ଯେ ମେ ମତମିଦଂ ନିତ୍ୟମନୁତିଷ୍ଠନ୍ତି ମାନବାଃ ।
ଶ୍ରଦ୍ଧାବନ୍ତୋଽନସୂୟନ୍ତୋ ମୁଚ୍ୟନ୍ତେ ତେଽପି କର୍ମଭିଃ ।।୩୧।।
ଯେ- ଯେଉଁମାନେ; ମେ - ମୋର; ମତମ୍ - ଉପଦେଶ; ଇଦଂ - ଏହି; ନିତ୍ୟମ୍ - ନିରନ୍ତର; ଅନୁତିଷ୍ଠନ୍ତି - ନିୟମିତଭାବରେ ପାଳନ କରନ୍ତି; ମାନବାଃ -ମାନବ; ଶ୍ରଦ୍ଧାବନ୍ତଃ- ବିଶ୍ୱାସ ଓ ଭକ୍ତି ସହକାରେ; ଅନସୂୟନ୍ତଃ - ଈର୍ଷାଶୂନ୍ୟ ଭାବରେ; ମୁଚ୍ୟନ୍ତେ- ମୁକ୍ତ ହୁଅନ୍ତି; ତେ - ସେମାନେ ସମସ୍ତେ; ଅପି - ମଧ୍ୟ; କର୍ମଭିଃ - କର୍ମବନ୍ଧନରୁ ।
BG 3.31: ଯେଉଁମାନେ ମୋର ଏହି ଉପଦେଶକୁ ଗଭୀର ବିଶ୍ୱାସର ସହିତ ତଥା ବାଦ-ବିବାଦ ନ କରି ପାଳନ କରି ଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି ।
ଭଗବାନ ଅତି ସୁନ୍ଦର ଭାବରେ, ସେ ବର୍ଣ୍ଣନା କରୁଥିବା ସିଦ୍ଧାନ୍ତକୁ ନିଜର ମତ ରୂପେ ଅଭିହିତ କରିଛନ୍ତି । ମତ ଏକ ନିଜସ୍ୱ ଦୃଷ୍ଟିକୋଣ ଅଟେ, କିନ୍ତୁ ସିଦ୍ଧାନ୍ତ ଏକ ସର୍ବମାନ୍ୟ ତଥ୍ୟ ଅଟେ । ଶିକ୍ଷକମାନଙ୍କର ମତ ଭିନ୍ନ ଭିନ୍ନ ହୋଇପାରେ, କିନ୍ତୁ ସିଦ୍ଧାନ୍ତ ଗୋଟିଏ ଅଟେ । ଦାର୍ଶନିକ ଓ ଶିକ୍ଷକମାନେ ତାଙ୍କର ମତକୁ ସିଦ୍ଧାନ୍ତ କହିଥାଆନ୍ତି, ଅଥଚ ଗୀତାରେ ଭଗବାନ ତାଙ୍କଦ୍ୱାରା ପ୍ରକଟିତ ସିଦ୍ଧାନ୍ତକୁ ‘ମତ’ର ଆଖ୍ୟା ଦେଉଛନ୍ତି । ନିଜ ଉଦାହରଣ ମାଧ୍ୟମରେ ସେ ଆମକୁ ନମ୍ରତା ଓ ସହୃଦୟତାର ଶିକ୍ଷା ପ୍ରଦାନ କରୁଛନ୍ତି ।
କର୍ମ କରିବା ପାଇଁ ଆହ୍ୱାନ ଦେବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଭଗବତ୍ ଗୀତାର ଉପଦେଶକୁ ବିଶ୍ୱାସର ସହିତ ଜୀବନରେ ପାଳନ କରିବାର ଉପାଦେୟତା ପ୍ରତି ସଙ୍କେତ କରୁଛନ୍ତି । ମନୁଷ୍ୟ ଭାବରେ ଆମର ବିଶେଷତ୍ୱ ହେଉଛି ସତ୍ୟକୁ ଜାଣିବା ଏବଂ ତଦନୁଯାୟୀ ନିଜର ଜୀବନକୁ ରୂପାନ୍ତରିତ କରିବା । ଏତଦ୍ୱାରା ଆମର ମାନସିକ ଜ୍ୱର (ଆସକ୍ତି, କ୍ରୋଧ, ଲୋଭ, ଇର୍ଷା, ଭ୍ରମ ଇତ୍ୟାଦି )ର ଉପଶମ ହୋଇଥାଏ ।
ପୂର୍ବ ଶ୍ଲୋକରେ , ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିବାକୁ କହିଛନ୍ତି, କିନ୍ତୁ ସେ ଜାଣିଥିଲେ ଯେ ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ , ସେମାନେ ତାଙ୍କର ଏହି ବକ୍ତବ୍ୟକୁ ପରିହାସ କରିବେ, ଏବଂ ଯେଉଁମାନେ ତାଙ୍କ ପ୍ରତି ଇର୍ଷାପରାୟଣ, ସେମାନେ ଏହାର ବିରୋଧ କରିବେ । ତେଣୁ ସେ ବର୍ତ୍ତମାନ ତାଙ୍କର ଉପଦେଶକୁ ବିଶ୍ୱାସର ସହିତ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ସେ କହୁଛନ୍ତି ଯେ ବିଶ୍ୱାସର ସହିତ ତାଙ୍କର ଉପଦେଶକୁ ପାଳନ କରିବା ଦ୍ୱାରା ବ୍ୟକ୍ତି କର୍ମ ବନ୍ଧନରୁ ମୁକ୍ତ ହୋଇଯିବ । କିନ୍ତୁ ଯେଉଁମାନେ ଅବିଶ୍ୱାସୀ, ସେମାନଙ୍କ କ୍ଷେତ୍ରରେ କ’ଣ ହୁଏ? ପରବର୍ତ୍ତୀ ଶ୍ଲୋକରେ ତାହାର ବର୍ଣ୍ଣନା କରାଯାଇଛି ।
ଯେ ମେ ମତମିଦଂ ନିତ୍ୟମନୁତିଷ୍ଠନ୍ତି ମାନବାଃ ।
ଶ୍ରଦ୍ଧାବନ୍ତୋଽନସୂୟନ୍ତୋ ମୁଚ୍ୟନ୍ତେ ତେଽପି କର୍ମଭିଃ ।।୩୧।।
ଯେଉଁମାନେ ମୋର ଏହି ଉପଦେଶକୁ ଗଭୀର ବିଶ୍ୱାସର ସହିତ ତଥା ବାଦ-ବିବାଦ ନ କରି ପାଳନ କରି ଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily