ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ ।
ବୀତରାଗଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ ।।୫୬।।
ଦୁଃଖେଷୁ-ଦୁଃଖରେ; ଅନୁଦ୍ବିଗ୍ନ ମନାଃ- ଉଦ୍ବିଗ୍ନ ନ ହୋଇ; ସୁଖେଷୁ-ସୁଖରେ ; ବିଗତସ୍ପୃହଃ- ଅତ୍ୟଧିକ ଆଗ୍ରହ ପ୍ରକାଶ ନକରି; ବୀତ-ମୁକ୍ତ; ରାଗ-ଆସକ୍ତି; ଭୟ-ଭୟ; କ୍ରୋଧଃ-କ୍ରୋଧ; ସ୍ଥତଧୀଃ- ସ୍ଥିର ବୁଦ୍ଧି; ମୁନିଃ-ମୁନି (ମନନଶୀଳ); ଉଚ୍ୟତେ- କୁହାଯାଏ ।
BG 2.56: ଯାହାର ମନ ଦୁଃଖରେ ବିଚଳିତ ହୁଏନାହିଁ, ସୁଖ ପ୍ରତି ଲାଳାୟିତ ହୁଏନାହିଁ, ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ରହେ, ତାଙ୍କୁ ସ୍ଥିତପ୍ରଜ୍ଞ ମୁନି କୁହାଯାଏ ।
ଶ୍ରୀକୃଷ୍ଣ ଏହି ଶ୍ଳୋକରେ, ସ୍ଥିତପ୍ରଜ୍ଞ ମୁନିଙ୍କ ବିଷୟରେ ଏହିପରି ବର୍ଣ୍ଣନା କରିଛନ୍ତି: (୧) ବୀତ ରାଗ - ସେମାନେ ସୁଖର ଲାଳସା ତ୍ୟାଗ କରିଥାନ୍ତି, (୨) ବୀତ ଭୟ- ସେମାନେ ଭୟମୁକ୍ତ ରହନ୍ତି । (୩) ବୀତ କ୍ରୋଧ- ସେମାନେ କ୍ରୋଧମୁକ୍ତ ହୋଇଥାନ୍ତି ।
ଜଣେ ଜ୍ଞାନୀ ବ୍ୟକ୍ତି ନିଜର ମନରେ ଲୋଭ, କ୍ରୋଧ, କାମନା, ଈର୍ଷା ଇତ୍ୟାଦି ମାୟିକ ଦୁର୍ବଳତା ପୋଷଣ କରିବାକୁ ଦିଅନ୍ତି ନାହିଁ । ସେଥିପାଇଁ ସେମାନେ ମନକୁ ସ୍ଥିର ରଖି ଦିବ୍ୟ ପରମାତ୍ମାଙ୍କର ଧ୍ୟାନରେ କେନ୍ଦ୍ରିତ କରିପାରନ୍ତି । ମନକୁ ଯଦି ଆମେ ଦୁଃଖର ଚିନ୍ତନ କରିବାକୁ ଛାଡିଦେବା, ତେବେ ତା’ର ଦିବ୍ୟ ଚିନ୍ତନ ସମାପ୍ତ ହୋଇଯିବ ଏବଂ ସେ ଦିବ୍ୟ ସ୍ତରରୁ ତଳକୁ ଚାଲି ଆସିବ । କଷ୍ଟରେ ମଧ୍ୟ ସେହିପରି ହୋଇଥାଏ । ବର୍ତ୍ତମାନର କଷ୍ଟ ସହିତ ଅତୀତ କଷ୍ଟର ସ୍ମୃତି ଏବଂ ଭବିଷ୍ୟତ କଷ୍ଟର ଆଶଙ୍କା ମନକୁ ନିର୍ଯ୍ୟାତିତ କରିଥାଏ । କିନ୍ତୁ ଯେତେବେଳେ ମନ ଏହି ଦୁଇଟିକୁ ହଟାଇ ଦେଇ କେବଳ ବର୍ତ୍ତମାନର ଅନୁଭୂତି ଉପରେ ଚିନ୍ତା କରିଥାଏ, ଆଶ୍ଚର୍ଯ୍ୟଜନକ ଭାବେ କଷ୍ଟଟି ସହିବାର ସୀମା ଭିତରକୁ ସଂକୁଚିତ ହୋଇଯାଏ । ଇତିହାସରେ ଏହା ଜଣାଶୁଣା ଯେ ବୌଦ୍ଧ ସନ୍ନ୍ୟାସୀମାନେ ଏହି ଉପାୟରେ ଆକ୍ରମଣକାରୀ ମାନଙ୍କର ନିର୍ଯ୍ୟାତନାକୁ ସହ୍ୟ କରି ପାରୁଥିଲେ ।
ସେହିପରି, ମନ ଯଦି ବାହ୍ୟ ସୁଖ ପାଇଁ ଲାଳାୟିତ ହୋଇ ଭୋଗ୍ୟ ବସ୍ତୁ ଅଭିମୁଖରେ ଧାବିତ ହୁଏ, ତେବେ ମଧ୍ୟ ତାହା ଦିବ୍ୟ ଚିନ୍ତନରୁ ବିଚ୍ୟୁତ ହୋଇଯାଏ । ତେଣୁ ଜଣେ ସ୍ଥିତପ୍ରଜ୍ଞ ମୁନି ସେ ଅଟନ୍ତି ଯିଏ ନିଜର ମନକୁ ସୁଖ ପ୍ରତି ଲାଳାୟିତ ଏବଂ ଦୁଃଖରେ ଶୋକାଭିଭୂତ ହେବାକୁ ଦିଅନ୍ତି ନାହିଁ । ପୁନଶ୍ଚ ସେ ତାଙ୍କର ମନକୁ ଭୟ ଓ କ୍ରୋଧରେ ଗ୍ରସ୍ତ ହେବାକୁ ଦିଅନ୍ତି ନାହିଁ । ଏହିପରି ଭାବରେ ତାଙ୍କର ମନ ଦିବ୍ୟ ଚେତନାରେ ସ୍ଥିତ ରହିଥାଏ ।
ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ ।
ବୀତରାଗଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ ।।୫୬।।
ଯାହାର ମନ ଦୁଃଖରେ ବିଚଳିତ ହୁଏନାହିଁ, ସୁଖ ପ୍ରତି ଲାଳାୟିତ ହୁଏନାହିଁ, ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ରହେ, ତାଙ୍କୁ ସ୍ଥିତପ୍ରଜ୍ଞ ମୁନି କୁହାଯାଏ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily