ମଚ୍ଚିତ୍ତଃ ସର୍ବଦୁର୍ଗାଣି ମତ୍ପ୍ରସାଦାତ୍ ତରିଷ୍ୟସି ।
ଅଥ ଚେତ୍ତ୍ୱମହଙ୍କାରାନ୍ନ ଶ୍ରୋଷ୍ୟସି ବିନଙ୍କ୍ଷ୍ୟସି ।।୫୮।।
ମତ୍-ଚିତ୍ତଃ- ମୋର ସର୍ବଦା ସ୍ମରଣ କରି; ସର୍ବ-ସମସ୍ତ; ଦୁର୍ଗାଣି- ପ୍ରତିବନ୍ଧକ; ମତ୍-ପ୍ରସାଦାତ୍ -ମୋ କୃପାରୁ; ତରିଷ୍ୟସି- ଅତିକ୍ରମ କରିବ; ଅଥ-କିନ୍ତୁ; ଚେତ୍ -ଯଦି; ତ୍ୱମ୍-ତୁମେ; ଅହଙ୍କାରାତ୍-ଅହଙ୍କାର ବଶତଃ; ନ ଶ୍ରୋଷ୍ୟସି- ନ ଶୁଣ; ବିନଙ୍କ୍ଷ୍ୟସି -ତୁମେ ନିଜର ବିନାଶ କରିବ ।
BG 18.58: ତୁମେ ଯଦି ସର୍ବଦା ମୋର ସ୍ମରଣ କରିବ, ମୋ କୃପାରୁ ତୁମେ ସମସ୍ତ ବାଧାବିଘ୍ନ ଅତିକ୍ରମ କରିପାରିବ । କିନ୍ତୁ ଯଦି ଅହଂକାର ବଶତଃ ତୁମେ ମୋର ଉପଦେଶ ଗ୍ରହଣ କରିବ ନାହିଁ, ତୁମର ସର୍ବନାଶ ହେବ ।
ପୂର୍ବ ଶ୍ଳୋକରେ କ’ଣ କରଣୀୟ ତାହାର ଉପଦେଶ ଦେବା ପରେ, ଶ୍ରୀକୃଷ୍ଣ ତାଙ୍କ ଉପଦେଶ ପାଳନ କରିବାର ଉପକାରିତା ଏବଂ ତାହାକୁ ଅବମାନନା କରିବାର ଦୁଷ୍ପରିଣାମ ବିଷୟରେ କହୁଛନ୍ତି । ଜୀବ ଏପରି ଭାବିବା ଉଚିତ ନୁହେଁ ଯେ କୌଣସି ଦୃଷ୍ଟିରୁ ସେ ଭଗବାନଙ୍କ ଠାରୁ ସ୍ୱାଧୀନ ଅଟେ । ଆମେ ଯଦି ଭଗବାନଙ୍କର ପୂର୍ଣ୍ଣ ଶରଣାଗତ ହୋଇ ମନକୁ ତାଙ୍କଠାରେ କେନ୍ଦ୍ରିତ କରିବା, ତାଙ୍କ କୃପାରୁ ଆମର ସମସ୍ତ ବାଧାବିଘ୍ନ ଦୂର ହୋଇଯିବ । କିନ୍ତୁ ଯଦି ଅହଂକାର ବଶତଃ ଆମେ ତାଙ୍କର ଉପଦେଶକୁ ଅବମାନନା କରିବା ଏବଂ ଭାବିବା ଯେ ଭଗବାନଙ୍କର ଏବଂ ଶାସ୍ତ୍ରର ଶାଶ୍ୱତ ଜ୍ଞାନଠାରୁ ଆମେ ଅଧିକ ଜାଣିଛୁ, ତା ହେଲେ ଆମେ ମନୁଷ୍ୟ ଜୀବନର ଲକ୍ଷ୍ୟ ହାସଲ କରିବା ଦିଗରେ ବିଫଳ ହେବା, କାରଣ ଭଗବାନଙ୍କଠାରୁ ଶ୍ରେଷ୍ଠତର କେହି ନୁହଁନ୍ତି ଏବଂ ତାଙ୍କ ଉପଦେଶ ଠାରୁ ଉତ୍ତମ ଆଉ କିଛି ନାହିଁ ।
ମଚ୍ଚିତ୍ତଃ ସର୍ବଦୁର୍ଗାଣି ମତ୍ପ୍ରସାଦାତ୍ ତରିଷ୍ୟସି ।
ଅଥ ଚେତ୍ତ୍ୱମହଙ୍କାରାନ୍ନ ଶ୍ରୋଷ୍ୟସି ବିନଙ୍କ୍ଷ୍ୟସି ।।୫୮।।
ତୁମେ ଯଦି ସର୍ବଦା ମୋର ସ୍ମରଣ କରିବ, ମୋ କୃପାରୁ ତୁମେ ସମସ୍ତ ବାଧାବିଘ୍ନ ଅତିକ୍ରମ କରିପାରିବ । କିନ୍ତୁ ଯଦି ଅହଂକାର ବଶତଃ ତୁମେ ମୋର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily