ଶମୋ ଦମସ୍ତପଃ ଶୌଚଂ କ୍ଷାନ୍ତିରାର୍ଜବମେବ ଚ ।
ଜ୍ଞାନଂ ବିଜ୍ଞାନମାସ୍ତିକ୍ୟଂ ବ୍ରହ୍ମକର୍ମ ସ୍ୱଭାବଜମ୍ ।।୪୨।।
ଶମଃ- ଶାନ୍ତଭାବ; ଦମଃ-ସଂଯମ; ତପଃ-ତପସ୍ୟା; ଶୌଚଂ-ଶୁଚି (ପବିତ୍ରତା); କ୍ଷାନ୍ତିଃ-ସହିଷ୍ଣୁତା; ଆର୍ଜବମ୍- ସତ୍ୟନିଷ୍ଠା; ଏବ-ନିଶ୍ଚିତଭାବେ; ଚ-ଏବଂ; ଜ୍ଞାନଂ-ଜ୍ଞାନ; ବିଜ୍ଞାନଂ-ବିଜ୍ଞାନ; ଆସ୍ତିକ୍ୟଂ-ପର ଜନ୍ମରେ ବିଶ୍ୱାସ; ବ୍ରହ୍ମ-ବ୍ରାହ୍ମଣର; କର୍ମ- କର୍ତ୍ତବ୍ୟ; ସ୍ୱଭାବଜମ୍-ସ୍ୱଭାବଜାତ ଗୁଣ ।
BG 18.42: ଶାନ୍ତ, ସଂଯମ, ତପସ୍ୟା, ପବିତ୍ରତା, ଧୈର୍ଯ୍ୟ, ସାଧୁତା, ଜ୍ଞାନ, ପ୍ରଜ୍ଞା ଏବଂ ପରଜନ୍ମରେ ବିଶ୍ୱାସ- ଏହିସବୁ ବ୍ରାହ୍ମଣମାନଙ୍କ କର୍ମର ଅନ୍ତର୍ନିହିତ ଗୁଣ ଅଟେ ।
ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି ବ୍ରାହ୍ମଣ ଥିଲେ । ସଂଯମ ଆଚରଣ କରିବା, ମନ ଶୁଦ୍ଧିକରଣର ଅଭ୍ୟାସ କରିବା, ଭକ୍ତି କରିବା ଏବଂ ନିଜ ଆଦର୍ଶରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା, ବ୍ରାହ୍ମଣମାନଙ୍କର ପ୍ରାଥମିକ କର୍ତ୍ତବ୍ୟ ଥିଲା । ସ୍ୱଭାବତଃ ସେମାନେ ସହନଶୀଳ, ନମ୍ର ଏବଂ ଆଧ୍ୟାତ୍ମିକ ମନୋଭାବର ଥିଲେ । ବୈଦିକ ରୀତିନୀତିର ଅନୁଷ୍ଠାନ ସେମାନେ ନିଜେ କରିବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ କରୁଥିଲେ । ସେମାନଙ୍କର ସ୍ୱଭାବ ସେମାନଙ୍କୁ ଜ୍ଞାନ ପ୍ରତି ଆକୃଷ୍ଟ କରୁôଥଲା । ତେଣୁ ବୃତ୍ତି ଭାବରେ ଶିକ୍ଷକତା - ଜ୍ଞାନ ଆହରଣ ଏବଂ ଜ୍ଞାନ ପ୍ରଦାନ - ସେମାନଙ୍କ ପାଇଁ ଉପଯୁକ୍ତ ଥିଲା । ଯଦିଓ ସେମାନେ ପ୍ରତ୍ୟକ୍ଷ ଭାବରେ ରାଜ୍ୟ ଶାସନରେ ଅଂଶ ଗ୍ରହଣ କରୁ ନ ଥିଲେ, ତଥାପି ସେମାନେ ଅଧିକାରୀ ମାନଙ୍କର ମାର୍ଗଦର୍ଶନ କରୁଥିଲେ । ସେମାନଙ୍କର ଶାସ୍ତ୍ରଜ୍ଞାନ ଥିବାରୁ, ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ସେମାନଙ୍କର ମତ ମୂଲ୍ୟବାନ ଥିଲା ।
ଶମୋ ଦମସ୍ତପଃ ଶୌଚଂ କ୍ଷାନ୍ତିରାର୍ଜବମେବ ଚ ।
ଜ୍ଞାନଂ ବିଜ୍ଞାନମାସ୍ତିକ୍ୟଂ ବ୍ରହ୍ମକର୍ମ ସ୍ୱଭାବଜମ୍ ।।୪୨।।
ଶାନ୍ତ, ସଂଯମ, ତପସ୍ୟା, ପବିତ୍ରତା, ଧୈର୍ଯ୍ୟ, ସାଧୁତା, ଜ୍ଞାନ, ପ୍ରଜ୍ଞା ଏବଂ ପରଜନ୍ମରେ ବିଶ୍ୱାସ- ଏହିସବୁ ବ୍ରାହ୍ମଣମାନଙ୍କ କର୍ମର ଅନ୍ତର୍ନିହିତ ଗୁଣ ଅଟେ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily