ଆଶ୍ଚର୍ଯ୍ୟବତ୍ପଶ୍ୟତି କଶ୍ଚିଦେନ-
ମାଶ୍ଚର୍ଯ୍ୟବଦ୍ବଦତି ତଥୈବ ଚାନ୍ୟଃ ।
ଆଶ୍ଚର୍ଯ୍ୟବଚ୍ଚୈନମନ୍ୟଃ ଶୃଣୋତି
ଶ୍ରୁତ୍ୱାପ୍ୟେନଂ ବେଦ ନ ଚୈବ କଶ୍ଚିତ୍ ।।୨୯।।
ଆଶ୍ଚର୍ଯ୍ୟବତ୍-ଆଶ୍ଚର୍ଯ୍ୟ ଭାବରେ; ପଶ୍ୟତି-ଦେଖନ୍ତି; କଶ୍ଚିତ୍-କେହି କେହି; ଏନଂ-ଏହି ଆତ୍ମାକୁ; ଆଶ୍ଚର୍ଯ୍ୟବତ୍-ଆଶ୍ଚର୍ଯ୍ୟ ପରି; ବଦନ୍ତି-କହନ୍ତି; ତଥା- ଏହିପରି; ଏବ-ବାସ୍ତବରେ; ଚ-ଏବଂ; ଅନ୍ୟଃ-ଅନ୍ୟମାନେ; ଆଶ୍ଚର୍ଯ୍ୟବତ୍ -ଆଶ୍ଚର୍ଯ୍ୟ ଭାବରେ; ଚ -ମଧ୍ୟ; ଏନଂ -ଏହି ଆତ୍ମାକୁ; ଅନ୍ୟଃ -ଅନ୍ୟମାନେ; ଶୃଣୋତି-ଶୁଣନ୍ତି; ଶ୍ରୁତ୍ୱା-ଶୁଣିକରି; ଅପି-ଏପରିକି; ଏନଂ-ଏହି ଆତ୍ମାକୁ; ବେଦ-ଜାଣ; ନ -ନୁହେଁ; ଚ-ଏବଂ; ଏବ-ଏପରି କି; କଶ୍ଚିତ୍- କେହି କେହି ।
BG 2.29: କେହି କେହି ଆତ୍ମାକୁ ଏକ ଆଶ୍ଚର୍ଯ୍ୟ ରୂପରେ ଦେଖନ୍ତି, କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବେ ବର୍ଣ୍ଣନା କରିଥାଆନ୍ତି । ପୁଣି କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି, ଏବଂ ଆଉ କେତେକ ଏହାକୁ ଶୁଣିଲେ ମଧ୍ୟ ବୁଝିପାରନ୍ତି ନାହିଁ ।
କ୍ଷୁଦ୍ରାତି କ୍ଷୁଦ୍ର ପରମାଣୁ ଠାରୁ ଆରମ୍ଭ କରି ଅତି ବୃହତ୍ ଛାୟାପଥ ପର୍ଯ୍ୟନ୍ତ ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଏକ ଚମତ୍କାର ଅଟେ, କାରଣ ସେସବୁ ଭଗବାନଙ୍କର ଅଦ୍ଭୁତ ସୃଷ୍ଟି ଅଟେ । ଛୋଟ ଗୋଲାପଟିଏ ତାର କମନୀୟତା, ସୁଗନ୍ଧ ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ କେତେ ଅଦ୍ଭୁତ! ପରମ ଆଶ୍ଚର୍ଯ୍ୟ ସ୍ୱୟଂ ଭଗବାନ ଅଟନ୍ତି । ଏପରି କୁହାଯାଏ ଯେ ଅନନ୍ତ ଶେଷ, ଯାହା ଉପରେ ଭଗବାନ ବିଷ୍ଣୁ ଶୟନ କରିଥାଆନ୍ତି, ସୃଷ୍ଟିର ପ୍ରାରମ୍ଭରୁ ନିଜର ଦଶ ସହସ୍ର ମୁଖରେ ଭଗବାନଙ୍କର ଯଶଗାନ କରି ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିପାରି ନାହାଁନ୍ତି ।
ଆତ୍ମା, ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ହୋଇଥିବା ଦୃଷ୍ଟିରୁ ଆହୁରି ଆଶ୍ଚର୍ଯ୍ୟଜନକ ଅଟେ, କାରଣ ଏହା ଭୌତିକ ସ୍ଥିତିର ଅନୁଭବାତୀତ ଅଟେ । ଯେପରି ଭଗବାନ ଦିବ୍ୟ ଅଟନ୍ତି, ତାଙ୍କରି ଅଂଶ ଆତ୍ମା ମଧ୍ୟ ଦିବ୍ୟ ଅଟେ । ଏହି କାରଣରୁ, କେବଳ ବୁଦ୍ଧି ବଳରେ ଏହାକୁ ବୁଝିବା ସମ୍ଭବ ନୁହେଁ କାରଣ ଏହାର ଅସ୍ତିତ୍ୱ ଓ ସ୍ୱରୂପ ବିଷୟରେ କଳନା କରିବା କଠିନ ଅଟେ । କଠୋପନିଷଦ କହେ:
ଶ୍ରବଣାୟାପି ବହୁଭିର୍ୟ୍ୟୋ ନ ଲଭ୍ୟଃ ଶୃଣ୍ୱନ୍ତୋଽପି ବହବୋ ଯଂ ନ ବିଦ୍ୟୁଃ ।
ଆଶ୍ଚର୍ଯ୍ୟୋ ବକ୍ତା କୁଶଳୋଽସ୍ୟ ଲବ୍ଧାଽଶ୍ଚର୍ଯ୍ୟୋ ଜ୍ଞାତା କୁଶଳାନୁଶିଷ୍ଟଃ ।।(୧.୨.୭)
ଜଣେ ଆତ୍ମଜ୍ଞାନୀ ଶିକ୍ଷକ ଦୁର୍ଲଭ ଅଟନ୍ତି । ଏହିପରି ଜଣେ ଶିକ୍ଷକଙ୍କ ଠାରୁ ଆତ୍ମ ଜ୍ଞାନର ବିଦ୍ୟା ଶ୍ରବଣ କରିବାର ସୁଯୋଗ ଆହୁରି ଦୁର୍ଲଭତର । ସୌଭାଗ୍ୟବଶତଃ ସେପରି ସୁଯୋଗ ଯଦି ମିଳେ, ତେବେ ସେହି ବିଷୟକୁ ହୃଦୟଙ୍ଗମ କରିପାରୁଥିବା ଭଳି ବିଦ୍ୟାର୍ଥୀ ଦୁର୍ଲଭତମ ଅଟନ୍ତି । ସେଥିପାଇଁ ଜଣେ ଜ୍ଞାନୀ ପୁରୁଷ କେବେ ବି ହତୋତ୍ସାହିତ ହୁଅନ୍ତି ନାହିଁ ଯେ ତାଙ୍କର ଆନ୍ତରିକ ଉଦ୍ୟମ ସତ୍ତ୍ୱେ, ଆତ୍ମା ସମ୍ବନ୍ଧୀୟ ବିଜ୍ଞାନ ବିଷୟରେ ଜାଣିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରନ୍ତି ନାହିଁ ବା ଆଗ୍ରହୀ ହେଲେ ମଧ୍ୟ ବୁଝି ପାରନ୍ତି ନାହିଁ ।
ଆଶ୍ଚର୍ଯ୍ୟବତ୍ପଶ୍ୟତି କଶ୍ଚିଦେନ-
ମାଶ୍ଚର୍ଯ୍ୟବଦ୍ବଦତି ତଥୈବ ଚାନ୍ୟଃ ।
ଆଶ୍ଚର୍ଯ୍ୟବଚ୍ଚୈନମନ୍ୟଃ ଶୃଣୋତି
ଶ୍ରୁତ୍ୱାପ୍ୟେନଂ ବେଦ ନ ଚୈବ କଶ୍ଚିତ୍ ।।୨୯।।
କେହି କେହି ଆତ୍ମାକୁ ଏକ ଆଶ୍ଚର୍ଯ୍ୟ ରୂପରେ ଦେଖନ୍ତି, କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବେ ବର୍ଣ୍ଣନା କରିଥାଆନ୍ତି । ପୁଣି କେହି କେହି ଏହାକୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily