ଧର୍ମ-କାମ-ଅର୍ଥାନ୍- ଧର୍ମ, ସୁଖ ଓ ଧନପ୍ରାପ୍ତି ଉଦ୍ଦେଶ୍ୟରେ; ଧୃତ୍ୟା-ଦୃଢ଼ ସଂକଳ୍ପ; ଧାରୟତେ-ଧାରଣ କରେ; ଅର୍ଜୁନ- ହେ ଅର୍ଜୁନ; ପ୍ରସଙ୍ଗେନ-ଆସକ୍ତି ଯୋଗୁଁ; ଫଳ ଆକାଙ୍କ୍ଷୀ- ଫଳ କାମନା କରି; ଧୃତିଃ- ସଂକଳ୍ପ; ସା- ତାହା; ପାର୍ଥ- ହେ ପୃଥା ପୁତ୍ରା; ରାଜସୀ-ରାଜସିକ ।
BG 18.34: ଆସକ୍ତିବଶତଃ ଫଳପ୍ରାପ୍ତି ଉଦ୍ଦେଶ୍ୟରେ କର୍ତ୍ତବ୍ୟ, ସୁଖ ଏବଂ ସମ୍ପଦ ପ୍ରତି ଯେଉଁ ଦୃଢ଼ ଇଚ୍ଛାଶକ୍ତି ଧାରଣ କରାଯାଏ, ତାହା ରାଜସିକ ସଂକଳ୍ପ ଅଟେ ।
ଦୃଢ଼ ଇଚ୍ଛାଶକ୍ତି କେବଳ ଯୋଗୀମାନଙ୍କ ଠାରେ ଦେଖାଯାଇ ନ ଥାଏ । ସାଂସାରିକ ବ୍ୟକ୍ତିମାନେ ମଧ୍ୟ ତାଙ୍କ ଉଦ୍ୟମରେ ଦୃଢ଼ ସଂକଳ୍ପବଦ୍ଧ ହୋଇଥାନ୍ତି । କିନ୍ତୁ ସେମାନଙ୍କର ସଂକଳ୍ପ ଉଦ୍ୟମର ଫଳ କାମନାକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ ପ୍ରେରିତ ହୋଇଥାଏ । ସେମାନେ ଇନ୍ଦ୍ରିୟ ସୁଖ ଭୋଗ ଏବଂ ସମ୍ପତ୍ତି ଉପାର୍ଜନ ଇତ୍ୟାଦିରେ ନିଜର ଲକ୍ଷ୍ୟକୁ କେନ୍ଦ୍ରିତ କରିଥାନ୍ତି । ଯେହେତୁ ଅର୍ଥ ହିଁ ଏହି ସବୁ ହାସଲ କରିବାର ମାଧ୍ୟମ ଅଟେ, ତେଣୁ ସେମାନେ ଜୀବନ ସାରା ଅର୍ଥକୁ ଦୃଢ଼ ଭାବରେ ଜାବୋଡି ଧରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଫଳ ଭୋଗ କରିବାର କାମନା ଦ୍ୱାରା ପ୍ରେରିତ ସଂକଳ୍ପ, ରାଜସିକ ଗୁଣଯୁକ୍ତ ଅଟେ ।
ଯୟା ତୁ ଧର୍ମକାମାର୍ଥାନ୍ଧୃତ୍ୟା ଧାରୟତେଽର୍ଜୁନ ।
ପ୍ରସଙ୍ଗେନ ଫଳାକାଙ୍କ୍ଷୀ ଧୃତିଃ ସା ପାର୍ଥ ରାଜସୀ ।।୩୪।।
ଆସକ୍ତିବଶତଃ ଫଳପ୍ରାପ୍ତି ଉଦ୍ଦେଶ୍ୟରେ କର୍ତ୍ତବ୍ୟ, ସୁଖ ଏବଂ ସମ୍ପଦ ପ୍ରତି ଯେଉଁ ଦୃଢ଼ ଇଚ୍ଛାଶକ୍ତି ଧାରଣ କରାଯାଏ, ତାହା ରାଜସିକ ସଂକଳ୍ପ ଅଟେ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily