ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମକ୍ଳେଦ୍ୟୋଽଶୋଷ୍ୟ ଏବ ଚ ।
ନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋଽୟଂ ସନାତନଃ ।।୨୪।।
ଅଚ୍ଛେଦ୍ୟଃ- ଅଚ୍ଛେଦ୍ୟ (ଯାହାକୁ ଛିନ୍ନ କରାଯାଇ ପାରିବ ନାହିଁ); ଅୟଂ- ଏହି ଆତ୍ମା; ଅଦାହ୍ୟଂ- ଯାହାକୁ ଜାଳିହେବ ନାହିଁ; ଅୟଂ- ଏହି ଆତ୍ମା; ଅକ୍ଳେଦ୍ୟଃ-ଯାହାକୁ ଆର୍ଦ୍ର କରିହେବ ନାହିଁ; ଅଶୋଷ୍ୟଃ-ଯାହାକୁ ଶୁଷ୍କ କରାଯାଇ ପାରିବ ନାହିଁ; ଏବ-ନିଶ୍ଚିତଭାବେ; ଚ-ଏବଂ; ନିତ୍ୟଃ- ଶାଶ୍ୱତ; ସର୍ବଗତଃ-ସର୍ବବ୍ୟାପକ; ସ୍ଥାଣୁଃ-ଅପରିବର୍ତ୍ତନୀୟ; ଅଚଳଃ-ଅଚଳ; ଅୟଂ- ଏହି ଆତ୍ମା; ସନାତନଃ- ସନାତନ ।
BG 2.24: ଆତ୍ମାକୁ ଖଣ୍ଡିତ କରିହୁଏ ନାହିଁ ବା ଜାଳିହୁଏ ନାହିଁ । ଏହାକୁ ଆର୍ଦ୍ର କରିହେବ ନାହିଁ କିମ୍ବା ଶୁଷ୍କ କରିହେବ ନାହିଁ । ଏହା ସନାତନ, ସର୍ବବ୍ୟାପକ, ଅପରିବର୍ତ୍ତନୀୟ, ଅଚଳ ଏବଂ ନିତ୍ୟ ଅଟେ ।
ଆତ୍ମାର ଅମରତ୍ୱ ବିଷୟରେ ଏଠାରେ ପୁନରାବୃତ୍ତି କରାଯାଇଛି । ଜଣେ ଶିକ୍ଷକ ବିଦ୍ୟାର୍ଥୀଙ୍କୁ କେବଳ ଜ୍ଞାନ ପ୍ରଦାନ କରିଦେଲେ ଯଥେଷ୍ଟ ହୁଏ ନାହିଁ । ସେହି ଜ୍ଞାନ ବ୍ୟବହାର ଉପଯୋଗୀ ହେବା ପାଇଁ ବିଦ୍ୟାର୍ଥୀ ତାହାକୁ ହୃଦୟଙ୍ଗମ କରିବା ଆବଶ୍ୟକ । ତେଣୁ ଜଣେ ଦକ୍ଷ ଶିକ୍ଷକ ଅନେକ ସମୟରେ ଏହାକୁ ଦୋହରାଇଥାନ୍ତି, ଯାହାକୁ ସଂସ୍ମୃତ ଭାଷାରେ ପୁନରୁକ୍ତି କୁହାଯାଏ । ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ସିଦ୍ଧାନ୍ତଗୁଡ଼ିକ ତାଙ୍କ ଶିଷ୍ୟକୁ ଗଭୀର ଭାବରେ ହୃଦୟଙ୍ଗମ କରାଇବା ପାଇଁ ଅନେକ ସ୍ଥାନରେ ଏହି ପୁନରୁକ୍ତି ଶୈଳୀର ବ୍ୟବହାର କରିଛନ୍ତି ।
ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମକ୍ଳେଦ୍ୟୋଽଶୋଷ୍ୟ ଏବ ଚ ।
ନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋଽୟଂ ସନାତନଃ ।।୨୪।।
ଆତ୍ମାକୁ ଖଣ୍ଡିତ କରିହୁଏ ନାହିଁ ବା ଜାଳିହୁଏ ନାହିଁ । ଏହାକୁ ଆର୍ଦ୍ର କରିହେବ ନାହିଁ କିମ୍ବା ଶୁଷ୍କ କରିହେବ ନାହିଁ । ଏହା ସନାତନ, ସର୍ବବ୍ୟାପକ, …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily