ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ ।
ଆଗମାପାୟିନୋଽନିତ୍ୟାସ୍ଥାଂସ୍ଥିତିକ୍ଷସ୍ୱ ଭାରତ ।।୧୪।।
ମାତ୍ରା-ସ୍ପର୍ଶାଃ- ଇନ୍ଦ୍ରିୟମାନେ ବିଷୟର ସଂସ୍ପର୍ଶରେ ଆସି ; ତୁ- ବାସ୍ତବରେ; କୌନ୍ତେୟ- ହେ କୁନ୍ତିପୁତ୍ର; ଶୀତ-ଶୀତ; ଉଷ୍ଣ-ଗ୍ରୀଷ୍ମ; ସୁଖ-ସୁଖ; ଦୁଃଖ- ଦୁଃଖ; ଦାଃ- ଦିଅନ୍ତି; ଆଗମ- ଆସିବା; ଅପାୟିନଃ-ଯିବା; ଅନିତ୍ୟାଃ-ଅନିତ୍ୟ, ଅସ୍ଥାୟୀ; ତାନ୍-ସେସବୁକୁ; ତିତିକ୍ଷସ୍ୱ -ସହ୍ୟ କର; ଭାରତ-ହେ ଭରତ ବଂଶଜ ।
BG 2.14: ହେ କୁନ୍ତିପୁତ୍ର! ଇନ୍ଦ୍ରିୟମାନେ ଇନ୍ଦ୍ରିୟବିଷୟ ସଂସ୍ପର୍ଶରେ ଆସି ସାମୟିକ ଭାବରେ ସୁଖ ଓ ଦୁଃଖର ଅନୁଭୂତି ସୃଷ୍ଟି କରିଥାଆନ୍ତି । ଏହିସବୁ ଅନୁଭୂତି ଅସ୍ଥାୟୀ ଅଟେ ଏବଂ ତାହା ଶୀତ ଓ ଗ୍ରୀଷ୍ମ ଋତୁ ପରି ଆସିଥାଏ ଓ ଯାଇଥାଏ । ହେ ଭରତ ବଂଶଜ! ସେଥିରେ ବିଚଳିତ ନ ହୋଇ ସେମାନଙ୍କୁ ସହ୍ୟ କରିବାକୁ ଅଭ୍ୟାସ କରିବା ଉଚିତ୍ ।
ମନୁଷ୍ୟ ଶରୀରରେ ପାଞ୍ଚଟି ଇନ୍ଦ୍ରିୟ ଅଛି - ଦର୍ଶନେନ୍ଦ୍ରିୟ, ଘ୍ରାଣେନ୍ଦ୍ରିୟ, ସ୍ୱାଦେନ୍ଦ୍ରିୟ, ସ୍ପର୍ଶେନ୍ଦ୍ରିୟ, ଏବଂ ଶ୍ରବଣେନ୍ଦ୍ରିୟ । ଏମାନେ ନିଜ ନିଜ ବିଷୟର ସଂସ୍ପର୍ଶରେ ଆସି ସୁଖ ବା ଦୁଃଖର ଅନୁଭୂତି ସୃଷ୍ଟି କରିଥାଆନ୍ତି । କୌଣସି ବି ଅନୁଭୂତି ସ୍ଥାୟୀ ନୁହେଁ । ଋତୁ ବଦଳିଲା ପରି ସେଗୁଡ଼ିକ ଆସନ୍ତି ଓ ଯାଆନ୍ତି । ଶୀତଳ ଜଳ ଗ୍ରୀଷ୍ମ ଦିନରେ ଆନନ୍ଦ ଦେଲେ ମଧ୍ୟ ସେହି ଜଳ ଶୀତ ଦିନରେ କଷ୍ଟ ଦେଇଥାଏ । ଅତଏବ, ଇନ୍ଦ୍ରିୟ ଦ୍ୱାରା ଅନୁଭୂତ ଉଭୟ ସୁଖ ଓ ଦୁଃଖ ଅସ୍ଥାୟୀ ଅଟେ । ଆମେ ଯଦି ନିଜକୁ ସେମାନଙ୍କ ଦ୍ୱାରା ପ୍ରଭାବିତ ହେବାକୁ ଛାଡିଦେବା, ତେବେ ଆମେ ପେଣ୍ଡୁଲମ୍ ପରି ଏଦିଗରୁ ସେଦିଗ ଦୋଳାୟିତ ହେଉଥିବା । ଜଣେ ବିଚାରବନ୍ତ ବ୍ୟକ୍ତି ସୁଖ ଓ ଦୁଃଖରେ ବିଚଳିତ ନ ହୋଇ ସହନଶୀଳତାର ଅଭ୍ୟାସ କରିବା ଉଚିତ ।
ବିପାସନା ପଦ୍ଧତି, ଯାହା ବୌଦ୍ଧଧର୍ମର ଆତ୍ମାନୁଭୂତି ଲାଭର ପ୍ରମୁଖ ପଦ୍ଧତି ଅଟେ, ଇନ୍ଦ୍ରିୟାନୁଭୂତିକୁ ସହନ କରିବାର ସୂତ୍ର ଉପରେ ଆଧାରିତ । ଏହାର ଅଭ୍ୟାସ କାମନା ଦୂର କରିବାରେ ସାହାଯ୍ୟ କରିଥାଏ, ଯାହା ସମସ୍ତ ଦୁଃଖର କାରଣ ଅଟେ । ବୌଦ୍ଧଧର୍ମ ଅନୁଯାୟୀ ଯେଉଁ ଚାରୋଟି ମହାନ୍ ସତ୍ୟ ରହିଛି - ଦୁଃଖ ଭୋଗର ସତ୍ୟ, ଦୁଃଖ ଉତ୍ପତ୍ତିର ସତ୍ୟ, ଦୁଃଖ ବିନାଶର ସତ୍ୟ ଏବଂ ଦୁଃଖ ବିନାଶର ମାର୍ଗର ସତ୍ୟ -ସବୁ ସତ୍ୟର ମୂଳଭୂତ ତତ୍ତ୍ୱ କାମନା ଅଟେ । ବୌଦ୍ଧ ଦର୍ଶନ ବିସ୍ତୃତ ବୈଦିକ ଦର୍ଶନର ଏକ ଅଂଶ ଅଟେ ।
ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ ।
ଆଗମାପାୟିନୋଽନିତ୍ୟାସ୍ଥାଂସ୍ଥିତିକ୍ଷସ୍ୱ ଭାରତ ।।୧୪।।
ହେ କୁନ୍ତିପୁତ୍ର! ଇନ୍ଦ୍ରିୟମାନେ ଇନ୍ଦ୍ରିୟବିଷୟ ସଂସ୍ପର୍ଶରେ ଆସି ସାମୟିକ ଭାବରେ ସୁଖ ଓ ଦୁଃଖର ଅନୁଭୂତି ସୃଷ୍ଟି କରିଥାଆନ୍ତି । ଏହିସବୁ ଅନୁଭୂତି ଅସ୍ଥାୟୀ ଅଟେ ଏବଂ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily