ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି ।
ସ୍ଥିତ୍ୱାସ୍ୟାମନ୍ତକାଳେଽପି ବ୍ରହ୍ମନିର୍ବାଣମୃଚ୍ଛତି ।।୭୨।।
ଏଷା- ଏହି; ବ୍ରାହ୍ମୀ ସ୍ଥିତିଃ -ଭଗବତ୍ ପ୍ରାପ୍ତିର ଅବସ୍ଥା; ପାର୍ଥ- ହେ ପୃଥାପୁତ୍ର; ନ-ନୁହେଁ; ଏନାଂ-ଏହା; ପ୍ରାପ୍ୟ- ପ୍ରାପ୍ତ ହୋଇ; ବିମୁହ୍ୟତି-ମୁହ୍ୟମାନ ହୁଏ; ସ୍ଥିତ୍ୱା-ଅବସ୍ଥାନ କରି; ଅସ୍ୟାମ୍- ଏଥିରେ ; ଅନ୍ତକାଳେ- ମୃତ୍ୟୁ କାଳରେ; ଅପି- ମଧ୍ୟ; ବ୍ରହ୍ମ-ନିର୍ବାଣଂ- ମାୟାନିବୃତ୍ତି; ଋଚ୍ଛତି- ପ୍ରାପ୍ତ ହୁଏ ।
BG 2.72: ହେ ପାର୍ଥ! ଜୀବ ଜ୍ଞାନଦୀପ୍ତ ଅବସ୍ଥାକୁ ପ୍ରାପ୍ତ କରି ପୁନର୍ବାର ମାୟାଗ୍ରସ୍ତ ହୁଏ ନାହିଁ । ମୃତ୍ୟୁ ସମୟରେ ଚେତନାର ଏହି ସ୍ତରରେ ସ୍ଥିତ ରହି ଜୀବ ଜନ୍ମମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କର ଦିବ୍ୟ ଧାମ ପ୍ରାପ୍ତ କରିଥାଏ ।
ବ୍ରହ୍ମ ଅର୍ଥାତ୍ ଭଗବାନ ଏବଂ ବ୍ରାହ୍ମୀ ସ୍ଥିତି ଅର୍ଥାତ୍ ଭଗବତ୍ ପ୍ରାପ୍ତ ଅବସ୍ଥା । ଯେତେବେଳେ ଜୀବ ତା’ର ଅନ୍ତଃକରଣ (ମନ ଓ ବୁଦ୍ଧିକୁ ଏକତ୍ରିତ ଭାବେ ହୃଦୟ ବା ଅନ୍ତଃକରଣ କୁହାଯାଇଥାଏ)କୁ ଶୁଦ୍ଧ କରିନିଏ, ଭଗବାନ ତାକୁ ନିଜର ଦିବ୍ୟ କୃପା ପ୍ରଦାନ କରନ୍ତି, ଯାହା ୨.୬୪ ଶ୍ଳୋକରେ ବର୍ଣ୍ଣନା କରାଯାଇଅଛି । ସେ ତାଙ୍କର କୃପା ଦ୍ୱାରା, ଜୀବକୁ ଦିବ୍ୟଜ୍ଞାନ, ଦିବ୍ୟାନନ୍ଦ ଓ ଦିବ୍ୟ ପ୍ରେମ ପ୍ରଦାନ କରନ୍ତି । ଏସବୁ ଦିବ୍ୟ ଶକ୍ତି ଅଟେ ଯାହା ଭଗବତ୍ ପାପ୍ତି ସମୟରେ ଭଗବାନ ଜୀବକୁ ଦେଇଥାନ୍ତି ।
ତା ସହିତ ସେ ମାୟାର ବନ୍ଧନରୁ ଜୀବକୁ ମୁକ୍ତ କରନ୍ତି । ସବୁ ସଞ୍ଚିତ କର୍ମ (ଅନନ୍ତ ଜନ୍ମର କର୍ମର ହିସାବ) ନଷ୍ଟ ହୋଇଯାଏ । ଅବିଦ୍ୟା, ବା ମାୟିକ ଜଗତ ସମ୍ବନ୍ଧୀ ଅନାଦିକାଳୀନ ଅଜ୍ଞାନତା ଦୂର ହୋଇଯାଏ । ତ୍ରିଗୁଣ, ତିନୋଟି ମାୟିକ ଗୁଣର ପ୍ରଭାବ ସମାପ୍ତ ହୁଏ । ତ୍ରିଦୋଷ, ମାୟା ଜନିତ ତିନିଦୋଷ ସମାପ୍ତ ହୁଏ । ପଞ୍ଚକ୍ଳେଷ, ମାୟିକ ବୁଦ୍ଧିର ପାଞ୍ଚଟି ଦୋଷ ନଷ୍ଟ ହୁଏ । ପଞ୍ଚ କୋଷ, ମାୟିକ ଶକ୍ତିର ପାଞ୍ଚଟି ଆବରଣ ଭସ୍ମ ହୋଇଯାଏ । ତାପରେ ଆତ୍ମା ଚିରକାଳ ପାଇଁ ମାୟାର ବନ୍ଧନରୁ ମୁକ୍ତ ହୋଇଯାଏ ।
ଭଗବତ୍ ପ୍ରାପ୍ତିର ଏହି ଅବସ୍ଥାରେ ଉପନୀତ ହୋଇ ଜୀବ ଜୀବନ ମୁକ୍ତ ହୋଇଯାଏ । ସେ ଶରୀର ଧାରଣ କରି ମଧ୍ୟ ମୁକ୍ତ ହୋଇଥାଏ । ଶେଷରେ ମୃତ୍ୟୁ ସମୟରେ ସେ ତାର ପାର୍ଥିବ ଶରୀର ତ୍ୟାଗ କରି ଭଗବାନଙ୍କର ଦିବ୍ୟଧାମକୁ ଗମନ କରିଥାଏ । ଋକ୍ବେଦ କହେ:
ତଦ୍ବିଷ୍ଣୋଃ ପରମଂ ପଦଂ ସଦା ପଶ୍ୟନ୍ତି ସୂରୟଃ । (୧.୨୨.୨୦)
“ଜୀବ ଥରେ ଭଗବାନଙ୍କୁ ପ୍ରାପ୍ତ କରିନେଲେ, ସର୍ବଦା ସେ ତାଙ୍କ ସହିତ ଯୁକ୍ତ ହୋଇ ରହିଥାଏ । ତା’ପରେ ମାୟାର ଅଜ୍ଞାନତା କେବେହେଲେ ତାଙ୍କୁ ବଶୀଭୂତ କରିପାରେ ନାହିଁ ।” ମାୟା ଠାରୁ ଚିରମୁକ୍ତ ହେବାର ଏହି ଅବସ୍ଥାକୁ ନିର୍ବାଣ, ମୋକ୍ଷ ଇତ୍ୟାଦି କୁହାଯାଏ । ଅତଏବ, ମୋକ୍ଷ ଭଗବତ୍ ପ୍ରାପ୍ତିର ସ୍ୱାଭାବିକ ପରିଣାମ ଅଟେ ।
ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି ।
ସ୍ଥିତ୍ୱାସ୍ୟାମନ୍ତକାଳେଽପି ବ୍ରହ୍ମନିର୍ବାଣମୃଚ୍ଛତି ।।୭୨।।
ହେ ପାର୍ଥ! ଜୀବ ଜ୍ଞାନଦୀପ୍ତ ଅବସ୍ଥାକୁ ପ୍ରାପ୍ତ କରି ପୁନର୍ବାର ମାୟାଗ୍ରସ୍ତ ହୁଏ ନାହିଁ । ମୃତ୍ୟୁ ସମୟରେ ଚେତନାର ଏହି ସ୍ତରରେ ସ୍ଥିତ ରହି ଜୀବ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily