ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ୱା ପୁରୋବାଚ ପ୍ରଜାପତିଃ ।
ଅନେନ ପ୍ରସବିଷ୍ୟଧ୍ୱମେଷ ବୋଽସ୍ତ୍ୱିଷ୍ଟକାମଧୁକ୍ ।।୧୦।।
ସହ- ସହ; ଯଜ୍ଞଃ- ଯଜ୍ଞମାନ; ପ୍ରଜାଃ- ପ୍ରଜା; ସୃଷ୍ଠ୍ୱା- ସୃଷ୍ଟିକରି; ପୁରା- ପୂର୍ବେ; ଉବାଚ- କହିଲେ; ପ୍ରଜାପତି-(ପ୍ରଜାପତିି) ପ୍ରାଣୀମାନଙ୍କର ପ୍ରଭୂ; ଅନେନ- ଏହାଦ୍ୱାରା; ପ୍ରସବିଷ୍ୟଧ୍ୱମ୍ - ଅଧିକରୁ ଅଧିକ ସମୃଦ୍ଧିଶାଳୀ ହୁଏ; ଏଷଃ- ନିଶ୍ଚିିତ୍ ଭାବେ; ବଃ-ତୁମ୍ଭମାନଙ୍କର; ଅସ୍ତୁ- ହେଉ; ଇଷ୍ଟ-ସମସ୍ତ କାମନା; କାମଧୁକ୍ - ଇଚ୍ଛା ପ୍ରଦାନକାରୀ ।
BG 3.10: ବ୍ରହ୍ମା ସୃଷ୍ଟିର ପ୍ରାରମ୍ଭରେ ପ୍ରାଣୀ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସହିତ ସୃଷ୍ଟି କଲେ ଏବଂ କହିଲେ “ଏହି ଯଜ୍ଞ ଗୁଡିକର ଅନୁଷ୍ଠାନ କରି ସମୃଦ୍ଧି ଲାଭ କର । ତୁମେ ଯାହା କିଛି ପାଇବାକୁ ଇଚ୍ଛା କରୁଛ, ସେମାନେ ତୁମକୁ ତାହା ପ୍ରଦାନ କରିବେ ।”
ପ୍ରକୃତିର ପ୍ରତ୍ୟେକ ଉପାଦାନ ଭଗବାନଙ୍କ ସୃଷ୍ଟିର ଅପରିହାର୍ଯ୍ୟ ଅଂଶ ଅଟନ୍ତି । ଏହି ପ୍ରଣାଳୀରେ ପ୍ରତିଟି ଅଂଶ ତା’ର ଅଂଶୀ ପ୍ରତି (ଯାହାଠାରୁ ତାହାର ଉତ୍ପତ୍ତି) ଆକର୍ଷିତ ହୋଇଥାନ୍ତି ତଥା ପ୍ରତିଫଳ ଦେଇଥାନ୍ତି । ସୂର୍ଯ୍ୟ ପୃଥିବୀକୁ ସ୍ଥିରତା ଦେଇଥାନ୍ତି ଏବଂ ପ୍ରାଣୀ ମାନଙ୍କ ଜୀବନ ଧାରଣ ପାଇଁ ଉତ୍ତାପ ଓ ଆଲୋକ ପ୍ରଦାନ କରିଥାନ୍ତି । ଆମ୍ଭମାନଙ୍କର ପୋଷଣ ପାଇଁ, ସୃଷ୍ଟି ତାର ମୃତ୍ତିକାରେ ଖାଦ୍ୟ ସୃଷ୍ଟି କରେ ଏବଂ ଏକ ସଭ୍ୟ ଜୀବନ ଯାପନ ପାଇଁ ତାର ଗର୍ଭରେ ବିଭିନ୍ନ ଖଣିଜ ପଦାର୍ଥ ଧାରଣ କରିଥାଏ । ବାୟୁ ଆମର ଶରୀରରେ ଜୀବନୀ ଶକ୍ତି ପ୍ରବାହିତ କରିଥାଏ ଏବଂ ଶବ୍ଦ ଶକ୍ତିର ସଂଚାରରେ ସାହାଯ୍ୟ କରିଥାଏ । ଆମେ ସବୁ ମନୁଷ୍ୟମାନେ ମଧ୍ୟ ଭଗବାନଙ୍କ ସୃଷ୍ଟିର ଅବିଚ୍ଛେଦ୍ୟ ଅଂଶ ଅଟୁ । ଯେଉଁ ବାୟୁକୁ ଆମେ ଶ୍ୱାସ ରୂପରେ ଗ୍ରହଣ କରିଥାଉ, ଯେଉଁ ଧରଣୀ ଉପରେ ଆମେ ପଦଚାଳନା କରିଥାଉ, ଯେଉଁ ଜଳକୁ ଆମେ ପାନ କରିଥାଉ, ଯେଉଁ ଆଲୋକ ଆମର ଦିନକୁ ଉଦ୍ଭାସିତ କରିଥାଏ, ସେସବୁ ଆମ ପ୍ରତି ପ୍ରକୃତିର ଦାନ ଅଟେ । ଆମର ଜୀବନ ଧାରଣ ପାଇଁ ଏହି ସବୁ ଦାନ ଗ୍ରହଣ କରିବା ସହିତ ଆମର ମଧ୍ୟ ଏହି ସମ୍ପୂର୍ଣ୍ଣ ପ୍ରଣାଳୀ ପ୍ରତି କର୍ତ୍ତବ୍ୟ ରହିଛି । ଶ୍ରୀକୃଷ୍ଣ କହୁଛନ୍ତି ଯେ, ଉଗବାନଙ୍କ ସେବାରେ ନିଜର ନିର୍ଦ୍ଧାରିତ କର୍ମ କରି, ସୃଷ୍ଟି ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିବା ଆମର ନୈତିକ ଦାୟୀତ୍ୱ ଅଟେ । ଆମ୍ଭମାନଙ୍କଠାରୁ ସେ ଏହି ଯଜ୍ଞ ଆଶା କରନ୍ତି ।
ହାତର ଉଦାହରଣ ବିଚାର କରନ୍ତୁ, ଏହା ଶରୀରର ଅବିଚ୍ଛେଦ୍ୟ ଅଂଶ ଅଟେ । ଏହା ଶରୀର ଠାରୁ ରକ୍ତ - ଅମ୍ଲଜାନ - ଖାଦ୍ୟ ଇତ୍ୟାଦି ପୋଷକ ତତ୍ତ୍ୱ ଗ୍ରହଣ କରେ । ପ୍ରତିବଦଳରେ ଏହା ଶରୀର ପାଇଁ ଆବଶ୍ୟକ କାର୍ଯ୍ୟ କରିଥାଏ । ହାତ ଯଦି ଏହି ସେବାକୁ ବୋଝ ଭାବିବ ଏବଂ ଶରୀର ଠାରୁ ଅଲଗା ହେବାକୁ ଚିନ୍ତା କରିବ, ତେବେ ତାହା ଅଳ୍ପ ସମୟ ପାଇଁ ମଧ୍ୟ ଜୀବିତ ରହି ପାରିବ ନାହିଁ । ଶରୀର ପ୍ରତି ଏହି ଯଜ୍ଞ ପାଳନ ତା’ର ନିଜ ସ୍ୱାର୍ଥ ମଧ୍ୟ ପୂରଣ କରିଥାଏ । ସେହି ପରି, ଆମେସବୁ ଜୀବ ପରମାତ୍ମାଙ୍କର କ୍ଷୁଦ୍ର ଅଂଶ ଅଟୁ ଏବଂ ଏହି ବିଶାଳ ଯୋଜନାରେ ଆମ ସମସ୍ତଙ୍କର ଏକ ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି । ଆମେ ଯେତେବେଳେ ତାଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରୁ, ଆମ ନିଜର ସ୍ୱାର୍ଥ ସ୍ୱାଭାବିକ ଭାବେ ପୂରଣ ହୋଇଯାଏ ।
ସାଧାରଣତଃ ଯଜ୍ଞ ଅଗ୍ନି ତର୍ପଣକୁ ବୁଝାଇଥାଏ । ଭଗବତ୍ ଗୀତାରେ, ଭଗବାନଙ୍କୁ ଅର୍ପଣ କରି କରାଯାଉଥିବା ଶାସ୍ତ୍ର ନିର୍ଦ୍ଧାରିତ ସମସ୍ତ କର୍ମକୁ ଯଜ୍ଞ ଭାବରେ ଅଭିହିତ କରାଯାଇଛି ।
ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ୱା ପୁରୋବାଚ ପ୍ରଜାପତିଃ ।
ଅନେନ ପ୍ରସବିଷ୍ୟଧ୍ୱମେଷ ବୋଽସ୍ତ୍ୱିଷ୍ଟକାମଧୁକ୍ ।।୧୦।।
ବ୍ରହ୍ମା ସୃଷ୍ଟିର ପ୍ରାରମ୍ଭରେ ପ୍ରାଣୀ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସହିତ ସୃଷ୍ଟି କଲେ ଏବଂ କହିଲେ “ଏହି ଯଜ୍ଞ ଗୁଡିକର ଅନୁଷ୍ଠାନ କରି ସମୃଦ୍ଧି ଲାଭ କର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily