ଭକ୍ତ୍ୟା ମାମଭିଜାନାତି ଯାବାନ୍ଯଶ୍ଚାସ୍ମି ତତ୍ତ୍ୱତଃ ।
ତତୋ ମାଂ ତତ୍ତ୍ୱତୋ ଜ୍ଞାତ୍ୱା ବିଶତେ ତଦନନ୍ତରମ୍ ।।୫୫।।
ଭକ୍ତ୍ୟା- ବିଶୁଦ୍ଧ ଭକ୍ତିଯୋଗରେ; ମାମ୍-ମୋତେ; ଅଭିଜାନାତି- ବ୍ୟକ୍ତି ଜାଣିପାରେ; ଯାବାନ୍- ଯେତେ ଅଧିକ; ଯଃ ଚ ଅସ୍ମି-ମୁଁ ଯେପରି; ତତ୍ତ୍ୱତଃ- ଯଥାର୍ଥ ଭାବରେ; ତତଃ-ତତ୍ପରେ; ମାଂ-ମୋତେ; ତତ୍ତ୍ୱତଃ-ଯଥାର୍ଥରେ; ଜ୍ଞାତ୍ୱା-ଜାଣି; ବିଶତେ-ପ୍ରବେଶ କରେ; ତତ୍-ଅନନ୍ତରମ୍ -ତାହାପରେ ।
BG 18.55: ମନୁଷ୍ୟ କେବଳ ପ୍ରେମଯୁକ୍ତ ଭକ୍ତି ଦ୍ୱାରା ହିଁ ମୋତେ ଯଥାର୍ଥ ଭାବରେ ଜାଣିପାରିବ । ମୋତେ ଜାଣିବା ପରେ, ମୋର ଭକ୍ତ ପୂର୍ଣ୍ଣତଃ ଭଗବତ୍ ଚେତନାଯୁକ୍ତ ହୋଇଯିବ ।
ଶ୍ରୀକୃଷ୍ଣ ପୂର୍ବ ଶ୍ଳୋକରେ ବର୍ଣ୍ଣନା କରିଥିଲେ ଯେ ଦିବ୍ୟ ଜ୍ଞାନରେ ସ୍ଥିତ ହୋଇ ବ୍ୟକ୍ତି ଭକ୍ତି କରେ । ବର୍ତ୍ତମାନ ସେ କହୁଛନ୍ତି ଯେ କେବଳ ଭକ୍ତି ଦ୍ୱାରା ଭଗବାନଙ୍କର ବ୍ୟକ୍ତିତ୍ୱକୁ ଜାଣି ହେବ । ପୂର୍ବରୁ ଜ୍ଞାନୀମାନେ ଭଗବାନଙ୍କୁ ନିର୍ଗୁଣ, ନିର୍ବିଶେଷ ଏବଂ ନିରାକାର ବ୍ରହ୍ମରୂପେ ଅନୁଭବ କରିଥିଲେ । କିନ୍ତୁ ସାକାର ବ୍ରହ୍ମ ସମ୍ବନ୍ଧରେ ଜ୍ଞାନୀମାନଙ୍କର କୌଣସି ଅନୁଭୂତି ନ ଥିଲା । ସେହି ସାକାର ରୂପର ରହସ୍ୟ କର୍ମ, ଜ୍ଞାନ, ଅଷ୍ଟାଙ୍ଗ ଯୋଗ ଇତ୍ୟାଦି ଦ୍ୱାରା ଜାଣି ହେବନାହିଁ । କେବଳ ପ୍ରେମ ହିଁ ଏହି ଅସମ୍ଭବର ଦ୍ୱାରକୁ ଖୋଲିଦିଏ ଏବଂ ଅପ୍ରାପ୍ୟକୁ ପ୍ରାପ୍ତ କରିବାର ରାସ୍ତା ସଫା କରିଦିଏ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, କେବଳ ବିଶୁଦ୍ଧ ଭକ୍ତି ଦ୍ୱାରା ହିଁ, ଭଗବାନଙ୍କ ରୂପ, ଗୁଣ, ଲୀଳା, ଧାମ ଏବଂ ପରିକରଙ୍କର ରହସ୍ୟକୁ ବୁଝିହୁଏ । ଭକ୍ତମାନେ ଭଗବାନଙ୍କୁ ଜାଣିପାରନ୍ତି, କାରଣ ସେମାନଙ୍କ ପାଖରେ ପ୍ରେମର ଚକ୍ଷୁ ଥାଏ ।
ଏହି ସତ୍ୟକୁ ସ୍ପଷ୍ଟ କରିବା ପାଇଁ ପଦ୍ମପୁରାଣରେ ବର୍ଣ୍ଣିତ ଏକ ସୁନ୍ଦର ଘଟଣାକୁ ଉପସ୍ଥାପିତ କରାଯାଇ ପାରେ । ଜାବାଳି ନାମକ ଜଣେ ଋଷି ଜଙ୍ଗଲରେ ଜଣେ ଶାନ୍ତ ଏବଂ ତେଜସ୍ୱୀ ରମଣୀଙ୍କୁ ଧ୍ୟାନ କରୁଥିବାର ଦେଖିଲେ । ସେ ତାଙ୍କର ପରିଚୟ ଏବଂ ଧ୍ୟାନର ଉଦ୍ଦେଶ୍ୟ ପଚାରିବାରୁ ରମଣୀ ଜଣକ ଉତ୍ତର ଦେଲେ:
ବ୍ରହ୍ମବିଦ୍ୟାହମତୁଳା ଯୋଗିଂଦ୍ରୈର୍ଯ୍ୟା ଚ ମୃଗ୍ୟତେ
ସାହଂ ହରି ପଦାମ୍ଭୋଜ କାମ୍ୟୟା ସୁଚିରଂ ତପଃ
ଚରାମ୍ୟସ୍ମିନ୍ ବନେ ଘୋରେ ଧ୍ୟାୟନ୍ତୀ ପୁରୁଷୋତ୍ତମମ୍
ବ୍ରହ୍ମାନନ୍ଦେନ ପୂର୍ଣ୍ଣାହଂ ତେନାନନ୍ଦେନ ତୃପ୍ତଧୀଃ
ତଥାପି ଶୂନ୍ୟମାତ୍ମାନଂ ମନ୍ୟେ କୃଷ୍ଣରତିଂ ବିନା
“ମୁଁ ବ୍ରହ୍ମବିଦ୍ୟା ଅଟେ (ଆତ୍ମାକୁ ଜାଣିବାର ବିଜ୍ଞାନ, ଯାହା ପରିଶେଷରେ ଭଗବାନଙ୍କର ବ୍ରହ୍ମାନୁଭୂତି ପ୍ରଦାନ କରେ) । ଶ୍ରେଷ୍ଠ ଯୋଗୀ ଏବଂ ତପସ୍ୱୀ ମୋତେ ଜାଣିବା ପାଇଁ ସାଧନା କରନ୍ତି । ତଥାପି ମୁଁ ନିଜେ, ସାକାର ଭଗବାନଙ୍କ ପାଦପଦ୍ମର ଭକ୍ତି କରିବା ପାଇଁ କଠୋର ତପସ୍ୟା କରୁଅଛି । ମୁଁ ବ୍ରହ୍ମାନନ୍ଦରେ ପରିପୂର୍ଣ୍ଣ ଏବଂ ତୃପ୍ତ । କିନ୍ତୁ ଶ୍ରୀକୃଷ୍ଣଙ୍କ ପ୍ରେମଭକ୍ତି ବିନା ମୁଁ ନିଜକୁ ଅତୃପ୍ତ ଓ ଶୂନ୍ୟ ମନେ କରୁଛି ।” ତେଣୁ ସାକାର ଭଗବାନଙ୍କର ଆନନ୍ଦ ଆସ୍ୱାଦନ କରିବା ପାଇଁ କେବଳ ଜ୍ଞାନ ଯଥେଷ୍ଟ ନୁହେଁ । ଭକ୍ତି ଦ୍ୱାରା ହିଁ ଜଣେ ଏହି ରହସ୍ୟ ଉନ୍ମୋଚନ କରି ଭଗବତ୍-ଚେତନା ପ୍ରାପ୍ତ କରିପାରେ ।
ଭକ୍ତ୍ୟା ମାମଭିଜାନାତି ଯାବାନ୍ଯଶ୍ଚାସ୍ମି ତତ୍ତ୍ୱତଃ ।
ତତୋ ମାଂ ତତ୍ତ୍ୱତୋ ଜ୍ଞାତ୍ୱା ବିଶତେ ତଦନନ୍ତରମ୍ ।।୫୫।।
ମନୁଷ୍ୟ କେବଳ ପ୍ରେମଯୁକ୍ତ ଭକ୍ତି ଦ୍ୱାରା ହିଁ ମୋତେ ଯଥାର୍ଥ ଭାବରେ ଜାଣିପାରିବ । ମୋତେ ଜାଣିବା ପରେ, ମୋର ଭକ୍ତ ପୂର୍ଣ୍ଣତଃ ଭଗବତ୍ ଚେତନାଯୁକ୍ତ ହୋଇଯିବ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily