ଯ ଇମଂ ପରମଂ ଗୁହ୍ୟଂ ମଦ୍ଭକ୍ତେଷ୍ୱଭିଧାସ୍ୟତି ।
ଭକ୍ତିଂ ମୟି ପରାଂ କୃତ୍ୱା ମାମେବୈଷ୍ୟତ୍ୟସଂଶୟଃ ।।୬୮।।
ଯଃ-ଯିଏ; ଇଦଂ-ଏହି; ପରମଂ-ଶ୍ରେଷ୍ଠ; ଗୁହ୍ୟଂ-ଗୁପ୍ତ ଜ୍ଞାନ; ମତ୍-ଭକ୍ତେଷୁ -ମୋର ଭକ୍ତମାନଙ୍କ ମଧ୍ୟରେ; ଅଭିଧାସ୍ୟତି-ବ୍ୟାଖ୍ୟା କରେ; ଭକ୍ତିଂ-ଭକ୍ତି; ମୟି-ମୋ’ଠାରେ; ପରାଂ-ପରମ; କୃତ୍ୱା- କରି; ମାଂ-ମୋ ପାଖକୁ; ଏବ-ନିଶ୍ଚତଭାବେ; ଏଷ୍ୟତି-ଆସେ; ଅସଂଶୟଃ -ନିଃସନ୍ଦେହ ଭାବରେ ।
BG 18.68: ଯେଉଁମାନେ ଏହି ଗୁଢ଼ତମ ଜ୍ଞାନ ମୋର ଭକ୍ତମାନଙ୍କୁ ପ୍ରଦାନ କରିଥାନ୍ତି, ସେମାନେ ମୋର ସର୍ବୋଚ୍ଚ ଭକ୍ତି କରନ୍ତି । ନିଃସନ୍ଦେହ ଭାବରେ ସେମାନେ ମୋ ପାଖକୁ ଆସିବେ ।
ବର୍ତ୍ତମାନ ଶ୍ରୀକୃଷ୍ଣ ଭଗବଦ୍ ଗୀତାର ସନ୍ଦେଶକୁ ଉତ୍ତମ ରୂପେ ପ୍ରଚାର କରିବାର ଫଳାଫଳ ବର୍ଣ୍ଣନା କରୁଛନ୍ତି । ସେ କହୁଛନ୍ତି, ଏପରି ପ୍ରଚାରକମାନେ ପ୍ରଥମେ ମୋର ପରାଭକ୍ତି ଲାଭ କରନ୍ତି, ତା’ପରେ ମୋତେ ପ୍ରାପ୍ତ କରନ୍ତି ।
ନିଜେ ଭକ୍ତି କରିବାର ସୁଯୋଗ ପାଇବା ଭଗବାନଙ୍କର ଏକ ବିଶେଷ କୃପା, କିନ୍ତୁ ଅନ୍ୟମାନଙ୍କୁ ଭକ୍ତି କରିବାରେ ସାହାଯ୍ୟ କରିବାର ସୁଯୋଗ ତା’ଠାରୁ ଅଧିକ କୃପା ଅଟେ, ଯାହା ଭଗବାନଙ୍କର ବିଶେଷ କୃପାକୁ ଆକୃଷ୍ଟ କରିଥାଏ । ଯେତେବେଳେ ଆମେ କୌଣସି ମହତ୍ ବିଷୟରେ ଅନ୍ୟମାନଙ୍କୁ ଅଂଶୀଦାର କରିଥାଉ, ତଦ୍ୱାରା ଆମେ ନିଜେ ମଧ୍ୟ ଲାଭାନ୍ୱିତ ହୋଇଥାଉ । ଆମର ଯାହାବି ଜ୍ଞାନ ଅଛି ତାକୁ ଅନ୍ୟମାନଙ୍କୁ ପ୍ରଦାନ କଲେ କୃପାବଶତଃ ଆମ ନିଜର ଜ୍ଞାନ ମଧ୍ୟ ବୃଦ୍ଧି ପାଏ । ଅନ୍ୟମାନଙ୍କୁ ଖାଦ୍ୟ ପ୍ରଦାନ କରି ଆମେ କେବେ ବି ଭୋକିଲା ରହେନାହିଁ । ସନ୍ଥ କବୀର କହନ୍ତି:
ଦାନ ଦିୟେ ଧନ ନା ଘଟେ, ନଦୀ ଘଟେ ନ ନୀର,
ଅପନେ ହାଥ ଦେଖ ଲୋ, ଯୋଁ କ୍ୟା କହେ କବୀର
“ଦାନ କରିବା ଦ୍ୱାରା ଧନ ହ୍ରାସ ହୁଏନାହିଁ; ଲୋକମାନେ ନଦୀରୁ ପାଣି ବୋହି ନେଲେ ତାହା ଶୁଷ୍କ ହୋଇଯାଏ ନାହିଁ । ମୁଁ ନିରର୍ଥକ ଏହା କହୁନାହିଁ, ସଂସାରରେ ତୁମେ ନିଜେ ଦେଖିନିଅ ।”ତେଣୁ ଯେଉଁମାନେ ଗୀତାର ଦିବ୍ୟଜ୍ଞାନ ଅନ୍ୟମାନଙ୍କ ମଧ୍ୟରେ ବିତରଣ କରନ୍ତି, ସେମାନେ ନିଜେ ସର୍ବୋଚ୍ଚ କୃପା ପ୍ରାପ୍ତ କରନ୍ତି ।
ଯ ଇମଂ ପରମଂ ଗୁହ୍ୟଂ ମଦ୍ଭକ୍ତେଷ୍ୱଭିଧାସ୍ୟତି ।
ଭକ୍ତିଂ ମୟି ପରାଂ କୃତ୍ୱା ମାମେବୈଷ୍ୟତ୍ୟସଂଶୟଃ ।।୬୮।।
ଯେଉଁମାନେ ଏହି ଗୁଢ଼ତମ ଜ୍ଞାନ ମୋର ଭକ୍ତମାନଙ୍କୁ ପ୍ରଦାନ କରିଥାନ୍ତି, ସେମାନେ ମୋର ସର୍ବୋଚ୍ଚ ଭକ୍ତି କରନ୍ତି । ନିଃସନ୍ଦେହ ଭାବରେ ସେମାନେ ମୋ ପାଖକୁ ଆସିବେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily