କାର୍ଯ୍ୟମିତ୍ୟେବ ଯତ୍କର୍ମ ନିୟତଂ କ୍ରିୟତେଽର୍ଜୁନ ।
ସଙ୍ଗଂ ତ୍ୟକ୍ତ୍ୱା ଫଳଂ ଚୈବ ସ ତ୍ୟାଗଃ ସାତ୍ତ୍ୱିକୋ ମତଃ ।।୯।।
କାର୍ଯ୍ୟଂ -କର୍ତ୍ତବ୍ୟ; ଇତି-ଭାବରେ; ଏବ-ବାସ୍ତବରେ; ଯତ୍-ଯାହା; କର୍ମ ନିୟତଂ-ବିହିତ କର୍ମ; କ୍ରିୟତେ-କରାଯାଏ; ଅର୍ଜୁନ- ହେ ଅର୍ଜୁନ; ସଙ୍ଗଂ-ଆସକ୍ତି; ତ୍ୟକ୍ତ୍ୱା-ତ୍ୟାଗ କରି; ଫଳଂ-ଫଳ; ଚ-ଏବଂ; ଏବ-ନିଶ୍ଚିତରୂପେ; ସଃ-ତାହା; ତ୍ୟାଗଃ-ତ୍ୟାଗ; ସାତ୍ତ୍ୱିକଃ-ସତ୍ତ୍ୱଗୁଣବିଶିଷ୍ଟ; ମତଃ-ବିବେଚିତ ହୁଏ ।
BG 18.9: ହେ ଅର୍ଜୁନ ! ଯେତେବେଳେ କର୍ତ୍ତବ୍ୟର ଆହ୍ୱାନରେ କର୍ମ କରାଯାଇଥାଏ ଏବଂ କର୍ମଫଳ କାମନା ତ୍ୟାଗ କରାଯାଇଥାଏ, ତାହାକୁ ସତ୍ତ୍ୱଗୁଣ ବିଶିଷ୍ଟ ତ୍ୟାଗ କୁହାଯାଏ ।
ଶ୍ରୀକୃଷ୍ଣ ବର୍ତ୍ତମାନ ଉଚ୍ଚଶ୍ରେଣୀର ତ୍ୟାଗ ବିଷୟରେ ଆଲୋଚନା କରୁଛନ୍ତି, ଯେଉଁଠାରେ ଆମେ ବିହିତ କର୍ମ କରିଥାଉ, କିନ୍ତୁ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥାଉ । ସେ ଏହାକୁ ସର୍ବଶ୍ରେଷ୍ଠ ତ୍ୟାଗ ରୂପେ ଅଭିହିତ କରିଛନ୍ତି, ଯାହା ସାତ୍ତ୍ୱିକ ଗୁଣରେ ସ୍ଥିତ ହୋଇଥାଏ ।
ଆଧ୍ୟାତ୍ମିକ ଲକ୍ଷ୍ୟପ୍ରାପ୍ତି ପାଇଁ ନିଶ୍ଚିତ ଭାବେ ତ୍ୟାଗର ଆବଶ୍ୟକତା ଅଛି । କିନ୍ତୁ ସମସ୍ୟା ଏହା ଯେ ମନୁଷ୍ୟ ମାନଙ୍କର ତ୍ୟାଗ ବିଷୟରେ ଧାରଣା ଅତ୍ୟନ୍ତ ସଂକୀର୍ଣ୍ଣ ଅଟେ ଏବଂ କର୍ମତ୍ୟାଗ କହିଲେ ସେମାନେ ବାହ୍ୟତଃ କର୍ମର ତ୍ୟାଗକୁ ହିଁ ବୁଝିଥାନ୍ତି । ଏହିପରି ତ୍ୟାଗ ପ୍ରତାରଣା ଅଟେ, ଯେଉଁଠାରେ ବ୍ୟକ୍ତି ତ୍ୟାଗୀର ବସ୍ତ୍ର ଧାରଣ କରିଥିଲେ ମଧ୍ୟ, ଆଭ୍ୟନ୍ତରୀଣ ସ୍ତରରେ ଇନ୍ଦ୍ରିୟ ଭୋଗ୍ୟ ବିଷୟମାନଙ୍କର ଧ୍ୟାନ କରୁଥାଏ । ଭାରତରେ ଅନେକ ସାଧୁ ଅଛନ୍ତି, ଯେଉଁମାନେ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଭଗବତ୍ ପ୍ରାପ୍ତିର ମହତ୍ ଉଦ୍ଦେଶ୍ୟ ନେଇ ସେମାନେ ସଂସାର ତ୍ୟାଗ କରିଥିଲେ, କିନ୍ତୁ ଯେହେତୁ ତାଙ୍କର ମନ ଇନ୍ଦ୍ରିୟଭୋଗ ବିଷୟ ପ୍ରତି ଅନାସକ୍ତ ନ ଥିଲା, ସେମାନଙ୍କର ତ୍ୟାଗ, ଇପ୍ସିତ ଫଳ ପ୍ରଦାନ କଲା ନାହିଁ । ଫଳସ୍ୱରୂପ, ସେମାନେ ଦେଖିବାକୁ ପାଆନ୍ତି ଯେ ଆଧ୍ୟାତ୍ମିକ କ୍ଷେତ୍ରରେ ସେମାନେ କିଞ୍ôଚତ୍ ବି ଅଗ୍ରଗତି କରିପାରୁ ନାହାଁନ୍ତି । ଭୁଲ ତାଙ୍କ କ୍ରମରେ ଥାଏ- ସେମାନେ ପ୍ରଥମେ ବାହ୍ୟ ତ୍ୟାଗ ପାଇଁ ଏବଂ ପରେ ଭିତରର ଅନାସକ୍ତି ପାଇଁ ଚେଷ୍ଟା କରିଥାଆନ୍ତି । ଏହି ଶ୍ଳୋକରେ ଏହି କ୍ରମକୁ ଓଲଟା କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି - ପ୍ରଥମେ ଭିତରେ ଅନାସକ୍ତି ଉତ୍ପନ୍ନ କର ଏବଂ ତା’ପରେ ବାହ୍ୟରୂପରେ ତ୍ୟାଗ କର ।
କାର୍ଯ୍ୟମିତ୍ୟେବ ଯତ୍କର୍ମ ନିୟତଂ କ୍ରିୟତେଽର୍ଜୁନ ।
ସଙ୍ଗଂ ତ୍ୟକ୍ତ୍ୱା ଫଳଂ ଚୈବ ସ ତ୍ୟାଗଃ ସାତ୍ତ୍ୱିକୋ ମତଃ ।।୯।।
ହେ ଅର୍ଜୁନ ! ଯେତେବେଳେ କର୍ତ୍ତବ୍ୟର ଆହ୍ୱାନରେ କର୍ମ କରାଯାଇଥାଏ ଏବଂ କର୍ମଫଳ କାମନା ତ୍ୟାଗ କରାଯାଇଥାଏ, ତାହାକୁ ସତ୍ତ୍ୱଗୁଣ ବିଶିଷ୍ଟ ତ୍ୟାଗ କୁହାଯାଏ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily