ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ବଃ ।
ପରସ୍ୱରଂ ଭାବୟନ୍ତଃ ଶ୍ରେୟଃ ପରମବାପ୍ସ୍ୟଥ ।।୧୧।।
ଦେବାନ୍ - ଦେବତାମାନେ; ଭାବୟତ - ଖୁସିହେବେ; ଅନେନ- ଏହି ଯଜ୍ଞଦ୍ୱାରା; ତେ- ସେମାନେ; ଦେବାଃ- ଦେବତାମାନେ; ଭାବୟନ୍ତୁ- ଖୁସିହେବେ; ବଃ- ତୁମ୍ଭମାନଙ୍କୁ; ପରସ୍ପରଂ- ପରସ୍ପରକୁ; ଭାବୟନ୍ତଃ- ଖୁସିକରି; ଶ୍ରେୟଃ- କଲ୍ୟାଣ; ପରମ- ପରମ;, ଅବାପ୍ସ୍ୟଥ- ପ୍ରାପ୍ତ କରିବ ।
BG 3.11: ତୁମ୍ଭମାନଙ୍କର ଯଜ୍ଞଦିକ କର୍ମଦ୍ୱାରା ସ୍ୱର୍ଗର ଦେବତା ମାନେ ତୃପ୍ତ ହେବେ, ଏବଂ ଦେବତା ଓ ମନୁଷ୍ୟମାନଙ୍କର ପରସ୍ପର ସହଯୋଗରେ ସର୍ବତ୍ର ସମସ୍ତଙ୍କ ପାଇଁ ସମୃଦ୍ଧି ବିରାଜମାନ କରିବ ।
ସ୍ୱର୍ଗର ଦେବତା ଗଣ ବିଶ୍ୱ ପରିଚାଳନାର ଦାୟିତ୍ୱ ନିର୍ବାହ କରନ୍ତି । ଭଗବାନ ବିଶ୍ୱ ପ୍ରବନ୍ଧନର କ୍ରିୟା ଏମାନଙ୍କ ମାଧ୍ୟମରେ କରିଥାଆନ୍ତି । ଦେବତା ମାନେ ମାୟିକ ଜଗତ ଅନ୍ତର୍ଗତ ଅପେକ୍ଷାକୃତ ଉଚ୍ଚ କକ୍ଷରେ ନିବାସ କରନ୍ତି, ଯାହାକୁ ସ୍ୱର୍ଗ ବା ସ୍ୱର୍ଗ ଲୋକ କୁହାଯାଏ । ଦେବତାମାନେ ଭଗବାନ ନୁହଁନ୍ତି, ସେମାନେ ଆମ୍ଭମାନଙ୍କ ପରି ଜୀବ ଅଟନ୍ତି । ବିଶ୍ୱର ପରିଚାଳନା ନିମନ୍ତେ ସେମାନେ ନିର୍ଦ୍ଦିଷ୍ଟ ପଦବୀରେ ଅଧିଷ୍ଠିତ ହୋଇଥାଆନ୍ତି । ଯେ କୌଣସି ଦେଶର ରାଷ୍ଟ୍ର ସରକାରଙ୍କୁ ଉଦାହରଣ ଭାବରେ ନିଅନ୍ତୁ । ସେଥିରେ ଜଣେ ରାଜ୍ୟ ସଚିବ, ଜଣେ ରାଜକୋଷ ସଚିବ, ଜଣେ ରକ୍ଷା ସଚିବ, ଏବଂ ଜଣେ ମହାନ୍ୟାୟବାଦୀ ଇତ୍ୟାଦି ରହିଥାଆନ୍ତି । ଏସବୁ ପଦବୀ ଅଟେ ଏବଂ ନିର୍ଦ୍ଦିଷ୍ଟ ବ୍ୟକ୍ତି ସେହି ପଦବୀକୁ ସୀମିତ ଅବଧି ପାଇଁ ଧାରଣ କରିଥାଆନ୍ତି । କାର୍ଯ୍ୟକାଳ ଶେଷ ହୋଇଯିବା ପରେ, ସରକାର ବଦଳି ଯାଏ ଏବଂ ତା’ ସହିତ ପଦବୀଧାରୀ ମାନେ ମଧ୍ୟ ବଦଳି ଯାଆନ୍ତି । ସେହିପରି, ବିଶ୍ୱ ପରିଚାଳନା କ୍ଷେତ୍ରରେ ମଧ୍ୟ ଅଗ୍ନି ଦେବ, ବାୟୁ ଦେବ, ବରୁଣ ଦେବ (ସମୁଦ୍ର ଦେବତା), ଇନ୍ଦ୍ର ଦେବ (ଦେବତାମାନଙ୍କର ରାଜା ) ଆଦି ଭିନ୍ନ ଭିନ୍ନ ପଦବୀ ରହିଛି । ପୂର୍ବ ଜନ୍ମର ପୁଣ୍ୟ କର୍ମ ଆଧାରରେ ମନୋନୀତ ଜୀବାତ୍ମା ନିର୍ଦ୍ଧାରିତ କାଳ ପାଇଁ ଏହି ସବୁ ପଦବୀରେ ରହି ବିଶ୍ୱ ବ୍ୟାପାରର ପରିଚାଳନା କରିଥାଆନ୍ତି ।
ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବେଦରେ ଅନେକ ରୀତି ଏବଂ ପ୍ରଥାର ବର୍ଣନା କରାଯାଇଛି, ଯାହାର ଫଳ ସ୍ୱରୂପ ଦେବତାମାନେ ଭୌତିକ ସମୃଦ୍ଧି ପ୍ରଦାନ କରିଥାଆନ୍ତି କିନ୍ତୁ ବୃକ୍ଷର ମୂଳରେ ପାଣି ଢାଳିଲେ ଯେପରି ତାହା ବୃକ୍ଷର ଫୁଲ, ଫଳ, ପତ୍ର, ଶାଖା, ଉପଶାଖା ଆଦିକୁ ପୋଷଣ ଯୋଗାଇ ଥାଏ, ଠିକ୍ ସେହିପରି, ପରମ ପୁରୁଷ ଭଗବାନଙ୍କର ସନ୍ତୋଷ ପାଇଁ ଆମେ ଯେତେବେଳେ ଯଜ୍ଞର ଅନୁଷ୍ଠାନ କରିଥାଉ, ତଦ୍ୱାରା ଦେବତାମାନେ ମଧ୍ୟ ଆପେ ଆପେ ସନ୍ତୁଷ୍ଟ ହୋଇଯାଆନ୍ତି । ସ୍କନ୍ଧ ପୁରାଣ ଅନୁଯାୟୀ:
ଅର୍ଚ୍ଚିତେ ଦେବ ଦେବେଶେ ଶଙ୍ଖ ଚକ୍ର ଗଦାଧରେ ।
ଅର୍ଚ୍ଚିତାଃ ସର୍ବେ ଦେବାଃ ସ୍ୟୁର୍ ଯତଃ ସର୍ବ ଗତେ ହରିଃ । ।
ପରମ ପୁରୁଷ ଶ୍ରୀ ବିଷ୍ଣୁଙ୍କର ଉପାସନା କରି, ଆମେ ସ୍ୱତଃ ସବୁ ଦେବାଦେବୀଙ୍କର ଉପାସନା କରିଥାଉ, କାରଣ ସେମାନେ ନିଜର ସବୁ ଶକ୍ତି ଶ୍ରୀହରିଙ୍କ ଠାରୁ ହିଁ ପ୍ରାପ୍ତ କରିଥାଆନ୍ତି । ଅତଏବ, ଯଜ୍ଞ ସ୍ୱାଭାବିକ ଭାବରେ ସବୁ ଦେବଦେବୀଙ୍କୁ ତୃପ୍ତ କରିଥାଉ, ଯେଉଁମାନେ କି ପ୍ରକୃତିର ସମସ୍ତ ଉପାଦାନକୁ ପ୍ରାଣୀ ସମୁଦାୟର ଅନୁକୂଳ କରି ସମସ୍ତଙ୍କ ପାଇଁ ସମୃଦ୍ଧି ଆଣି ଦେଇଥାଆନ୍ତି ।
ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ବଃ ।
ପରସ୍ୱରଂ ଭାବୟନ୍ତଃ ଶ୍ରେୟଃ ପରମବାପ୍ସ୍ୟଥ ।।୧୧।।
ତୁମ୍ଭମାନଙ୍କର ଯଜ୍ଞଦିକ କର୍ମଦ୍ୱାରା ସ୍ୱର୍ଗର ଦେବତା ମାନେ ତୃପ୍ତ ହେବେ, ଏବଂ ଦେବତା ଓ ମନୁଷ୍ୟମାନଙ୍କର ପରସ୍ପର ସହଯୋଗରେ ସର୍ବତ୍ର ସମସ୍ତଙ୍କ ପାଇଁ ସମୃଦ୍ଧି ବିରାଜମାନ କରିବ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily