ସର୍ବକର୍ମାଣ୍ୟପି ସଦା କୁର୍ବାଣୋ ମଦ୍ବ୍ୟପାଶ୍ରୟଃ ।
ମତ୍ପ୍ରସାଦାଦବାପ୍ନୋତି ଶାଶ୍ୱତଂ ପଦମବ୍ୟୟମ୍ ।।୫୬।।
ସର୍ବ-ସମସ୍ତ; କର୍ମାଣି-କର୍ମ; ଅପି-ଯଦିଓ; ସଦା-ସର୍ବଦା; କୁର୍ବାଣଃ-କରି; ମତ୍-ବ୍ୟପାଶ୍ରୟଃ- ମୋତେ ଆଶ୍ରୟ କରି, ମୋ’ଅଧୀନରେ; ମତ୍-ପ୍ରସାଦାତ୍ -ମୋ କୃପାରୁ; ଅବାପ୍ନୋତି-ପ୍ରାପ୍ତହୁଏ; ଶାଶ୍ୱତଂ -ଶାଶ୍ୱତ; ପଦଂ- ଧାମ; ଅବ୍ୟୟମ୍ -ଅବିନାଶୀ ।
BG 18.56: ମୋର ଭକ୍ତମାନେ, ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ, ମୋର ପୂର୍ଣ୍ଣ ଶରଣାଗତ ହୋଇଥାନ୍ତି । ମୋର କୃପା ଦ୍ୱାରା ସେମାନେ ଶାଶ୍ୱତ ଏବଂ ଅବିନଶ୍ୱର ଲୋକ ପ୍ରାପ୍ତ କରନ୍ତି ।
ପୂର୍ବଶ୍ଳୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ, ଭକ୍ତି ଦ୍ୱାରା ସାଧକ ତାଙ୍କର ପୂର୍ଣ୍ଣ ଚେତନାରେ ପ୍ରବେଶ କରିପାରେ । ଏହା ଚେତନାରେ ସେ ସମସ୍ତ ବସ୍ତୁକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିପାରନ୍ତି । ତାଙ୍କର ଶରୀର, ମନ ଓ ବୁଦ୍ଧିକୁ ଭଗବାନଙ୍କର ଶକ୍ତି ରୂପରେ ଦେଖନ୍ତି; ତାଙ୍କର ଭୌତିକ ସମ୍ପତ୍ତିକୁ ଭଗବାନଙ୍କର ସମ୍ପତ୍ତି ଭାବରେ ଦେଖନ୍ତି; ସମସ୍ତ ପ୍ରାଣୀ ଓ ବସ୍ତୁକୁ ଭଗବାନଙ୍କର ଅଂଶ ବିଶେଷ ଭାବରେ ଦେଖନ୍ତି ଏବଂ ନିଜକୁ ତାଙ୍କର ଏକ ନଗଣ୍ୟ ସେବକ ରୂପରେ ଦେଖନ୍ତି । ସେହି ଦିବ୍ୟ ଚେତନାରେ, ସେମାନେ କର୍ମତ୍ୟାଗ କରନ୍ତି ନାହିଁ ବରଂ ସେ କର୍ମର କର୍ତ୍ତା ଓ ଉପଭୋକ୍ତା ହେବାର ସ୍ୱାଭିମାନକୁ ତ୍ୟାଗ କରିଥାନ୍ତି । ସେମାନେ ସମସ୍ତ କାର୍ଯ୍ୟକୁ ଭଗବାନଙ୍କର ଏକ ଭକ୍ତିଯୁକ୍ତ ସେବା ମନେକରନ୍ତି ଏବଂ କାର୍ଯ୍ୟ ସମ୍ପାଦନ ପାଇଁ ତାଙ୍କ ଉପରେ ନିର୍ଭର କରନ୍ତି ।
ତାପରେ ଶରୀର ତ୍ୟାଗ ପରେ ସେମାନେ ଭଗବାନଙ୍କର ଦିବ୍ୟ ଲୋକକୁ ଗମନ କରନ୍ତି । ଭୌତିକ ଜଗତ ମାୟା ଶକ୍ତିରେ ଗଠିତ ହେବା ପରି, ଦିବ୍ୟଜଗତ ଦିବ୍ୟ ଶକ୍ତି ଦ୍ୱାରା ଗଠିତ । ତେଣୁ ଏହା ଭୌତିକ ପ୍ରକୃତିର ଦୋଷରୁ ମୁକ୍ତ, ସବୁଦିଗରୁ ପରିପୂର୍ଣ୍ଣ ଅଟେ । ଏହା ସତ୍-ଚିତ୍-ଆନନ୍ଦ, ଅର୍ଥାତ୍ ନିତ୍ୟତା, ଜ୍ଞାନ ଏବଂ ଆନନ୍ଦରେ ପରିପୂର୍ଣ୍ଣ । ଶ୍ରୀକୃଷ୍ଣ ତାଙ୍କର ଦିବ୍ୟଧାମ ବିଷୟରେ ଶ୍ଳୋକ ୧୫.୬ରେ କହିଛନ୍ତି: “ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି ମୋର ପରମ ଧାମକୁ ଆଲୋକିତ କରିପାରିବେ ନାହିଁ । ସେଠାକୁ ଯାଇ କୌଣସି ବ୍ୟକ୍ତି ପୁନର୍ବାର ପାର୍ଥିବ ଜଗତକୁ ଫେରନ୍ତି ନାହିଁ ।”
ଦିବ୍ୟ ଜଗତରେ ଭଗବାନଙ୍କର ବିଭିନ୍ନ ସ୍ୱରୂପ ମାନଙ୍କର ନିଜ ନିଜର ଧାମ ରହିଛି, ଯେଉଁଠାରେ ସେମାନେ ତାଙ୍କ ଭକ୍ତମାନଙ୍କ ଗହଣରେ ନିତ୍ୟ ଲୀଳାରତ ଥାଆନ୍ତି । ନିଷ୍କାମ ଭକ୍ତିରେ ସିଦ୍ଧି ଲାଭ କରି, ଭକ୍ତ ନିଜ ଇଷ୍ଟଦେବଙ୍କର ଧାମକୁ ପ୍ରାପ୍ତ କରିଥାଏ । ଅତଏବ, ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତମାନେ ଗୋଲୋକକୁ ଯାଆନ୍ତି; ଭଗବାନ ବିଷ୍ଣୁଙ୍କର ଭକ୍ତ ବୈକୁଣ୍ଠ ଧାମ ଗମନ କରନ୍ତି; ପ୍ରଭୁ ଶ୍ରୀରାମଙ୍କର ଭକ୍ତ ସାକେତ ଲୋକକୁ ଯାଇଥାନ୍ତି; ଭଗବାନ ଶିବଙ୍କର ଉପାସକମାନେ ଶିବଲୋକକୁ ଯାଇଥାନ୍ତି; ମା’ ଦୁର୍ଗାଙ୍କର ଭକ୍ତମାନେ ଦେବୀଲୋକକୁ ଗମନ କରନ୍ତି, ଇତ୍ୟାଦି । ଭଗବତ୍ ପ୍ରାପ୍ତି ପରେ ସାଧକ ଏହି ସବୁ ଦିବ୍ୟଲୋକରେ ଭଗବାନଙ୍କର ଦିବ୍ୟଶକ୍ତିର ପୂର୍ଣ୍ଣତାରେ ରଞ୍ଜିତ ଦିବ୍ୟ ଲୀଳାରେ ଅଂଶ ଗ୍ରହଣ କରନ୍ତି ।
ସର୍ବକର୍ମାଣ୍ୟପି ସଦା କୁର୍ବାଣୋ ମଦ୍ବ୍ୟପାଶ୍ରୟଃ ।
ମତ୍ପ୍ରସାଦାଦବାପ୍ନୋତି ଶାଶ୍ୱତଂ ପଦମବ୍ୟୟମ୍ ।।୫୬।।
ମୋର ଭକ୍ତମାନେ, ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ, ମୋର ପୂର୍ଣ୍ଣ ଶରଣାଗତ ହୋଇଥାନ୍ତି । ମୋର କୃପା ଦ୍ୱାରା ସେମାନେ ଶାଶ୍ୱତ ଏବଂ ଅବିନଶ୍ୱର ଲୋକ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily