ବିହାୟ କାମାନ୍ ଯଃ ସର୍ବାନ୍ପୁମାଂଶ୍ଚରତି ନିଃସ୍ପୃହଃ ।
ନିର୍ମମୋ ନିରହଙ୍କାରଃ ସ ଶାନ୍ତିମଧିଗଚ୍ଛତି ।।୭୧।।
ବିହାୟ-ତ୍ୟାଗ କରି; କାମାନ୍-ସମସ୍ତ ପ୍ରକାର ଭୌତିକ କାମନାକୁ; ଯଃ-ଯିଏ; ସର୍ବାନ୍-ସମସ୍ତ; ପୁମାନ୍-ବ୍ୟକ୍ତି; ଚରତି-ଆଚରଣ କରେ; ନିଃସ୍ପୃହଃ-ନିଷ୍କାମ; ନିର୍ମମଃ-ମମତ୍ୱହୀନ; ନିରହଙ୍କାରଃ-ଅହଙ୍କାର ଶୂନ୍ୟ; ସଃ-ସେ; ଶାନ୍ତିଂ-ପୂର୍ଣ୍ଣଶାନ୍ତି; ଅଧିଗଚ୍ଛତି-ପ୍ରାପ୍ତ ହୁଏ ।
BG 2.71: ଯେଉଁ ବ୍ୟକ୍ତି ସମସ୍ତ ସାଂସାରିକ କାମନା ତ୍ୟାଗ କରି ଲୋଭ, ମମତ୍ୱ ଏବଂ ଅହଂକାର ମୁକ୍ତ ରହେ, ସେ ପ୍ରକୃତ ସୁଖ ପ୍ରାପ୍ତ କରେ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ସେସବୁ ବିଷୟରେ କହିଛନ୍ତି ଯାହା ବ୍ୟକ୍ତିର ଶାନ୍ତି ନଷ୍ଟ କରେ ଏବଂ ସେ ଅର୍ଜୁନଙ୍କୁ ତାହା ତ୍ୟାଗ କରିବାକୁ କହିଛନ୍ତି ।
ସାଂସାରିକ କାମନା: କାମନାଟିଏ ଉତ୍ପନ୍ନ ହେବା ମାତ୍ରେ ଆମେ ଲୋଭ ଓ କ୍ରୋଧର ଜାଲରେ ଛନ୍ଦି ହୋଇଯାଉ । ଉଭୟ ଦିଗରୁ ଆମେ ବନ୍ଧନରେ ପଡ଼ିଯାଉ । ତେଣୁ କାମନାର ପୂର୍ତ୍ତି ନିମନ୍ତେ ପ୍ରଯତ୍ନ କରିବା ଆନ୍ତରିକ ଶାନ୍ତିର ମାର୍ଗ ନୁହେଁ, ବରଂ ତାହାକୁ ତ୍ୟାଗ କରିବା ହିଁ ଶ୍ରେଷ୍ଠ ପନ୍ଥା ଅଟେ ।
ଲୋଭ: ପ୍ରଥମତଃ, ସାଂସାରିକ ଉନ୍ନତିର ଲୋଭ ସମୟର ବୃଥା ଅପଚୟ ଅଟେ । ଦ୍ୱିତୀୟତଃ, ଏହା ଏକ ଅନ୍ତହୀନ ଦୌଡ଼ ଅଟେ । ଉନ୍ନତ ଦେଶମାନଙ୍କରେ କ୍ୱଚିତ ଲୋକଙ୍କର ଖାଇବା ଓ ପିନ୍ଧିବା ଇତ୍ୟାଦିର ଅଭାବ ଥାଏ । ତଥାପି ସେମାନେ ଅଶାନ୍ତ ରହନ୍ତି; କାରଣ ସେମାନଙ୍କର ଲାଳସା ପୂର୍ଣ୍ଣ ହୁଏନାହିଁ । ତେଣୁ ଯେଉଁ ବ୍ୟକ୍ତିର ସନ୍ତୋଷ ରୂପକ ଧନ ଥାଏ, ସେ ହିଁ ଜୀବନର ସବୁଠାରୁ ବଡ଼ ସମ୍ପତ୍ତିର ଅଧିକାରୀ ଅଟନ୍ତି ।
ଅହଂକାର: ଲୋକଙ୍କ ମଧ୍ୟରେ ଉପୁଜୁଥିବା କଳହର ମୁଖ୍ୟ କାରଣ ଅହଂକାର ଅଟେ । ମାର୍କ ଏଚ୍ ମ୍ୟାକରମ୍ୟାକ୍, “ହାବାର୍ଡ଼ ବ୍ୟବସାୟ ସ୍କୁଲରେ ସେମାନେ ଯାହା ତୁମକୁ ପଢ଼ାନ୍ତି ନାହିଁ” (ଡଷବଗ୍ଧ ଗ୍ଧଷରଚ୍ଚ ୟକ୍ଟଦ୍ଭ’ଗ୍ଧ ଗ୍ଧରବମଷ ଚ୍ଚକ୍ଟଙ୍କ ବଗ୍ଧ ଐବଙ୍ଖବକ୍ସୟ ଈଙ୍କଗ୍ଦସଦ୍ଭରଗ୍ଦଗ୍ଦ ଝମଷକ୍ଟକ୍ଟକ୍ଷ) ବହିର ରଚୟିତା, ଲେଖିଛନ୍ତି- “ଅଧିକାଂଶ ପ୍ରତିଷ୍ଠାନର ଉଚ୍ଚ ଅଧିକାରୀମାନେ ବିଶାଳ ଅହଂକାର ସଦୃଶ ଅଟନ୍ତି, ଯେଉଁଠାରୁ କେତୋଟି ହାତ ପାଦ ବାହାରକୁ ବାହାରି ଥାଏ ।” ଗଣନାରୁ ଦେଖାଯାଇଛି ଯେ, ଅଧିକାଂଶ ଉଚ୍ଚପଦସ୍ଥ ଅଧିକାରୀ କୌଣସି ବୃତ୍ତିଗତ ଅସମର୍ଥତା ଯୋଗୁଁ ସେମାନଙ୍କର ପଦ ହରାଇ ନ ଥାନ୍ତି, ବରଂ ପାରସ୍ପରିକ ସମ୍ବନ୍ଧ ଜନିତ କାରଣରୁ ହରାଇ ଥାଆନ୍ତି । ତେଣୁ ଶାନ୍ତି ପାଇବାର ରାସ୍ତା ଅହଂକାର ପୋଷଣ କରିବା ନୁହେଁ ବରଂ ତାହାକୁ ତ୍ୟାଗ କରିବା ଅଟେ ।
ମମତ୍ୱ: ମମତ୍ୱର ଭାବନା ଅଜ୍ଞାନତା ଯୋଗୁଁ ଉତ୍ପନ୍ନ ହୋଇଥାଏ, କାରଣ ସମଗ୍ର ସଂସାର ଭଗବାନଙ୍କର ଅଟେ । ଆମେ ଏ ସଂସାରକୁ ରିକ୍ତ ହସ୍ତରେ ଆସିଥିଲେ ଏବଂ ରିକ୍ତ ହସ୍ତରେ ଫେରିଯିବା । ତାହେଲେ ସଂସାରର କୌଣସି ବସ୍ତୁକୁ ଆମେ ନିଜର କେମିତି ଭାବିବା ?
ବିହାୟ କାମାନ୍ ଯଃ ସର୍ବାନ୍ପୁମାଂଶ୍ଚରତି ନିଃସ୍ପୃହଃ ।
ନିର୍ମମୋ ନିରହଙ୍କାରଃ ସ ଶାନ୍ତିମଧିଗଚ୍ଛତି ।।୭୧।।
ଯେଉଁ ବ୍ୟକ୍ତି ସମସ୍ତ ସାଂସାରିକ କାମନା ତ୍ୟାଗ କରି ଲୋଭ, ମମତ୍ୱ ଏବଂ ଅହଂକାର ମୁକ୍ତ ରହେ, ସେ ପ୍ରକୃତ ସୁଖ ପ୍ରାପ୍ତ କରେ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily